ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ର ତଥ୍ୟରେ ଇଡି ଅସନ୍ତୁଷ୍ଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ଥିବାବେଳେ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଧିକ ତଦନ୍ତ କରାଯାଉଛି। ବୁଧବାର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଭିଡିଓ କଲ୍‌ ମାଧ୍ୟମରେ କୋର୍ଟଙ୍କ ନିକଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ରକୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ (ସିଏଫ୍‌ଏସ୍‌ଏଲ୍‌)କୁ ପଠାଇ ଯାଞ୍ଚ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି। ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଏହି ଡିଜିଟାଲ ପ୍ରମାଣପତ୍ରର ଯାଞ୍ଚରେ ମିଳିଥିବା ତଥ୍ୟରେ ଇଡି ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ତେଣୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ରେ ଏହି ପ୍ରମାଣପତ୍ରର ଅଧିକ ଯାଞ୍ଚ କରାଗଲେ ବେଆଇନ ଅର୍ଥ କାରବାରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଇଡି ଆଶା ରଖିଛି। କୋର୍ଟ ଏନେଇ ଇଡିକୁ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଗାମୀ ୨୪ ତାରିଖରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର କୋର୍ଟଙ୍କ ନିକଟରେ ହାଜର ହେବାର ରହିଛି।

ଗିରଫବେଳେ ଅର୍ଚ୍ଚନାଙ୍କ ଘରୁ ୪ରୁ ଅଧିକ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌ ଓ ଖଗେଶ୍ୱରଙ୍କ ପାଖରୁ ୨ରୁ ଅଧିକ ମୋବାଇଲ କମିଶନରେଟ ପୋଲିସ ଜବତ କରିଥିଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ତେବେ ଏହି ଡିଜିଟାଲ ପ୍ରମାଣପତ୍ରର ତଥ୍ୟ ହସ୍ତାନ୍ତର ପାଇଁ ଇଡି ପକ୍ଷରୁ ଚିଠି ଲେଖାଯାଇଥିଲା। ବିଳମ୍ବ ହେବାରୁ କୋର୍ଟ ଇଡିକୁ ଏହି ଡିଜିଟାଲ ପ୍ରମାଣପତ୍ର ରିପୋର୍ଟକୁ ହସ୍ତାନ୍ତର କରିବାକୁ ଷ୍ଟେଟ୍‌ ଫୋରେନ୍‌ସିକ ଲାବ୍‌କୁ ନିର୍ଦ୍ଦେଶ ଦେଇଥିଲା। ପରବର୍ତ୍ତୀ ସମୟରେ ଇଡି ଏସବୁ ଡିଜିଟାଲ ରିପୋର୍ଟ ପାଇଥିଲେ ମଧ୍ୟ ସେପରି କିଛି ନ ଥିବାରୁ ସନ୍ଦେହ ଉପୁଜିଛି।

ଇଡି ଏହି ୩ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ କାର୍‌କୁ ଜବତ କରିଥିଲା ଇଡି। ସୋମବାର ସତ୍ୟବିହାରସ୍ଥିତ ଆଲିଶାନ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ସେହିପରି ଅର୍ଚ୍ଚନାଙ୍କ ସମେତ ଖଗେଶ୍ୱରଙ୍କ ସମ୍ପତ୍ତି ମଧ୍ୟ ଆଟାଚ୍‌ କରିବାକୁ ଇଡି ଜୋର୍‌ଦାର ପ୍ରୟାସ ଜାରି ରଖିଛି। ସେପଟେ ଅର୍ଚ୍ଚନାଙ୍କ ପକ୍ଷରୁ କିଛିଦିନ ତଳେ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ରାୟ ନିକଟରେ ଆସିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri