ଚଢ଼ାଉ ପରେ ଇଡିର କାର୍ଯ୍ୟାନୁଷ୍ଠାନ: ପୂର୍ବତନ ବିଧାୟକଙ୍କ ୧୩୩ କୋଟିର ଜମା ସିଜ

ଭୁବନେଶ୍ୱର,୧୨।୫(ବ୍ୟୁରୋ): କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିଜ କରିଛି। ଏଥିସହ ତାଙ୍କ ୬୯ ଲକ୍ଷର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।

ଅର୍ଥ ହେରଫେର ମାମଲାରେ ଜିତୁଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ବାସଭବନ ସହିତ ଅନ୍ୟ ୪ ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।