Posted inଜାତୀୟ

ଅର୍ପିତାଙ୍କ ଘରୁ ମିଳିଲାଣି ୫୧ କୋଟି, ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ଭାବନା

କୋଲକାତା,୨୮ ।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ପର୍ଯ୍ୟନ୍ତ ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଘରୁ ପ୍ରାୟ ୩୦ କୋଟି ଟଙ୍କା ସହ ୫ କିଲୋ ସୁନା ଜବତ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପତାଙ୍କ ପ୍ରଥମ ଘରୁ ୨୧ କୋଟି ଟଙ୍କା ଇଡି ଜବତ କରିଥିଲା । ବୁଧବାର ଇଡି ତାଙ୍କ ଦ୍ୱିତୀୟ ଘରେ ଚଢାଉ କରିଥିଲା । ଏହାସହ ଅର୍ପିତାଙ୍କ ଘରୁ ୫୪ ଲକ୍ଷ ଟଙ୍କାର ବିଦେଶି ମୁଦ୍ରା ବି ଜବତ କରାଯାଇଛି । ଏବେ ଦୁଇଟି ଯାକ ଘରୁ ଜବତ ହୋଇଥିବା ଟଙ୍କାର ମୂଲ୍ୟ ୫୧ କୋଟି ହୋଇଛି ।
ଇଡି ପକ୍ଷରୁ କୁହାଯାଇଛି କି ଦ୍ୱିତୀୟ ଘରର ୱାଶରୁମରୁ ବି ଟଙ୍କା ଜବତ କରାଯାଇଛି । ଏହା ଏତେ ଅଧିକ ଥିଲା ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଟଙ୍କା ଗଣିବା ମେଶିନର ସହାୟତା ନେବାକୁ ପଡିଥିଲା । ଅର୍ପିତାଙ୍କ ଘରୁ ୨ଟି ଡାଏରି ବି ମିଳିଛି । ଇଡି ଅନୁମାନ କରିଛି କି ଏହି ଡାଏରିରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ଇଡିର ଅଧିକାରୀମାନେ ଅନୁମାନ କରିଛନ୍ତି କି ଏହି ଟଙ୍କା ପଶ୍ଚିମବଙ୍ଗ ସ୍କୁଲ ସେନା ଆୟୋଗ ଭର୍ତ୍ତି ଅନିୟମିତତା ଘୋଟାଲାର ବୋଲି ।

ଗଣମାଧ୍ୟମର ସୂଚନା ଅନୁଯାୟୀ, ଡାଏରିରେ ଲେଖାଯାଇଥିବା କିଛି କୋଡ ପାର୍ଥ ଚାଟାର୍ଜୀ ଅବା ଅର୍ପିତା ମୁଖାର୍ଜିଙ୍କ ଲେଖାସହ ମେଳ ଖାଉ ନାହିଁ । ତେଣୁ ଏଥିରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri