Posted inଜାତୀୟ

ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇଡି ସମନ

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବା ପରେ ଇଡି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସମନ କରିଛି।
କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗକୁ ନେଇ ସଂସଦରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। କିନ୍ତୁ ସଂସଦ ଅଧିବେଶନରେ ଚାଲିଥିବାବେଳେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇଡି ପକ୍ଷରୁ ସମନ ପଠାଯାଇଛି। ଏନେଇ ଖଡ୍‌ଗେ କହିଛନ୍ତି, କହିଛନ୍ତି ମୋତେ ଭୟଭୀତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଗୃହ ଚାଲୁଥିବାବେଳେ ମୋତେ ଇଡି ସମନ ଜାରି କରିବା କେତେଦୂର ଠିକ।
ସୂଚନାଯୋଗ୍ୟ, ବୁଧବାର ଇଡି ପକ୍ଷରୁ ନ୍ୟାଶନାଲ ହେରାଲ୍ଡ ପରିସରରେ ଥିବା ୟଙ୍ଗ ଇଣ୍ଡିଆନ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା। ମଲିକାର୍ଜୁନ ଖଡ୍‌ଗେ ୟଙ୍ଗ ଇଣ୍ଡିଆ କମ୍ପାନୀର ଜଣେ ସ୍ବୀକୃତିପ୍ରାପ୍ତ ପ୍ରତିନିଧି। ସେ ଅଫିସରେ ନ ଥିବା ବେଳେ ତାହାକୁ ସିଲ କରାଯାଇଥିଲା। ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଇଡି ଖଡ୍‌ଗେଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖଡ୍‌ଗେ। ସଂସଦ ଚାଲିଥିବାବେଳେ ଇଡିରେ ହାଜର ହେବା କେମିତି ସମ୍ଭବ ବୋଲି ସେ କହିଛନ୍ତି।
ଖଡ୍‌ଗେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘର ଆଗରେ ପୋଲିସ ଛାଉଣୀ ରହିଥିଲା। ଗଣତନ୍ତ୍ର ଏହିପରି ବଞ୍ଚିବ କି? ଆମେ ଭୟ କରିବୁ ନାହିଁ, ଆମେ ଯୁଦ୍ଧ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର ଲାଗି ବିଜେଡିର ୨ ଦିନିଆ ସମ୍ମିଳନୀ

ଭୁବନେଶ୍ବର,୨୮।୯(ବ୍ୟୁରୋ): ରାଜ୍ୟରେ ଏବେ ରାଜନୈତିକ ଲଢ଼େଇ ଧୀରେ ଧୀରେ ବଢ଼ିବା ଆରମ୍ଭ କରିଛି। ଅନେକ ଦିନ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର...

ଚିଲିକା ବିଧାୟକଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ...

ମନି ଲଣ୍ଡରିଂ ମାମଲାରେ ସୋନିଆ-ରାହୁଲଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ,୧।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ନୋଟିସ...

ଚମ୍ବଲରୁ ୬ଟି ରାଜ୍ୟକୁ ସପ୍ଲାଏ ହେଉଥିଲା ସିନ୍ଥେଟିକ୍‌ କ୍ଷୀର: ୫୭ ଗିରଫ

ଭୋପାଳ,୨୦।୭: ମଧ୍ୟପ୍ରଦେଶ ଗ୍ବାଲିୟର-ଚମ୍ବଲ ଅଞ୍ଚଳରେ ଚାଲିଥିବା ୩ଟି ସିନ୍ଥେଟିକ୍‌ କ୍ଷୀର କାରଖାନା ଉପରେ ପୋଲିସ ଚଢ଼ାଉ କରିଛି। ଏନେଇ ୫୭ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ...

ସହଯୋଗୀଙ୍କ ସହ ଭାଜପାର ଆସନ ବୁଝାମଣା ଫର୍ମୂଲା…

ନୂଆଦିଲ୍ଲୀ, ୧୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ଏହାର ସହଯୋଗୀଙ୍କ ସହିତ ଆସନ ବୁଝାମଣା ଫର୍ମୂଲା ସ୍ଥିର କରିଛି।...

ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୨: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍‌ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି।...

୨୬ ଆବାସିକ କୋଠା-୪ କମର୍ସିଆଲ ବିଲ୍ଡିଂ ଥିବା ଏମସିଡିର ସବୁଠାରୁ ଧନୀ ପ୍ରାର୍ଥୀଙ୍କର ନାହିଁ କାର : ସତ୍ୟପାଠ ରିପୋର୍ଟ…

ନୂଆଦିଲ୍ଲୀ,୪।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି)ର ସମସ୍ତ ୨୫୦ ଟି ଆସନରେ ଭୋଟ ଗ୍ରହଣ ରବିବାର ଆରମ୍ଭ ହୋଇଛି। ଭୋଟର ମୋଟ ୧,୩୪୯ ଜଣ...

ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…

ହାଇଦ୍ରାବାଦ୍‌, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ...

Advertisement
Archives

Model This Week