Posted inଜାତୀୟ

ଏଏପି ବିଧାୟକଙ୍କ ଘରେ ଇଡି ରେଡ! ଦଳ କହିଲା ଜାରି ରହିଛି ମୋଦିଙ୍କ ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୨।୯: ଦିଲ୍ଲୀର ଓଖଲା ଆସନରୁ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଥିବା ଅମାନତୁଲ୍ଲା ଖାନ ସୋମବାର (ସେପ୍ଟେମ୍ବର ୨)ରେ ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଚଢାଉ ପାଇଁ ତାଙ୍କ ଘରେ ପହଞ୍ଚିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ତାଙ୍କୁ ଗିରଫ କରିବା ପାଇଁ ଇଡି ଅଧିକାରୀମାନେ ପହଞ୍ଚିଛନ୍ତି। ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ତଦନ୍ତ ଏଜେନ୍ସିର ରେଡର ଭିଡିଓ ଶେୟାର କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଡିଙ୍କ ଏକଛତ୍ରବାଦୀ ଶାସନ ଜାରି ରହିଛି।
ଇଡି ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ଅନୁସନ୍ଧାନକାରୀ ଏଜେନ୍ସି ଟିମ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ସେ କବାଟ ଖୋଲି ନ ଥିଲେ। ୱାକଫ ବୋର୍ଡ ମନି ଲଣ୍ଡରିଂ ମାମଲାର ଯାଞ୍ଚ ପାଇଁ ଇଡି ଦଳ ଏଏପି ବିଧାୟକଙ୍କ ଘରେ ପହଞ୍ଚିଥିଲେ। ଏହି ମାମଲାରେ ଇଡି ଅମାନତୁଲ୍ଲାଙ୍କୁ ଅନେକ ଥର ପଚରାଉଚରା କରିଛି।

ଅମାନାତୁଲ୍ଲା ଖାନ ଏକ୍ସରେ ଲେଖିଛନ୍ତି, ମୋତେ ଗିରଫ କରିବା ପାଇଁ ଇଡି ଲୋକମାନେ ମୋ ଘରେ ପହଞ୍ଚିଛନ୍ତି। କିଛି ସମୟ ପରେ ସଞ୍ଜୟ ସିଂ ଏହି ରେଡର ଭିଡିଓ ଶେୟାର କରି କହିଛନ୍ତି, ଇଡିର ନିଷ୍ଠୁରତାକୁ ଦେଖ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ଅନୁସନ୍ଧାନରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କର କର୍କଟ ରୋଗ ଅଛି, ସେ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କର ଏକ ଅପରେସନ ହୋଇଛି। ହେଲେ ସକା ସକାଳୁ ଇଡି ଟିମ୍‌ ତାଙ୍କ ଘରେ ପହଞ୍ଚିଯାଇଛନ୍ତି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ହେଲେ ମୋଦିଙ୍କ ଏକଛତ୍ରବାଦୀ ଶାସନ ଓ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri