ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ଭାରତର ଅର୍ଥନୈତିକ ସର୍ଭେ (୨୦୨୫-୨୬) ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସୂଚନା ଦେଇଛନ୍ତି।

ରାଜ୍ୟର ମୋଟ ନିଟ୍ ଘରୋଇ ଉତ୍ପାଦ (NSDP) ୨୦୨୩-୨୪ର ୬.୯୯ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୭.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅଭିବୃଦ୍ଧି ହାର ୧୩.୦୪ ପ୍ରତିଶତ ରହିଛି।

କୃଷି କ୍ଷେତ୍ରରେ ଓଡ଼ିଶାର ଦବଦବା ବଢିବାରେ ଲାଗିଛି। ବର୍ତ୍ତମାନ ଦେଶର ଟପ୍-୩ ସୂର୍ଯ୍ୟମୁଖୀ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ସେହିପରି ରାଜ୍ୟରେ ବ୍ୟାଙ୍କ ଜମା ପରିମାଣ ୫.୮୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଲୋକଙ୍କ ସଞ୍ଚୟ ଏବଂ ନିବେଶ କ୍ଷମତା ବଢୁଥିବାର ସୂଚନା ଦେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ଏହି ରିପୋର୍ଟ ଓଡ଼ିଶାର ସ୍ଥାୟୀ ଏବଂ ସମାବେଶୀ ବିକାଶକୁ ପ୍ରମାଣିତ କରୁଛି। ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥିବାରୁ ଶିକ୍ଷା, ଭିତ୍ତିଭୂମି ଏବଂ ସମାଜ ମଙ୍ଗଳ କାର୍ଯ୍ୟରେ ଅଧିକ ପୁଞ୍ଜି ନିବେଶ କରାଯାଉଛି। ପ୍ରତିଟି ଓଡ଼ିଆଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ଗୁଣାତ୍ମକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଏହି ଅଭିବୃଦ୍ଧିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ।”


Enter your email to get our daily news in your inbox.

All Right Reserved By Dharitri.Com

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?