Posted inଜାତୀୟ

ଅର୍ଥନୀତିଜ୍ଞ ଈଶରଙ୍କ ପରଲୋକ

ନୂଆଦିଲ୍ଲୀ, ୨୭।୯: ମସ୍ତିଷ୍କ କର୍କଟରେ ଦୀର୍ଘ ୧୦ ମାସ ଧରି ପୀଡ଼ିତ ଥିବା ଅର୍ଥନୀତିଜ୍ଞ ଈଶର ଜଜ୍‌ ଆହଲୁଓ୍ବାଲିଆଙ୍କ ଶନିବାର ପରଲୋକ ହୋଇଯାଇଛି। ଅକ୍ଟୋବର ପହିଲାକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥାଆନ୍ତା। ସେ ଯୋଜନା କମିଶନର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ୍‌ ସିଂ ଆହଲୁଓ୍ବାଲିଆଙ୍କ ସହଧର୍ମିଣୀ ଥିଲେ। ତାଙ୍କର ଦୁଇ ପୁଅ ପବନ ଓ ଅମନ ଅଛନ୍ତି। ଈଶର ଇଣ୍ଡିଆନ୍‌ କାଉନ୍‌ସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନମିକ୍‌
ରିଲେଶନ୍ସ (ଆଇସିଆର୍‌ଆଇଇଆର୍‌)ର ନିର୍ଦ୍ଦେଶକ ଥିଲେ। ପରେ ସେ ୧୫ ବର୍ଷ ଧରି ଏହାର ଅଧ୍ୟକ୍ଷ ରହିଆସିଥିଲେ। ଏହି ଗବେଷଣା ସଂସ୍ଥାକୁ ସେ ଅନ୍ତର୍ଜାତୀୟ ସ୍ତରର ଥିଙ୍କ୍‌ ଟ୍ୟାଙ୍କରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମାସେ ତଳେ ଏହାର ଅଧ୍ୟକ୍ଷ ପଦରୁ ଓହରିଯାଇଥିଲେ। ଈଶର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ଭାରତ ଫେରିଆସି ସେ ଦୁଇଟି ପୁସ୍ତକ-‘ଇଣ୍ଡଷ୍ଟ୍ରିଆଲ୍‌ ଗ୍ରୋଥ୍‌ ଇନ୍‌ ଇଣ୍ଡିଆ: ଷ୍ଟାଗ୍‌ନେଶନ ସିନ୍‌ସ ଦି ମିଡ୍‌-ସିକ୍ସଷ୍ଟିଜ୍‌’ ଏବଂ ‘ପ୍ରଡକ୍ଟିଭିଟି ଆଣ୍ଡ୍‌ ଗ୍ରୋଥ୍‌ ଇନ୍‌ ଇଣ୍ଡିଆନ୍‌ ମାନ୍ୟୁଫାକ୍ଚରିଂ’ ରଚନା କରିଥିଲେ। ସେ ମଧ୍ୟ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଗତ ମାସ ତାଙ୍କ ଶେଷ ପୁସ୍ତକ ‘ବ୍ରେକିଂ ଥ୍ରୋ: ଏ ମେମୋର୍‌ ବାଇ ଈଶର ଜଜ୍‌ ଆହଲୁଓ୍ବାଲିଆ’ ପ୍ରକାଶ ପାଇଥିଲା।
ଈଶର ପଶ୍ଚିମବଙ୍ଗର ଶ୍ରୀ ଶିକ୍ଷାୟତନ ବିଦ୍ୟାଳୟରୁ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। କୋଲକାତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତି ବିଷୟରେ ପଢ଼ିବା ବେଳେ ସେ ୩୫ ଟଙ୍କାର ମେଧାବୃତ୍ତି ପାଇଥିଲେ, ଯାହା ତାଙ୍କୁ କଲେଜ ଫିଜ୍‌ ଓ ଘରୁ କଲେଜ ଯାଏ ଟ୍ରାମ୍‌ରେ ଯାତାୟାତ କରିବାରେ ସାହାଯ୍ୟ କରିଥିଲା। ଏହା ପରେ ସେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରୁ ଫେଲୋଶିପ୍‌ ହାସଲ କରିବା ତାଙ୍କ କ୍ୟାରିୟରକୁ ଅଧିକ ଉଜ୍ଜ୍ୱଳ କରିଦେଇଥିଲା। ତାଙ୍କ ଗବେଷଣା ବିଶେଷକରି ଗ୍ରାମୀଣ ବିକାଶ, ମାକ୍ରୋ ଇକୋନମିକ୍‌ ରିଫର୍ମସ, ଶିଳ୍ପ ସମ୍ବନ୍ଧୀୟ ବିକାଶ ଏବଂ ଭାରତରେ ସାମାଜିକ କ୍ଷେତ୍ରରେ ଉପୁଜୁଥିବା ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri