ଧାନଫସଲ ଦଳିଚକଟି ନଷ୍ଟକଲେ ୯ଟିକିଆ ହାତୀପଲ

ଅମରପାଲି,୨ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଗରିଆମୁଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଦୁଇଦିନ ହେଲା ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ନଅ ଟିକିଆ ହାତୀପଲ ଆସି ଗରିଆମୁଣ୍ଡା ଓ ଠାକୁରପୁର ଅଞ୍ଚଳର ଚାଷ ଜମିରେ ଧାନଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ତେବେ ଖବର ପାଇ ଉଭୟ ବୀରମହାରାଜପୁର ଏବଂ ଉଲୁଣ୍ଡା ବନାଞ୍ଚଳ କର୍ମଚାରୀ ତଥା ସୁବଳୟା ପୋଲିସ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ହାତୀପଲକୁ ଆଠମଲ୍ଲିକ ଜଙ୍ଗଲକୁ ଘଉଡ଼ାଇ ଦେଇଥିବା ଜଣାଯାଇଛି। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ ମଧ୍ୟ ଭଲ ହୋଇଛି। ଏନେଇ ଚାଷୀ ବେଶ୍‌ ଖୁସି ଥିବା ବେଳେ ଏବେ ହାତୀପଲ ଧାନଫସଲ ନଷ୍ଟ କରିଥିବା ଯୋଗୁ ଚାଷୀ ହତାଶ ହୋଇପଡ଼ିଛି। ଧାନଫସଲ ଅମଳ ହେବା ପୂର୍ବରୁ ହାତୀପଲ ଆସିବା ଆରମ୍ଭ ହୋଇ ଥିବାରୁ ବନ ବିଭାଗ ସଜାଗ ରହି ହାତୀ କିପରି ଫସଲ ନଷ୍ଟ ନ କରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ,୯ା୯: କଟକ ସିଡିଏ ସେକ୍ଟର-୯ସ୍ଥିତ ବନ୍ଦ ଘରୁ ସୋମବାର ଜଣେ ଅଧ୍ୟାପିକାଙ୍କ ମୃତଦେହ ଜବତ କରାଯାଇଛି। ମୃତ ଅଧ୍ୟାପିକା ଜଣକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ...

ପ୍ରବଳ ବର୍ଷା: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି,୯ା୯(ଦୁର୍ଯ୍ୟୋଧନ ପାତ୍ର): ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି।...

ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା

ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି

ମହାକାଳପଡ଼ା,୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ...

ଗଣେଶ୍ୱର ବେହେରାଙ୍କ ସତ୍ୟପାଠକୁ ଭୁଲ୍‌ ଦର୍ଶାଇଲେ କଂଗ୍ରେସର ଏହି ନେତ୍ରୀ, କହିଲେ ଜାତିଗତ କ୍ଷେତ୍ରରେ ତାଙ୍କର…

କେନ୍ଦ୍ରାପଡ଼ା,୯ା୯ (ଜଗନ୍ନାଥ ଧଳ): ୨୦୨୪ ନିର୍ବାଚନ ଫଳାଫଳର ୩ ମାସ ପରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସତ୍ୟପାଠ ଉପରେ କଂଗ୍ରେସ ପ୍ରାର୍ଥୀ ସିପ୍ରା ମଲ୍ଲିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri