ଜି-୨୦ ସମିଟ୍‌: ନୂଆ ବିଶ୍ୱ ସୂଚକାଙ୍କ ପ୍ରସ୍ତାବ ଦେଲେ ମୋଦି

ନୂଆଦିଲ୍ଲୀ, ୨୨।୧୧: ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ଜି୨୦ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଛନ୍ତି। ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀର ସୁଯୋଗ ବୁଝିବା’ ସମିଟ୍‌ର ମୁଖ୍ୟ ପ୍ରସଙ୍ଗ ରହିଛି। ସାଉଦି ରାଜା ସଲମାନ ଏହାର ଉଦ୍‌ଘାଟନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମହାମାରୀ ବିଶ୍ୱ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ନିର୍ଣ୍ଣାୟକ ପଦକ୍ଷେପ ନେବା ଲାଗି ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଥିଲେ। କେବଳ ଅର୍ଥନୀତିରେ ସୁଧାର, ନିଯୁକ୍ତି ଓ ବାଣିଜ୍ୟ ମଧ୍ୟରେ ସୀମିତ ନ ରହି ପୃଥିବୀର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ହେବ। କୋଭିଡ୍‌ ପରବର୍ତ୍ତୀ ବିଶ୍ୱ ପାଇଁ ଏକ ନୂଆ ସୂଚକାଙ୍କ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏଥିରେ ୪ଟି ମୁଖ୍ୟ ପ୍ରସଙ୍ଗ ରହିବ। ସେଗୁଡ଼ିକ ହେଲା ବିଶାଳ ଟ୍ୟାଲେଣ୍ଟ ପୁଲ୍‌ ସୃଷ୍ଟି, ସମାଜର ସବୁ ଭାଗରେ ଯେପରି ପ୍ରଯୁକ୍ତି ପହଞ୍ଚତ୍ବ ତାହା ନିଶ୍ଚିତ କରିବା, ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଟ୍ରଷ୍ଟିଶିପ୍‌ ମନୋଭାବ ନେଇ କାର୍ଯ୍ୟ କରିବା। କୋଭିଡ୍‌ ପରବର୍ତ୍ତୀ ବିଶ୍ୱରେ ଯେକୌଣସି ସ୍ଥାନରୁ କାର୍ଯ୍ୟ କରିବା ସାଧାରଣ ଘଟଣା ହୋଇଛି। ସେଥିଲାଗି ଜି-୨୦ ଭର୍ଚୁଆଲ ସଚିବାଳୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri