ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇମାସ ବାକି ଥିବାବେଳେ ଦରଦାମ୍‌ ନିୟନ୍ତ୍ରଣକୁ ଆଣିବା କେନ୍ଦ୍ର ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉଚିତ ଅନୁପାତରେ ମୌସୁମୀ ବର୍ଷା ନ ହେବାରୁ ଖରିଫ ଅମଳକୁ ନେଇ ଅନିଶ୍ଚିତତା ଦେଖାଦେଇଛି, ଯାହାକି ଆଗାମୀ ଦିନରେ ଜରୁରୀ ସାମଗ୍ରୀ ମୂଲ୍ୟକୁ ଆହୁରି ବଢ଼ାଇଦେଇପାରେ। ତେଣୁ ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି ବିଶେଷକରି ଡାଲିଜାତୀୟ ଓ ତେଲ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛି। ଏହା ସତ୍ତ୍ୱେ ପାର୍ବଣରେ ସୁଫଳ ମିଳିବା ଆଶା ଦିଶୁନାହିଁ।

ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ପରାମର୍ଶଦାତା ମନୀଷା ସେନଶର୍ମା ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏକ ପତ୍ର ପଠାଇଥିଲେ। ଖାଇବା ତେଲ ଓ ତୈଳବୀଜର ଦରଦାମ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ଉକ୍ତ ଚିଠିରେ ସେ ନିର୍ଦ୍ଦେଶ ଦେଇଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅନୁସାରେ ଲୋକଙ୍କ ପାଇଁ ଉଚିତ ମୂଲ୍ୟରେ ଜରୁରୀ ସାମଗ୍ରୀଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଏଥିରେ କୁହାଯାଇଛି। ନିକଟରେ ଆମଦାନୀ ଶୁଳ୍କ ହ୍ରାସ କରିବା ସତ୍ତ୍ୱେ ଖାଇବା ତେଲ/ତୈଳବୀଜର ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଅଧିକ ପରିମାଣର ତେଲ ମହଜୁଦ ରଖୁଥିବାରୁ ଏପରି ହୋଇଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ରେଡର୍ସ, ମିଲର୍ସ ଓ ଷ୍ଟକିଷ୍ଟଙ୍କୁ ନିଜ ନିଜ ଷ୍ଟକ୍‌ ଘୋଷଣା କରିବା ନିମନ୍ତେ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍‌ ଘୋଷଣା ପରେ ତାକୁ ରାଜ୍ୟ ସରକାର ଯାଞ୍ଚ କରିବେ। ସେହିପରି ଖାଇବା ତେଲ ଓ ତୈଳବୀଜଗୁଡ଼ିକର ମୂଲ୍ୟ ଉପରେ ମଧ୍ୟ ସାପ୍ତାହିକ ଭିତ୍ତିରେ ଅନୁଧ୍ୟାନ କରିବା ପାଇଁ କୁହାଯାଇଛି।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସମସ୍ତ ଜରୁରୀ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ପାର୍ବଣରେ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହାସତ୍ତ୍ୱେ ଖାଇବା ତେଲ ଦରଦାମ ହ୍ରାସ ପାଉନାହିଁ। ଏଥିପାଇଁ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ମହଜୁଦକାରୀଙ୍କୁ ଦାୟୀ କରି ଷ୍ଟକ୍‌ ଲିମିଟ୍‌ ଉପରେ ଅଙ୍କୁଶ ଲଗାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅନୁସାରେ ଲୋକଙ୍କ ପାଇଁ ଉଚିତ ମୂଲ୍ୟରେ ଜରୁରୀ ସାମଗ୍ରୀଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ଜୁନ୍‌ ୫ରେ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧ୍ୟାଦେଶ ଆଣିଥିଲେ। ସେତେବେଳେ ତୈଳବୀଜ, ଡାଲିଜାତୀୟ ଶସ୍ୟ, ପିଆଜ ଆଦିକୁ ଉକ୍ତ ଆଇନ ପରିସର ବାହାରେ ରଖାଯାଇଥିଲା। ଉଦ୍ଦେଶ୍ୟ ଥିଲା ସେସବୁକୁ ମହଜୁଦ ରଖିବା ସୀମା କଟକଣାରୁ ମୁକ୍ତ କରିବା। ତେବେ ସୁପ୍ରିମକୋର୍ଟ ଉକ୍ତ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଥିବାରୁ ସରକାର ଏବେ ଏହାକୁ ଆଳ କରି ତେଲ ଦର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଷ୍ଟକ୍‌ ସୀମା ନେଇ କଟକଣା ଜାରି କରିଛନ୍ତି। ଏନେଇ ଭୁବନେଶ୍ୱର ୟୁନିଟ୍‌-୧ରେ ଗ୍ରୋସେରି ଦୋକାନ କରିଥିବା ଦୀନେଶ ପାତ୍ର କହିଛନ୍ତି, ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ସତ। କିନ୍ତୁ ଆମେ ପୂର୍ବରୁ ଚଢ଼ା ଦରରେ କିଣି ମହଜୁଦ ରଖିଥିବା ତେଲକୁ ଏବେ ବିକ୍ରି କରିବାକୁ ପଡ଼ିବ। ନୂଆ ମାଲ ଆସିଲେ ନୂଆ ଦରରେ ବିକିବୁ। ଏବେ ଯାହା ମହଜୁଦ ଅଛି ତାକୁ ପୁରୁଣା ଦରରେ ହିଁ ଗ୍ରାହକଙ୍କୁ ଦେବୁ। ଆମେ ସୋୟାବିନ ତେଲ ଲିଟର ପିଛା ୧୫୦, ସୋରିଷ ତେଲ ଲିଟର ୧୮୫ରୁ ୧୯୫, ଓ ସୂର୍ଯ୍ୟମୁଖୀ ଲିଟର ପ୍ରତି ୧୪୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ।
ଖାଇବା ତେଲକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏହା ହେଉଛି କେନ୍ଦ୍ରର ଦ୍ୱିତୀୟ ହସ୍ତକ୍ଷେପ। ଗତ ଅଗଷ୍ଟରେ ମଧ୍ୟ କଞ୍ଚା ତଥା ରିଫାଇଣ୍ଡ ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଯାଇଥିଲା। ବର୍ତ୍ତମାନ କଞ୍ଚା ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ୩୦.୨୫% ରହିଛି, ଯାହାକି ପୂର୍ବରୁ ୩୮.୫୦% ଥିଲା। ସେହିପରି ରିଫାଇଣ୍ଡ ତେଲର ଆମଦାନୀ ଶୁଳ୍କକୁ ୪୯.୫୦ ପ୍ରତିଶତରୁ ୪୧.୨୫%କୁ ହ୍ରାସ କରାଯାଇଥିଲା। ଖାଇବା ତେଲର ଦର ବର୍ଷକୁ ବର୍ଷ ୨୦-୩୦% ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବିଶ୍ୱରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ଯୋଗୁ ଭାରତରେ ମଧ୍ୟ ଏହାର ବହୁଳ ପ୍ରଭାବ ପଡ଼ିଛି। ଗତବର୍ଷ ବାଦାମ ତେଲର ହାରାହାରି ଖୁଚୁରା ମୂଲ୍ୟ ଲିଟର ପିଛା ୧୫୦.୫୦ ଟଙ୍କା ଥିବାବେଳେ ଏବେ ଏହା ୧୭୭.୯୧ ଟଙ୍କାକୁ ବୃଦ୍ଧି ପାଇଛି। ଅନୁରୂପ ଭାବେ ସୋୟାବିନ୍‌ ତେଲର ଦର ୧୦୪.୨୭ ଟଙ୍କାରୁ ୧୫୧.୪୩ ଟଙ୍କାକୁ ଚଢ଼ିଛି। ସୋରିଷ ତେଲ ଲିଟର ପ୍ରତି ୧୨୬.୧୭ ଟଙ୍କା ଥିବାବେଳେ ଏବେ ୧୭୨.୫୫ ଟଙ୍କାରେ ବିକ୍ରି ହେଉଛି। ପାମ୍‌ ଅଏଲ ମଧ୍ୟ ୯୪.୧୮ ଟଙ୍କାରୁ ୧୩୨.୪୬ ଟଙ୍କାକୁ ବୃଦ୍ଧି ପାଇଛି। ଏପରି କି ଘିଅର ବିକଳ୍ପ ଭାବେ ବ୍ୟବହୃତ ବନସ୍ପତି ତେଲର ଦାମ୍‌ ଲିଟର ପିଛା ୯୪.୧୮ରୁ ୧୩୨.୪୬ ଟଙ୍କାରେ ପହଞ୍ଚତ୍ଛି। ଏଭଳି ସମୟରେ ସରକାର ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହା ପଛରେ ଦୁଇଟି କାରଣ ରହିଥିବା କୁହାଯାଉଛି। ତାହା ହେଲା ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଖରିଫ ଫସଲ ଅମଳ ସମୟ ପାଖେଇ ଆସୁଛି। ତେଲ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଉକ୍ତ ଚିଠିରେ ଦର୍ଶାଯାଇଛି। ଦ୍ୱିତୀୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ସବୁ ଅଞ୍ଚଳରେ ମୌସୁମୀଜନିତ ସୁଷମ ବୃଷ୍ଟିପାତ ନ ହେବାରୁ ଅମଳ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏହାକୁ ନେଇ ନୀତି ପ୍ରଣୟନକାରୀମାନେ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଲେଣି, ଯାହାକି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri