୩୦% ବଢ଼ିଛିି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୧: ଉତ୍ପାଦନକାରୀ ରାଷ୍ଟ୍ରରେ ଶ୍ରମଶକ୍ତିର ଅଭାବ ଓ ଆମଦାନୀ କାରଣରୁ ଭାରତରେ କ୍ରମାଗତ ଭାବେ ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ଯୋଗୁ ସାଧାରଣଲୋକ ଆର୍ଥିକ ମାନ୍ଧାବସ୍ଥା ଦେଇ ଗତି କରୁଥିବା ବେଳେ ବଜାରରେ ଏଭଳି ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବାଢଇ ଦେଇଛି। ଗତ ବର୍ଷକ ମଧ୍ୟରେ ଖାଉଟି ବଜାରରେ ମିଳୁଥିବା ସବୁ ପ୍ରକାରର ଖାଇବା ତେଲର ଦାମ ୨୦ ରୁ ୩୦% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସୋରିଷ, ବନସ୍ପତି, ସୋୟାବିନ, ସନଫ୍ଲାୱାର, ବାଦାମ ଓ ପାମ୍‌ ଭଳି ଖାଇବା ତେଲର ଦରଦାମ ବୃଦ୍ଧି ହୋଇ ଚାଲିଛି। ଭାରତୀୟ ବଜାରରେ ବିଶେଷ କରି ପାମ୍‌, ସୋୟାବିନ ଓ ସନଫ୍ଲାୱାରର ଦର ଗତ ଏକ ବର୍ଷ ମଧ୍ୟରେ ୨୦ ରୁ ୩୦% ବୃଦ୍ଧି ଘଟିଥିବା ଯୋଗୁ ଏହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ବଜାରରେ ସୋରିଷ ତେଲ ଲିଟର ପିଛା ୧୨୦ରୁ ଉର୍ଦ୍ଧ୍ୱ ଟଙ୍କା ରହିଛି। ଗତବର୍ଷ ଏହା ୧୦୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ସେହିଭଳି ବନସ୍ପତି ତେଲ ମଧ୍ୟ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହାର କିଲୋ ପ୍ରତି ଦର ୭୫.୨୫ ଟଙ୍କାରୁ ବୃଦ୍ଧି ପାଇ ୧୦୨.୫ ଟଙ୍କାରେରେ ପହଞ୍ଚତ୍ଛି। ସେହିପରି ସୋୟାବିନ୍‌ ତେଲର ଦର ୯୦ ଟଙ୍କା ରହିଥିଲା ବେଳେ ବର୍ତ୍ତମାନ ଏହାର ଦର ୧୧୦ ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରି ହେଉଛି। ପାମ ଓ ସନଫ୍ଲାୱାର ତେଲର ଦାମ ମଧ୍ୟ ନିୟମିତ ଭାବରେ ବଢି ଚାଲିଛି। ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମାଲେସିଆରେ ପାମ ତେଲର ଉତ୍ପାଦନ ହ୍ରାସ ପାଇଥିବାରୁ ଭାରତରେ ଏହାର ପ୍ରଭାବ ପଡିଛି। ଫଳରେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ବୃଦ୍ଧି ପାଇ ଚାଲିଛି। ଦେଶର ପ୍ରାୟ ୭୦% ପାମ ତେଲର ବ୍ୟବହାର ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ କରାଯାଇଥାଏ। ସରକାର ଯଦି ପାମ ତେଲ ଉପରେ ଲାଗୁଥିବା ସୀମା ଶୁଳ୍କକୁ ହ୍ରାସ କରିବା ସହ କୋହଳନୀତି ଅବଲମ୍ବନ କରିବେ, ତା’ହେଲେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ମଧ୍ୟ ସେହି ଅନୁସାରେ ହ୍ରାସ ପାଇବ ବୋଲି ବିଭିନ୍ନ ଶିଳ୍ପସଂସ୍ଥା ଓ ଡିଲରମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଦିନକୁ ଦିନ ଖାଇବା ତେଲର ଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କଠାରୁ ନେଇ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକ ଚିନ୍ତାରେ ପଡିଯାଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ସଂଘ ଓ ବ୍ୟବସାୟୀମାନେ ସରକାରଙ୍କୁ ଏ ବିଷୟରେ ବିଭିନ୍ନ ମାଧ୍ୟମରେ ଅବଗତ କରାଇଛନ୍ତି। ଫଳରେ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତେଲ ଦରକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେହିଭଳି ଆଳୁ ଓ ପିଆଜ ଦରଦାମ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି। କିଛି ଦିନ ହେବ ଉତ୍ପାଦନ ବୃଦ୍ଧି କାରଣରୁ ପ୍ରାୟ ୩୦ ହଜାର ଟନ୍‌ ପିଆଜ ଆମଦାନୀ ହେବା ପରେ ବଜାରରେ ଧୀରେ ଧୀରେ ଦର ହ୍ରାସ ପାଉଛି। ସେହିପରି ଆଳୁ ଦରରେ ମଧ୍ୟ ସ୍ଥିରତା ଆସିଛି। ଖାଇବା ତେଲ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ହ୍ରାସ କରାଯିବ ସେ ବିଷୟରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri