ଖାଇବା ତେଲ ମହଙ୍ଗା

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍‌ଏଓ) ସୂଚନାନୁସାରେ, ଶସ୍ୟ ମୂଲ୍ୟ ହ୍ରାସ ସତ୍ତ୍ୱେ ଖାଇବାତେଲ ଦର ବୃଦ୍ଧି ଯୋଗୁ ବିଶ୍ୱ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଏଫ୍‌ଏଓର ଖାଦ୍ୟ ମୂଲ୍ୟ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ପାଇଛି ଏବଂ ମାର୍ଚ୍ଚ ୨୦୨୪ରେ ୧୧୮.୩ ପଏଣ୍ଟରେ ପହଞ୍ଚିଛି। ଖାଇବା ତେଲର ଉପ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୮ ପ୍ରତିଶତ ବୃଦ୍ଧି ସହ ୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋୟା, ସୂର୍ଯ୍ୟମୁଖୀ ଏବଂ ସୋରିଷ ତେଲର ମୂଲ୍ୟ ବୃଦ୍ଧି ପାଉଥିବା ଏଫ୍‌ଏଓ ପକ୍ଷରୁ ସୂଚନା ରହିଛି। ଖଜୁରି ଅମଳକାରୀ ଦେଶରେ ଅମଳ ହ୍ରାସ ହେତୁ ଖଜୁରିତେଲ(ପାମ୍‌ ଅଏଲ)ର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ଏଥିସହ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକରେ ଏହାର ଚାହିଦା ମୂଲ୍ୟ ବୃଦ୍ଧିର ଆଉ ଏକ କାରଣ ହୋଇଛି। ଜୈବ ଇନ୍ଧନ କ୍ଷେତ୍ର ଏବଂ ବଢ଼ୁଥିବ ଚାହିଦା ହେତୁ ସୋୟା ତେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚରେ ଦୁଗ୍ଧ ମୂଲ୍ୟ ୨.୯ ପ୍ରତିଶତ ଏବଂ ମାଂସ ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ପୂର୍ବରୁ ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ମାତ୍ର ପରବର୍ତ୍ତୀ ସମୟରେ ମୂଲ୍ୟ ହ୍ରାସ ପାଇଥିଲା। ଭାରତରେ ମୁଦ୍ରାନୀତି ଘୋଷଣା କରିବାବେଳେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ଖାଦ୍ୟ ସାମଗ୍ରୀର ମୂଲ୍ୟ ନେଇ ଅନିଶ୍ଚିତତା ଲାଗି ରହିଛି। ଏହି କାରଣରୁ ମୁଦ୍ରାସ୍ଫୀତି ଉପରେ ଚାପ ପଡ଼ିପାରେ। ଡାଲିର ଚାହିଦା ଏବଂ ଯୋଗାଣ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିବାବେଳେ କିଛି ପନିପରିବା ମୂଲ୍ୟ ଉପରେ ନଜର ରଖିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri