Posted inଖେଳ

ଲୁଚାଛପାରେ ନିର୍ବନ୍ଧ କଲେ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କିଏ ହେବେ ତେନ୍ଦୁଲକରଙ୍କ ବୋହୂ?

ନୂଆଦିଲ୍ଲୀ,୧୩।୮:  ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ସେ ଲୁଚାଛପାରେ ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ରିପୋର୍ଟ ଅନୁଯାୟୀ, ଅର୍ଜୁନ ତେନ୍ଦୁଲକର ମୁମ୍ବାଇର ପ୍ରଖ୍ୟାତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ସଗାଇ କରିଛନ୍ତି। ଘାଇ ପରିବାର ହସ୍ପିଟାଲିଟି ଓ ଖାଦ୍ୟ କ୍ଷେତ୍ରରେ ଏକ ବଡ଼ ନାମ। ତେବେ ଏଯାଏ ତେନ୍ଦୁଲକର କିମ୍ବା ଘାଇ ପରିବାର ପକ୍ଷରୁ ଏହି ନିର୍ବନ୍ଧ ସମ୍ପର୍କରେ କୌଣସି ଆଧିକାରିକ ବୟାନ ଜାରି କରାଯାଇନାହିଁ।
ତେବେ ଅର୍ଜୁନ ଓ ରୁଚିକାଙ୍କ ନିର୍ବନ୍ଧ ଏକ ପାରିବାରିକ ସମାରୋହରେ ସମ୍ପନ୍ନ ହୋଇଛି। ଏଥିରେ ଉଭୟ ପରିବାରର ନିକଟତମ ସଦସ୍ୟ ଓ ବନ୍ଧୁମାନେ ଉପସ୍ଥିତ ଥିଲେ।  ବିଶେଷକରି ସଚିନଙ୍କ ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ବେଶ ଖୁସି ନଜର ଆସିଥିଲେ। ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ରଣଜୀ ଟ୍ରଫି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ଏଥର ସେ ଗୋଆ ଟିମ ପାଇଁ ଖେଳୁଥିବାର ନଜର ଆସିବେ।
କିଏ ସାନିଆ ଚନ୍ଦୋକ?
ଅର୍ଜୁନଙ୍କ ଭାବିପତ୍ନୀ ସାନିଆ ଘାଇ ପରିବାର ସହ ଜଡ଼ିତ। ଏହି ପରିବାରର ବ୍ୟବସାୟିକ ସାମ୍ରାଜ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଉଦ୍ୟୋଗରେ ବ୍ୟାପ୍ତ। ସେମାନେ ଇଣ୍ଟରକଣ୍ଟିନେଣ୍ଟାଲ ମେରାଇନ ଡ୍ରାଇଭ ହୋଟେଲ ଏବଂ ବ୍ରୁକଲିନ କ୍ରିମେରୀ (ଲୋ-କ୍ୟାଲୋରୀ ଆଇସକ୍ରିମ ବ୍ରାଣ୍ଡ)ର ମାଲିକ। ସାନିଆ ଅର୍ଜୁନଙ୍କ ଭଉଣୀ ସାରା ତେନ୍ଦୁଲକରଙ୍କ ଅତ୍ୟନ୍ତ ନିକଟତମ ବନ୍ଧୁ ମଧ୍ୟ ଅଟନ୍ତି।
ଅପରପକ୍ଷେ ଅର୍ଜୁନ ତେନ୍ଦୁଲକର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ଥିଲେ। ତାଙ୍କୁ ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ରିଟେନ କରାଯାଇଥିଲା, କିନ୍ତୁ ସେ ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ। ଏହା ବ୍ୟତୀତ, ସେ ଏଯାଏ ୧୭ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୩୩.୫୧ର ହାରାହାରିରେ ୩୭ଟି ୱିକେଟ ଏବଂ ୨୩.୧୩ର ହାରାହାରିରେ ୫୩୨ ରନ ସଂଗ୍ରହ କରିଛନ୍ତି। ଲିଷ୍ଟ-ଏ କ୍ରିକେଟରେ ଅର୍ଜୁନ ୧୮ ମ୍ୟାଚରେ ୨୫ଟି ୱିକେଟ ଓ ୧୦୨ ରନ ଏବଂ ୨୪ଟି ଟି-୨୦ ମ୍ୟାଚରେ ୨୭ ଉଇକଟ ଓ ୧୧୯ ରନ କରିଛନ୍ତି। ଏଥର ସେ ଗୋଆ ଟିମ ପାଇଁ ଘରୋଇ କ୍ରିକେଟରେ ଖେଳୁଥିବାର ନଜର ଆସିବେ ଏବଂ ଏଥିପାଇଁ ସେ ମଇଦାନରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?