୩୦% ବଢ଼ିଛିି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୧: ଉତ୍ପାଦନକାରୀ ରାଷ୍ଟ୍ରରେ ଶ୍ରମଶକ୍ତିର ଅଭାବ ଓ ଆମଦାନୀ କାରଣରୁ ଭାରତରେ କ୍ରମାଗତ ଭାବେ ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ଯୋଗୁ ସାଧାରଣଲୋକ ଆର୍ଥିକ ମାନ୍ଧାବସ୍ଥା ଦେଇ ଗତି କରୁଥିବା ବେଳେ ବଜାରରେ ଏଭଳି ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବାଢଇ ଦେଇଛି। ଗତ ବର୍ଷକ ମଧ୍ୟରେ ଖାଉଟି ବଜାରରେ ମିଳୁଥିବା ସବୁ ପ୍ରକାରର ଖାଇବା ତେଲର ଦାମ ୨୦ ରୁ ୩୦% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସୋରିଷ, ବନସ୍ପତି, ସୋୟାବିନ, ସନଫ୍ଲାୱାର, ବାଦାମ ଓ ପାମ୍‌ ଭଳି ଖାଇବା ତେଲର ଦରଦାମ ବୃଦ୍ଧି ହୋଇ ଚାଲିଛି। ଭାରତୀୟ ବଜାରରେ ବିଶେଷ କରି ପାମ୍‌, ସୋୟାବିନ ଓ ସନଫ୍ଲାୱାରର ଦର ଗତ ଏକ ବର୍ଷ ମଧ୍ୟରେ ୨୦ ରୁ ୩୦% ବୃଦ୍ଧି ଘଟିଥିବା ଯୋଗୁ ଏହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ବଜାରରେ ସୋରିଷ ତେଲ ଲିଟର ପିଛା ୧୨୦ରୁ ଉର୍ଦ୍ଧ୍ୱ ଟଙ୍କା ରହିଛି। ଗତବର୍ଷ ଏହା ୧୦୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ସେହିଭଳି ବନସ୍ପତି ତେଲ ମଧ୍ୟ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହାର କିଲୋ ପ୍ରତି ଦର ୭୫.୨୫ ଟଙ୍କାରୁ ବୃଦ୍ଧି ପାଇ ୧୦୨.୫ ଟଙ୍କାରେରେ ପହଞ୍ଚତ୍ଛି। ସେହିପରି ସୋୟାବିନ୍‌ ତେଲର ଦର ୯୦ ଟଙ୍କା ରହିଥିଲା ବେଳେ ବର୍ତ୍ତମାନ ଏହାର ଦର ୧୧୦ ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରି ହେଉଛି। ପାମ ଓ ସନଫ୍ଲାୱାର ତେଲର ଦାମ ମଧ୍ୟ ନିୟମିତ ଭାବରେ ବଢି ଚାଲିଛି। ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମାଲେସିଆରେ ପାମ ତେଲର ଉତ୍ପାଦନ ହ୍ରାସ ପାଇଥିବାରୁ ଭାରତରେ ଏହାର ପ୍ରଭାବ ପଡିଛି। ଫଳରେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ବୃଦ୍ଧି ପାଇ ଚାଲିଛି। ଦେଶର ପ୍ରାୟ ୭୦% ପାମ ତେଲର ବ୍ୟବହାର ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ କରାଯାଇଥାଏ। ସରକାର ଯଦି ପାମ ତେଲ ଉପରେ ଲାଗୁଥିବା ସୀମା ଶୁଳ୍କକୁ ହ୍ରାସ କରିବା ସହ କୋହଳନୀତି ଅବଲମ୍ବନ କରିବେ, ତା’ହେଲେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ମଧ୍ୟ ସେହି ଅନୁସାରେ ହ୍ରାସ ପାଇବ ବୋଲି ବିଭିନ୍ନ ଶିଳ୍ପସଂସ୍ଥା ଓ ଡିଲରମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଦିନକୁ ଦିନ ଖାଇବା ତେଲର ଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କଠାରୁ ନେଇ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକ ଚିନ୍ତାରେ ପଡିଯାଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ସଂଘ ଓ ବ୍ୟବସାୟୀମାନେ ସରକାରଙ୍କୁ ଏ ବିଷୟରେ ବିଭିନ୍ନ ମାଧ୍ୟମରେ ଅବଗତ କରାଇଛନ୍ତି। ଫଳରେ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତେଲ ଦରକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେହିଭଳି ଆଳୁ ଓ ପିଆଜ ଦରଦାମ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି। କିଛି ଦିନ ହେବ ଉତ୍ପାଦନ ବୃଦ୍ଧି କାରଣରୁ ପ୍ରାୟ ୩୦ ହଜାର ଟନ୍‌ ପିଆଜ ଆମଦାନୀ ହେବା ପରେ ବଜାରରେ ଧୀରେ ଧୀରେ ଦର ହ୍ରାସ ପାଉଛି। ସେହିପରି ଆଳୁ ଦରରେ ମଧ୍ୟ ସ୍ଥିରତା ଆସିଛି। ଖାଇବା ତେଲ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ହ୍ରାସ କରାଯିବ ସେ ବିଷୟରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁବିଓଆଇର ‘ୟୁନିୟନ ମୁସ୍କାନ୍‌’

ଭୁବନେଶ୍ୱର,୭।୬: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଓଆଇ)ର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନିୟନ ମୁସ୍କାନ୍‌’ ଆୟୋଜିତ ହୋଇଯାଇଛି। ବିଶେଷକରି ସମ୍ବଲପୁର...

ଆଧାର ସହ ପାନ୍‌ ଲିଙ୍କ ଆଉ ମାଗଣା ନୁହେଁ, ଦେବାକୁ ହେବ ୧,୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ,୪।୩: ପାନ୍‌କୁ ଆଧାର ସହ ଲିଙ୍କ କରିବା ଆଉ ମାଗଣା ନୁହେଁ। ଆୟକର ବିଭାଗ ଏହି ଲିଙ୍କ ପାଇଁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧,୦୦୦...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୦-୧୦:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ମାସ ୧୪ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡିକରେ ସ୍ଥିତିକୁ ତଥା ଅନ୍ୟ ପ୍ରସଙ୍ଗଗୁଡିକୁ ସେ ସମୀକ୍ଷା କରିବା କାର୍ଯ୍ୟକ୍ରମ...

ନାଲ୍‌କୋର ୧୭୩୨ କୋଟି ଟଙ୍କା ରେକର୍ଡ ନିଟ୍‌ ଲାଭ

ଭୁବନେଶ୍ୱର,୧୯-୯: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ) ନିଟ୍‌ ଲାଭରେ ରେଡର୍କ ହାସଲ କରିଛି। କମ୍ପାନୀ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦଶନ୍ଧିରେ ସର୍ବାଧିକ ୧୭୩୨ କୋଟି...

ସାଓମିର ନୂଆ ରେଡମି ନୋଟ ୭ ଏସ୍‌

ଭୁବନେଶ୍ୱର,୨୭-୫: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ନୂଆ ରେଡମି ନୋଟ ୭ ଏସ୍‌ ବଜାରକୁ ଆସିଛି। ଏଥିରେ ୪୮ ଏମ୍‌ପି କ୍ୟାମେରା ସ୍ଥାନିତ ହୋଇଛି।...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ, ୪-୧୨: ରିଜର୍ଭ ବ୍ୟାଙ୍କର ୩ ଦିନିଆ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅର୍ଥ ବ୍ୟବସ୍ଥା...

ବିଓଆଇର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୦।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଆଇର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ...

ଆମେରିକାର ଉତ୍ପାଦ ଉପରେ ଭାରତର ଟାରିଫ୍‌ ବୃଦ୍ଧି ଗ୍ରହଣୀୟ ନୁହେଁ: ଟ୍ରମ୍ପ

ଓ୍ବାଶିଂଟନ,୯-୭: ଆମେରିକାର ବହୁ ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଟାରିଫ୍‌...

Advertisement
Archives

Model This Week