୩୦% ବଢ଼ିଛିି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୧: ଉତ୍ପାଦନକାରୀ ରାଷ୍ଟ୍ରରେ ଶ୍ରମଶକ୍ତିର ଅଭାବ ଓ ଆମଦାନୀ କାରଣରୁ ଭାରତରେ କ୍ରମାଗତ ଭାବେ ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ଯୋଗୁ ସାଧାରଣଲୋକ ଆର୍ଥିକ ମାନ୍ଧାବସ୍ଥା ଦେଇ ଗତି କରୁଥିବା ବେଳେ ବଜାରରେ ଏଭଳି ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବାଢଇ ଦେଇଛି। ଗତ ବର୍ଷକ ମଧ୍ୟରେ ଖାଉଟି ବଜାରରେ ମିଳୁଥିବା ସବୁ ପ୍ରକାରର ଖାଇବା ତେଲର ଦାମ ୨୦ ରୁ ୩୦% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସୋରିଷ, ବନସ୍ପତି, ସୋୟାବିନ, ସନଫ୍ଲାୱାର, ବାଦାମ ଓ ପାମ୍‌ ଭଳି ଖାଇବା ତେଲର ଦରଦାମ ବୃଦ୍ଧି ହୋଇ ଚାଲିଛି। ଭାରତୀୟ ବଜାରରେ ବିଶେଷ କରି ପାମ୍‌, ସୋୟାବିନ ଓ ସନଫ୍ଲାୱାରର ଦର ଗତ ଏକ ବର୍ଷ ମଧ୍ୟରେ ୨୦ ରୁ ୩୦% ବୃଦ୍ଧି ଘଟିଥିବା ଯୋଗୁ ଏହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଗୁରୁବାର ବଜାରରେ ସୋରିଷ ତେଲ ଲିଟର ପିଛା ୧୨୦ରୁ ଉର୍ଦ୍ଧ୍ୱ ଟଙ୍କା ରହିଛି। ଗତବର୍ଷ ଏହା ୧୦୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ସେହିଭଳି ବନସ୍ପତି ତେଲ ମଧ୍ୟ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହାର କିଲୋ ପ୍ରତି ଦର ୭୫.୨୫ ଟଙ୍କାରୁ ବୃଦ୍ଧି ପାଇ ୧୦୨.୫ ଟଙ୍କାରେରେ ପହଞ୍ଚତ୍ଛି। ସେହିପରି ସୋୟାବିନ୍‌ ତେଲର ଦର ୯୦ ଟଙ୍କା ରହିଥିଲା ବେଳେ ବର୍ତ୍ତମାନ ଏହାର ଦର ୧୧୦ ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରି ହେଉଛି। ପାମ ଓ ସନଫ୍ଲାୱାର ତେଲର ଦାମ ମଧ୍ୟ ନିୟମିତ ଭାବରେ ବଢି ଚାଲିଛି। ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମାଲେସିଆରେ ପାମ ତେଲର ଉତ୍ପାଦନ ହ୍ରାସ ପାଇଥିବାରୁ ଭାରତରେ ଏହାର ପ୍ରଭାବ ପଡିଛି। ଫଳରେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ବୃଦ୍ଧି ପାଇ ଚାଲିଛି। ଦେଶର ପ୍ରାୟ ୭୦% ପାମ ତେଲର ବ୍ୟବହାର ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ କରାଯାଇଥାଏ। ସରକାର ଯଦି ପାମ ତେଲ ଉପରେ ଲାଗୁଥିବା ସୀମା ଶୁଳ୍କକୁ ହ୍ରାସ କରିବା ସହ କୋହଳନୀତି ଅବଲମ୍ବନ କରିବେ, ତା’ହେଲେ ଅନ୍ୟ ସମସ୍ତ ଖାଇବା ତେଲର ଦାମ ମଧ୍ୟ ସେହି ଅନୁସାରେ ହ୍ରାସ ପାଇବ ବୋଲି ବିଭିନ୍ନ ଶିଳ୍ପସଂସ୍ଥା ଓ ଡିଲରମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଦିନକୁ ଦିନ ଖାଇବା ତେଲର ଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କଠାରୁ ନେଇ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକ ଚିନ୍ତାରେ ପଡିଯାଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ସଂଘ ଓ ବ୍ୟବସାୟୀମାନେ ସରକାରଙ୍କୁ ଏ ବିଷୟରେ ବିଭିନ୍ନ ମାଧ୍ୟମରେ ଅବଗତ କରାଇଛନ୍ତି। ଫଳରେ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଏକ ମନ୍ତ୍ରିସ୍ତରୀୟ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତେଲ ଦରକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେହିଭଳି ଆଳୁ ଓ ପିଆଜ ଦରଦାମ ବିଷୟରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି। କିଛି ଦିନ ହେବ ଉତ୍ପାଦନ ବୃଦ୍ଧି କାରଣରୁ ପ୍ରାୟ ୩୦ ହଜାର ଟନ୍‌ ପିଆଜ ଆମଦାନୀ ହେବା ପରେ ବଜାରରେ ଧୀରେ ଧୀରେ ଦର ହ୍ରାସ ପାଉଛି। ସେହିପରି ଆଳୁ ଦରରେ ମଧ୍ୟ ସ୍ଥିରତା ଆସିଛି। ଖାଇବା ତେଲ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ହ୍ରାସ କରାଯିବ ସେ ବିଷୟରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?