ଇଡିକୁ ଏତେ କ୍ଷମତା?

ପୋଲିସ ଷ୍ଟେଟ୍‌କୁ ଏକ ପଲିଟିକାଲ ୟୁନିଟ୍‌ ଭାବେ ଶବ୍ଦକୋଷ ନିଶ୍ଚିତ କରିଛି, ଯାହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପୋଲିସ ଦ୍ୱାରା କ୍ଷମତାର ମନଇଚ୍ଛା ପ୍ରୟୋଗ ଏବଂ ସରକାରଙ୍କ ଦମନକାରୀ ନିୟନ୍ତ୍ରଣକୁ ସୂଚିତ କରେ। ଏହା ବିଶେଷକରି ପ୍ରଶାସନ ଓ ସରକାରଙ୍କ ନ୍ୟାୟିକ ସଂସ୍ଥାଗୁଡ଼ିକର ନ୍ୟାୟିକ ପ୍ରକ୍ରିୟାରେ ଥିବା ନିୟମିତ କାର୍ଯ୍ୟ ବଦଳରେ ଗୋଇନ୍ଦା ପୋଲିସର ନିୟନ୍ତ୍ରଣକୁ ବୁଝାଏ। ଅର୍ଥାତ୍‌ ପୋଲିସ ଷ୍ଟେଟ୍‌ ଏକ ଦେଶ ଯେଉଁଠି ସରକାରୀ ସଂସ୍ଥାଗୁଡ଼ିକ ସିଭିଲ୍‌ ସୋସାଇଟି ଏବଂ ସ୍ବାଧୀନତା ଉପରେ ଅତ୍ୟଧିକ ନିୟନ୍ତ୍ରଣାଧିକାର ପ୍ରୟୋଗ କରିଥାନ୍ତି। ଏଠାରେ ଆଇନ ଏବଂ କାର୍ଯ୍ୟପାଳିକାର ରାଜନୈତିକ କ୍ଷମତା ମଧ୍ୟରେ କିଛି ପ୍ରଭେଦ ନ ଥାଏ। ବିଶ୍ୱରେ ପୋଲିସ ଷ୍ଟେଟ୍‌ର ଅନେକ ଦୃଷ୍ଟାନ୍ତ ରହିଛି। ଏଗୁଡ଼ିକ ପ୍ରାୟତଃ ଗଣତନ୍ତ୍ର ନୁହନ୍ତି। ବର୍ତ୍ତମାନର ପୋଲିସ ଷ୍ଟେଟ୍‌ଗୁଡ଼ିକ ହେଉଛନ୍ତି ଚାଇନା, କ୍ୟୁବା, ଉତ୍ତର କୋରିଆ, ସାଉଦି ଆରବ ଏବଂ ମ୍ୟାନ୍‌ମାର। ତେବେ ଭାରତ ଏକ ପୋଲିସ ଷ୍ଟେଟ୍‌ କି? ଆଉ ଏକ ପ୍ରଶ୍ନରୁ ଏହାର ଉତ୍ତର ମିଳିପାରିବ। ପ୍ରଶ୍ନଟି ହେଉଛି, ଏକ ଗଣତନ୍ତ୍ର କ’ଣ ପୋଲିସ ଷ୍ଟେଟ୍‌ ହୋଇପାରିବ? ହଁ, ହୋଇପାରିବ। ସାମ୍ପ୍ରତିକ ସମୟରେ ରୁଷିଆ ହେଉଛି ଏହାର ଏକ ଦୃଷ୍ଟାନ୍ତ। କେହିି ଯୁକ୍ତି ବାଢ଼ିପାରନ୍ତି, ରୁଷିଆ ଏକ ବାସ୍ତବ ଗଣତନ୍ତ୍ର ନୁହେଁ ଏବଂ ଏହାର ନିର୍ବାଚନଗୁଡ଼ିକ ତ୍ରୁଟିପୂର୍ଣ୍ଣ। କିନ୍ତୁ ଏହି ସମାନ ଯୁକ୍ତି ମଧ୍ୟ ଭାରତ ସମେତ ଆହୁରି ଅନେକ ଦେଶ କ୍ଷେତ୍ରରେ କରାଯାଇପାରେ। ପ୍ରଶ୍ନ ହେଉଛି, ଭାରତର ହୃଦୟ ଅଧିକ ବ୍ୟକ୍ତି ସ୍ବାଧୀନତା ଆଡକୁ ଯାଉଛି ନା ଅତ୍ୟଧିକ କଟକଣା ମୁହଁା ହେଉଛି କିମ୍ବା ଏକ ପୋଲିସ ଷ୍ଟେଟ ଦିଗରେ ଗତି କରୁଛି? ୧୧ ଜୁଲାଇ ୨୦୨୨ରେ ଭାରତର ସୁପ୍ରିମକୋର୍ଟ କହିଲେ ଯେ, ଗଣତନ୍ତ୍ର କେବେ ବି ପୋଲିସ ଷ୍ଟେଟ ହୋଇପାରିବ ନାହିଁ। କୋର୍ଟ ଉଲ୍ଲେଖ କରିଥିଲେ ଯେ, ଭାରତରେ ଜେଲରେ ଥିତ୍ବା ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଚାରାଧୀନ କଏଦୀ। ଅର୍ଥାତ୍‌ ସେମାନେ ଅଭିଯୁକ୍ତ କିନ୍ତୁ ଦୋଷୀ ହୋଇ ନାହାନ୍ତି। କୋର୍ଟ ମଧ୍ୟ କହିଥିଲେ ଯେ, ବିଚାର ପୂର୍ବରୁ ଲୋକଙ୍କୁ ଗିରଫ କରି ଜେଲରେ ରଖିବା ନିର୍ଦ୍ଦିଷ୍ଟ ଭାବେ ଉପନିବେଶୀୟ ଭାରତର ମାନସିକତାର ଏକ ପ୍ରତୀକକୁ ପ୍ରଦର୍ଶିତ କରୁଛି। ବିନା ଦୋଷରେ ଗିରଫ କରି ଜେଲରେ ରଖିବା ଏକ ଗମ୍ଭୀର ପଦକ୍ଷେପ ଏବଂ ଏହା ବ୍ୟକ୍ତି ସ୍ବାଧୀନତାର ବିରୋଧୀ ହୋଇଥିବା ଯୋଗୁ ତଦନ୍ତକାରୀ ସଂସ୍ଥା ଏହାକୁ ସଂଯମତାର ସହ ପ୍ରୟୋଗ କରିବାକୁ ପଡ଼ିବ। ବୈଚାରିକ ଦୃଷ୍ଟିକୋଣରୁ ଗଣତନ୍ତ୍ର ଓ ପୋଲିସ ଷ୍ଟେଟ୍‌ ବିପରୀତ ହୋଇଥିବାରୁ ଏକ ଗଣତନ୍ତ୍ରକୁ ଏକ ପୋଲିସ ଷ୍ଟେଟ୍‌ ଭାବେ କେବେ ବି ବିଚାର କରାଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଥିଲେ।
କୋର୍ଟ ଏଠାରେ ସୂଚିତ କରିବାକୁ ଚାହଁୁଛନ୍ତି ଯେ, ଯଦିଓ ଆମେ ଏକ ଗଣତନ୍ତ୍ର, ତଥାପି ପୋଲିସ ଷ୍ଟେଟ ଭାବେ ବ୍ୟବହାର କରୁଛୁ। ଏହାର କିଛିଦିନ ପରେ ସୁପ୍ରିମକୋର୍ଟ ଆଉ ଏକ ବେଞ୍ଚରେ ଲୋକଙ୍କ ସମ୍ପତ୍ତି ଜବତ କରିବା ଏବଂ ଅଟକ ରଖିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମାତ୍ରାଧିକ କ୍ଷମତାକୁ ନ୍ୟାୟସଙ୍ଗତ ଓ ବୈଧ ବୋଲି ଘୋଷଣା କରିଛନ୍ତି। ଏବେ ଆଉ ଥରେ ମନି ଲଣ୍ଡରିଂ ଅଭିଯୋଗରେ ଜଣଙ୍କୁ ଜେଲରେ ରଖାଯାଇପାରିବ। ଥରେ ଜେଲରେ ରଖାଗଲେ ଦୋଷୀ ନ ହେଲେ ବି ମୁକୁଳିବା ଅସମ୍ଭବ ହୋଇଯିବ। ସନ୍ଦେହରେ ୟୁଏପିଏ ଆଇନରେ ଗିରଫ ହୋଇ ଜେଲ ଗଲେ ମୁକୁଳିବା ସ୍ବପ୍ନ ହୋଇଯିବ। ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନକୁ ନ୍ୟାୟସଙ୍ଗତ କରିଥିଲେ। ଆହୁରି ଅନେକ ଆଇନରେ ଅଭିଯୁକ୍ତଙ୍କୁ କୋର୍ଟରେ ନିଜ ପକ୍ଷରୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡୁଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାହକୁ ବନ୍ଦ କରିବା, ନିଶା ଦ୍ରବ୍ୟ ରଖିବା ଏବଂ ଆହୁରି ଅନେକ ଆଇନରେ ସମାନ ପ୍ରକାର ସ୍ଥିତି ଦେଖିବାକୁ ମିଳେ। ଏହି ସବୁ ଆଇନରେ ରାଜନୈତିକ ଓ ପୋଲିସ କ୍ଷମତା ସମାନ ଭାବେ ଦେଶ ସପକ୍ଷରେ ରହିଛି। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ରାଜନୈତିକ ବିରୋଧୀ ଏବଂ ଅସନ୍ତୁଷ୍ଟ ଏବଂ ସାମାଜିକ କର୍ମକର୍ତ୍ତାମାନଙ୍କୁ ଜେଲରେ ରଖାଯାଉଛି। ଆମ ସମ୍ବିଧାନ ଆମକୁ ଗଣତନ୍ତ୍ରର ବାଟ ଦେଖାଉଥିବାବେଳେ ଆମେ ନିଜକୁ ଏକ ପୋଲିସ ଷ୍ଟେଟ୍‌ ଭାବେ ସବୁବେଳେ ପ୍ରଦର୍ଶିତ କରିଛୁ। ବତ୍ତର୍ର୍ମାନର ବ୍ୟକ୍ତି ସ୍ବାଧୀନତା ଏବଂ ବ୍ୟକ୍ତି ଜୀବନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିବା ଆଇନଗୁଡ଼ିକୁ ଭୟରେ ଆମେ ଗ୍ରହଣ କରିଛୁ। ସେଗୁଡ଼ିକୁ ଟାଡା ଓ ପୋଟା ଭଳି ହଟାଇ ଦେବା ଦରକାର। ଏକ ରାଷ୍ଟ୍ର ଭାବେ କ୍ଷତିକାରକ ଆଇନଗୁଡ଼ିକର ଅପବ୍ୟବହାର ଓ ଅପପ୍ରୟୋଗ କରୁଥିବା ସରକାର ଏବଂ ଏହାର ଅଧିକାରୀମାନଙ୍କୁ ଦଣ୍ଡ ଦେବାରେ ଅକ୍ଷମ ହୋଇ ଥିବାରୁ ଏଭଳି ଆଇନଗୁଡ଼ିକ ବାରମ୍ବାର ପ୍ରକାଶ ପାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରୁଥିବା ମାମଲା ଓ ଦୋଷୀ ଅନୁପାତ ୧%ରୁ କମ୍‌ ବୋଲି ଆମେ ଜାଣୁ। ଏହା ମଧ୍ୟ ଜାଣୁ ଯେ, ସରକାର ବିରୋଧୀମାନଙ୍କ ବିରୋଧରେ ଇଡିକୁ ବ୍ୟବହାର କରୁଛନ୍ତିି ଏବଂ ୨୦୧୪ ପୂର୍ବ ତୁଳନାରେ ଏବେ ୨୫ଗୁଣ ଅଧିକ ଚଢ଼ାଉ କରାଯାଉଛି। କାହିଁକି ଇଡିକୁ ଏତେ କ୍ଷମତା ଦେବା? ଦେଶ ପାଖରେ ଅସୀମିତ କ୍ଷମତା ରହିବା ଅନେକେ ଚାହଁୁଥିବାରୁ ଇଡିକୁ ଏଭଳି କ୍ଷମତା ଦିଆଯାଉଛି। ଏହି ପ୍ରକାର ପ୍ରବୃତ୍ତି ନ୍ୟାୟିକ ବ୍ୟବସ୍ଥାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବି ସୃଷ୍ଟି ହୋଇଛି। ସେମାନେ ସରକାରଙ୍କ ଅଧିକାରଗୁଡ଼ିକୁ ଲୋକମାନଙ୍କ ଅଧିକାରଠାରୁ ଉପରେ ରଖିବାକୁ ଚାହଁୁଛନ୍ତି ଓ ସକ୍ଷମ ବି ହେଉଛନ୍ତି।
ଅନ୍ୟସବୁ ଗମ୍ଭୀର ଓ ନିର୍ଯାତକ ଆଇନଗୁଡ଼ିକୁ ଆମେ ହଟେଇଦେବା ଭଳି ୨୦୧୪ ପରେ ଆମେ ନିଜ ପାଇଁ ଆଣିଥିତ୍ବା ଆଇନଗୁଡ଼ିକୁ ଦୂରେଇ ଦେଇପାରିବା କି ନାହିଁ ତାହାକୁ ନେଇ ମୋର କିଛି ସନ୍ଦେହ ରହିଛି। ଉଦାରବାଦୀ ଗଣତନ୍ତ୍ରଗୁଡ଼ିକ ଯଥା ଆମ ସମ୍ବିଧାନ ଆମକୁ କହେ ଯେ, ବ୍ୟକ୍ତି ସ୍ବାଧୀନତା ସୁରକ୍ଷା ଆଡକୁ ଆଗେଇ ଚାଲ ଏବଂ ବ୍ୟକ୍ତିମାନଙ୍କ କ୍ଷତି କରୁଥିବା ଦେଶର କ୍ଷମତା ଉପରେ ଅଧିକ ବାଧା ସୃଷ୍ଟି କର। ହେଲେ ଆମେ ଅକ୍ଷମ। ଏବେ ଆମେ ଗତି କରୁଥିବା ନୈରାଶ୍ୟ ବା ଆଶାହୀନ ସମୟରେ ଆମ ଅଧିକାର ଓ ସ୍ବାଧୀନତାଗୁଡ଼ିକ ଉପରେ ଏଭଳି ଜବରଦସ୍ତ ହସ୍ତକ୍ଷେପ ବା ପ୍ରବେଶକୁ ନେଇ ଯଥେଷ୍ଟ ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri