ଖାଇବା ତେଲ: କମୁନି ଦର

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇମାସ ବାକି ଥିବାବେଳେ ଦରଦାମ୍‌ ନିୟନ୍ତ୍ରଣକୁ ଆଣିବା କେନ୍ଦ୍ର ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉଚିତ ଅନୁପାତରେ ମୌସୁମୀ ବର୍ଷା ନ ହେବାରୁ ଖରିଫ ଅମଳକୁ ନେଇ ଅନିଶ୍ଚିତତା ଦେଖାଦେଇଛି, ଯାହାକି ଆଗାମୀ ଦିନରେ ଜରୁରୀ ସାମଗ୍ରୀ ମୂଲ୍ୟକୁ ଆହୁରି ବଢ଼ାଇଦେଇପାରେ। ତେଣୁ ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି ବିଶେଷକରି ଡାଲିଜାତୀୟ ଓ ତେଲ ଦର ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛି। ଏହା ସତ୍ତ୍ୱେ ପାର୍ବଣରେ ସୁଫଳ ମିଳିବା ଆଶା ଦିଶୁନାହିଁ।

ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ପରାମର୍ଶଦାତା ମନୀଷା ସେନଶର୍ମା ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଏକ ପତ୍ର ପଠାଇଥିଲେ। ଖାଇବା ତେଲ ଓ ତୈଳବୀଜର ଦରଦାମ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ଉକ୍ତ ଚିଠିରେ ସେ ନିର୍ଦ୍ଦେଶ ଦେଇଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅନୁସାରେ ଲୋକଙ୍କ ପାଇଁ ଉଚିତ ମୂଲ୍ୟରେ ଜରୁରୀ ସାମଗ୍ରୀଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଏଥିରେ କୁହାଯାଇଛି। ନିକଟରେ ଆମଦାନୀ ଶୁଳ୍କ ହ୍ରାସ କରିବା ସତ୍ତ୍ୱେ ଖାଇବା ତେଲ/ତୈଳବୀଜର ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଅଧିକ ପରିମାଣର ତେଲ ମହଜୁଦ ରଖୁଥିବାରୁ ଏପରି ହୋଇଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ରେଡର୍ସ, ମିଲର୍ସ ଓ ଷ୍ଟକିଷ୍ଟଙ୍କୁ ନିଜ ନିଜ ଷ୍ଟକ୍‌ ଘୋଷଣା କରିବା ନିମନ୍ତେ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟକ୍‌ ଘୋଷଣା ପରେ ତାକୁ ରାଜ୍ୟ ସରକାର ଯାଞ୍ଚ କରିବେ। ସେହିପରି ଖାଇବା ତେଲ ଓ ତୈଳବୀଜଗୁଡ଼ିକର ମୂଲ୍ୟ ଉପରେ ମଧ୍ୟ ସାପ୍ତାହିକ ଭିତ୍ତିରେ ଅନୁଧ୍ୟାନ କରିବା ପାଇଁ କୁହାଯାଇଛି।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସମସ୍ତ ଜରୁରୀ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ପାର୍ବଣରେ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହାସତ୍ତ୍ୱେ ଖାଇବା ତେଲ ଦରଦାମ ହ୍ରାସ ପାଉନାହିଁ। ଏଥିପାଇଁ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ମହଜୁଦକାରୀଙ୍କୁ ଦାୟୀ କରି ଷ୍ଟକ୍‌ ଲିମିଟ୍‌ ଉପରେ ଅଙ୍କୁଶ ଲଗାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅନୁସାରେ ଲୋକଙ୍କ ପାଇଁ ଉଚିତ ମୂଲ୍ୟରେ ଜରୁରୀ ସାମଗ୍ରୀଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ଜୁନ୍‌ ୫ରେ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧ୍ୟାଦେଶ ଆଣିଥିଲେ। ସେତେବେଳେ ତୈଳବୀଜ, ଡାଲିଜାତୀୟ ଶସ୍ୟ, ପିଆଜ ଆଦିକୁ ଉକ୍ତ ଆଇନ ପରିସର ବାହାରେ ରଖାଯାଇଥିଲା। ଉଦ୍ଦେଶ୍ୟ ଥିଲା ସେସବୁକୁ ମହଜୁଦ ରଖିବା ସୀମା କଟକଣାରୁ ମୁକ୍ତ କରିବା। ତେବେ ସୁପ୍ରିମକୋର୍ଟ ଉକ୍ତ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଥିବାରୁ ସରକାର ଏବେ ଏହାକୁ ଆଳ କରି ତେଲ ଦର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଷ୍ଟକ୍‌ ସୀମା ନେଇ କଟକଣା ଜାରି କରିଛନ୍ତି। ଏନେଇ ଭୁବନେଶ୍ୱର ୟୁନିଟ୍‌-୧ରେ ଗ୍ରୋସେରି ଦୋକାନ କରିଥିବା ଦୀନେଶ ପାତ୍ର କହିଛନ୍ତି, ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ସତ। କିନ୍ତୁ ଆମେ ପୂର୍ବରୁ ଚଢ଼ା ଦରରେ କିଣି ମହଜୁଦ ରଖିଥିବା ତେଲକୁ ଏବେ ବିକ୍ରି କରିବାକୁ ପଡ଼ିବ। ନୂଆ ମାଲ ଆସିଲେ ନୂଆ ଦରରେ ବିକିବୁ। ଏବେ ଯାହା ମହଜୁଦ ଅଛି ତାକୁ ପୁରୁଣା ଦରରେ ହିଁ ଗ୍ରାହକଙ୍କୁ ଦେବୁ। ଆମେ ସୋୟାବିନ ତେଲ ଲିଟର ପିଛା ୧୫୦, ସୋରିଷ ତେଲ ଲିଟର ୧୮୫ରୁ ୧୯୫, ଓ ସୂର୍ଯ୍ୟମୁଖୀ ଲିଟର ପ୍ରତି ୧୪୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ।
ଖାଇବା ତେଲକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏହା ହେଉଛି କେନ୍ଦ୍ରର ଦ୍ୱିତୀୟ ହସ୍ତକ୍ଷେପ। ଗତ ଅଗଷ୍ଟରେ ମଧ୍ୟ କଞ୍ଚା ତଥା ରିଫାଇଣ୍ଡ ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଯାଇଥିଲା। ବର୍ତ୍ତମାନ କଞ୍ଚା ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ୩୦.୨୫% ରହିଛି, ଯାହାକି ପୂର୍ବରୁ ୩୮.୫୦% ଥିଲା। ସେହିପରି ରିଫାଇଣ୍ଡ ତେଲର ଆମଦାନୀ ଶୁଳ୍କକୁ ୪୯.୫୦ ପ୍ରତିଶତରୁ ୪୧.୨୫%କୁ ହ୍ରାସ କରାଯାଇଥିଲା। ଖାଇବା ତେଲର ଦର ବର୍ଷକୁ ବର୍ଷ ୨୦-୩୦% ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବିଶ୍ୱରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ଯୋଗୁ ଭାରତରେ ମଧ୍ୟ ଏହାର ବହୁଳ ପ୍ରଭାବ ପଡ଼ିଛି। ଗତବର୍ଷ ବାଦାମ ତେଲର ହାରାହାରି ଖୁଚୁରା ମୂଲ୍ୟ ଲିଟର ପିଛା ୧୫୦.୫୦ ଟଙ୍କା ଥିବାବେଳେ ଏବେ ଏହା ୧୭୭.୯୧ ଟଙ୍କାକୁ ବୃଦ୍ଧି ପାଇଛି। ଅନୁରୂପ ଭାବେ ସୋୟାବିନ୍‌ ତେଲର ଦର ୧୦୪.୨୭ ଟଙ୍କାରୁ ୧୫୧.୪୩ ଟଙ୍କାକୁ ଚଢ଼ିଛି। ସୋରିଷ ତେଲ ଲିଟର ପ୍ରତି ୧୨୬.୧୭ ଟଙ୍କା ଥିବାବେଳେ ଏବେ ୧୭୨.୫୫ ଟଙ୍କାରେ ବିକ୍ରି ହେଉଛି। ପାମ୍‌ ଅଏଲ ମଧ୍ୟ ୯୪.୧୮ ଟଙ୍କାରୁ ୧୩୨.୪୬ ଟଙ୍କାକୁ ବୃଦ୍ଧି ପାଇଛି। ଏପରି କି ଘିଅର ବିକଳ୍ପ ଭାବେ ବ୍ୟବହୃତ ବନସ୍ପତି ତେଲର ଦାମ୍‌ ଲିଟର ପିଛା ୯୪.୧୮ରୁ ୧୩୨.୪୬ ଟଙ୍କାରେ ପହଞ୍ଚତ୍ଛି। ଏଭଳି ସମୟରେ ସରକାର ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହା ପଛରେ ଦୁଇଟି କାରଣ ରହିଥିବା କୁହାଯାଉଛି। ତାହା ହେଲା ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଖରିଫ ଫସଲ ଅମଳ ସମୟ ପାଖେଇ ଆସୁଛି। ତେଲ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଉକ୍ତ ଚିଠିରେ ଦର୍ଶାଯାଇଛି। ଦ୍ୱିତୀୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ସବୁ ଅଞ୍ଚଳରେ ମୌସୁମୀଜନିତ ସୁଷମ ବୃଷ୍ଟିପାତ ନ ହେବାରୁ ଅମଳ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏହାକୁ ନେଇ ନୀତି ପ୍ରଣୟନକାରୀମାନେ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଲେଣି, ଯାହାକି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri