ନୂଆଦିଲ୍ଲୀ,୧୩ା୮: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ବେଆଇନ ବେଟିଂ ଆପ୍ ସହ ଜଡ଼ିତ ଟଙ୍କା ହେର୍ଫେର୍ ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ଦ୍ଦିଷ୍ଟ ବିଜ୍ଞାପନ ମାଧ୍ୟମରେ ବେଟିଂ ଆପ୍ ୧X ବେଟ୍ ସହିତ ତାଙ୍କର ଆର୍ଥିକ କାରବାର ସମ୍ପର୍କରେ ରାଇନାଙ୍କୁ ଇଡି ଅଧିକାରୀ ପଚରାଉଚରା କରୁଛନ୍ତି। ୨୦୨୨ରେ ଅବସର ଘୋଷଣା କରିଥିବା ରାଇନାଙ୍କ ସହ ପୂର୍ବତନ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ, ଅଭିନେତା ସୋନୁ ସୁଦ୍, ଉର୍ବଶୀ ରାଉତେଲାଙ୍କ ଭଳି ଅନେକ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ସ ଉକ୍ତ ଆପ୍ର ବିଜ୍ଞାପନ କରିଥିଲେ।


