Posted inଜାତୀୟ

ଏଏପି ବିଧାୟକଙ୍କ ଘରେ ଇଡି ରେଡ! ଦଳ କହିଲା ଜାରି ରହିଛି ମୋଦିଙ୍କ ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୨।୯: ଦିଲ୍ଲୀର ଓଖଲା ଆସନରୁ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଥିବା ଅମାନତୁଲ୍ଲା ଖାନ ସୋମବାର (ସେପ୍ଟେମ୍ବର ୨)ରେ ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଚଢାଉ ପାଇଁ ତାଙ୍କ ଘରେ ପହଞ୍ଚିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ତାଙ୍କୁ ଗିରଫ କରିବା ପାଇଁ ଇଡି ଅଧିକାରୀମାନେ ପହଞ୍ଚିଛନ୍ତି। ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ତଦନ୍ତ ଏଜେନ୍ସିର ରେଡର ଭିଡିଓ ଶେୟାର କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଡିଙ୍କ ଏକଛତ୍ରବାଦୀ ଶାସନ ଜାରି ରହିଛି।
ଇଡି ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ଅନୁସନ୍ଧାନକାରୀ ଏଜେନ୍ସି ଟିମ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ସେ କବାଟ ଖୋଲି ନ ଥିଲେ। ୱାକଫ ବୋର୍ଡ ମନି ଲଣ୍ଡରିଂ ମାମଲାର ଯାଞ୍ଚ ପାଇଁ ଇଡି ଦଳ ଏଏପି ବିଧାୟକଙ୍କ ଘରେ ପହଞ୍ଚିଥିଲେ। ଏହି ମାମଲାରେ ଇଡି ଅମାନତୁଲ୍ଲାଙ୍କୁ ଅନେକ ଥର ପଚରାଉଚରା କରିଛି।

ଅମାନାତୁଲ୍ଲା ଖାନ ଏକ୍ସରେ ଲେଖିଛନ୍ତି, ମୋତେ ଗିରଫ କରିବା ପାଇଁ ଇଡି ଲୋକମାନେ ମୋ ଘରେ ପହଞ୍ଚିଛନ୍ତି। କିଛି ସମୟ ପରେ ସଞ୍ଜୟ ସିଂ ଏହି ରେଡର ଭିଡିଓ ଶେୟାର କରି କହିଛନ୍ତି, ଇଡିର ନିଷ୍ଠୁରତାକୁ ଦେଖ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ଅନୁସନ୍ଧାନରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କର କର୍କଟ ରୋଗ ଅଛି, ସେ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କର ଏକ ଅପରେସନ ହୋଇଛି। ହେଲେ ସକା ସକାଳୁ ଇଡି ଟିମ୍‌ ତାଙ୍କ ଘରେ ପହଞ୍ଚିଯାଇଛନ୍ତି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ହେଲେ ମୋଦିଙ୍କ ଏକଛତ୍ରବାଦୀ ଶାସନ ଓ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri