ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଇଡିର ଚାର୍ଜଶିଟ୍‌

ଭୁବନେଶ୍ୱର,୨୭ା୯(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାର ଆର୍ଥିକ କାରବାର ଦିଗକୁ ନେଇ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ବିରୋଧରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ (ପିଏମ୍‌ଏଲ୍‌)ରେ ଦ୍ୱିତୀୟ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିସହ ସିଶୋରର ଦୁଇଟି କମ୍ପାନୀ ସିଶୋର୍‌ ସିକ୍ୟୁରିଟି ଲିଃ ଓ ସିଶୋର୍‌ ମଲ୍ଟିପର୍‌ପୋର୍ଜ କୋ-ଅପରେଟିଭ୍‌ ଲିଃର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ଜଣଙ୍କ ବିରୋଧରେ ମଧ୍ୟ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏନେଇ ଇଡି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସିବିଆଇର ଚାର୍ଜଫ୍ରେମ୍‌ ପରେ ଏବେ ଇଡିର ଚାର୍ଜଶିଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ସିଶୋର କମ୍ପାନୀ ଏକ ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ହୋଇ ମଧ୍ୟ ଲୋକଙ୍କଠାରୁ ବହୁ କୋଟି ଟଙ୍କା ସଂଗ୍ରହ କରି ଠକେଇ କରିଥିଲା। ଏହି ସ୍କାମ୍‌ରେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ୨୦୧୪ରୁ ଏହାର ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଇଓଡବ୍ଲ୍ୟୁର ଏଫ୍‌ଆଇଆର୍‌ ଆଧାରରେ ଇଡି ମଧ୍ୟ ତଦନ୍ତ କରିଥିଲା। ପୂର୍ବରୁ ଇଡି ଏହି ମାମଲାରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ ମଧ୍ୟ କରିଥିଲା। ତେବେ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୬ରେ ପ୍ରଥମ ଚାର୍ଜଶିଟ୍‌ ଏବଂ ୨୦୧୭ରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି।
ପ୍ରଭାତ ଏହି ଚିଟ୍‌ଫଣ୍ଡ ସ୍କାମ୍‌ରେ ଅଭିଯୁକ୍ତଙ୍କ ସହ ସନ୍ଦେହଜନକ ଜମି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ଏବଂ ସିଶୋର ମୁଖ୍ୟ ପ୍ରଶାନ୍ତଙ୍କ ମଧ୍ୟରେ ଯାଜପୁର ଜିଲା ବେଣୁପୁର ଅଞ୍ଚଳରେ ଏକ ଜମି କାରବାର ଚୁକ୍ତି ହୋଇଥିବାରୁ ସେ ସିବିଆଇ ସ୍କାନରରେ ରହିଥିଲେ। ତାଙ୍କ ନାମରେ ଥିବା ଉକ୍ତ ଜମି ସିଶୋର ଗ୍ରୁପ୍‌କୁ ୨୮ ଲକ୍ଷରେ ବିକ୍ରି ପାଇଁ ୨୦୧୧ରେ ଡିଲ୍‌ ହୋଇଥିଲା। ୨୦୧୨ରେ ଜମି ବାବଦକୁ ପ୍ରଭାତ ଅଗ୍ରୀମ ୨୫ ଲକ୍ଷ ଟଙ୍କା ଆଣିବା ପରେ କୌଣସି କାରଣ ପାଇଁ ଉକ୍ତ ଜମି ବିକ୍ରି ହୋଇପାରି ନ ଥିଲା। ତେଣୁ ଉକ୍ତ ଟଙ୍କା ସିଶୋର ମୁଖ୍ୟଙ୍କୁ ଫେରାଇ ଦିଆଯାଇଥିବା ପ୍ରଭାତ କହିଥିଲେ। ହେଲେ ଉକ୍ତ ଟଙ୍କା ଫେରସ୍ତ ହୋଇ ନ ଥିବା ସିବିଆଇ ପ୍ରମାଣ ପାଇବା ପରେ ପ୍ରଭାତଙ୍କୁ ଏକାଧିକ ଥର ଜେରା କରିଥିଲା। ପରେ ୨୦୧୭ ସେପ୍ଟେମ୍ବର ୧୯ରେ ସିବିଆଇ ପ୍ରଭାତଙ୍କୁ ଗିରଫ କରି ଜେଲ ପଠାଇଥିଲା। ୨୦୧୮ ଜୁନ ୨୬ରେ ପ୍ରଭାତ ଜାମିନରେ ମୁକୁଳିଥିଲେ। ସେପଟେ ତଦନ୍ତବେଳେ ଇଡି ପକ୍ଷରୁ ପ୍ରଭାତଙ୍କ କଟକ ଏସ୍‌ବିଆଇ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍‌ କରାଯାଇଥିବା ଗତବର୍ଷ ଜୁଲାଇରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଶନିବାର ପ୍ରଭାତ ଏବଂ ତାଙ୍କ ସ୍ତ୍ରୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିବାବେଳେ ମାମଲାର ଶୁଣାଣି ଆସନ୍ତା ନଭେମ୍ବରରେ ଆରମ୍ଭ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri