କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର ହେବ । ପ୍ରଥମଥର ପାଇଁ କେନ୍ଦ୍ର ସରକାର ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଇକୋ ଟୁରିଜିମ୍‌କୁ ପ୍ରୋତ୍ସାହନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଇକୋ କଡିଡ଼ର ଓ ଟର୍ଟଲ କଡିଡ଼ର ନେଇ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ଗଞ୍ଜାମ ଜିଲର ଋଷିକୁଲ୍ୟା ମୁହାଁଣ ଓ କେନ୍ଦ୍ରାପଡାର ଗହିରମଥାରେ ସର୍ବାଧିକ ସାମୁଦ୍ରିକ କଇଁଛ ସମାଗମ ହେବାର ପରିଲକ୍ଷିତ ହୁଏ । ଗତ ବର୍ଷ ଗଞ୍ଜାମର ଋଷିକୁଲ୍ୟା ମୁହାଁଣରେ ଦୁଇଟି ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ୯ ଲକ୍ଷରୁ ଅଧିକ ସାମୁଦ୍ରିକ କଇଁଛଙ୍କ ସାମୂହିକ ଅଣ୍ଡାଦାନ ହୋଇଥିବାବେଳେ କେନ୍ଦ୍ରାପଡାର ଗହିମଥାରେ ୫ଲକ୍ଷରୁ ଅଧିକ କଇଁଛ ସାମୂହିକ ଅଣ୍ଡାଦାନ କରିଥିଲେ । ଏପରିକି ଉଭୟ ବେଳାଭୂମିରେ ୧୫ ଲକ୍ଷରୁ ଅଧିକ ସାମୂହିକ ଅଣ୍ଡାଦାନ ହୋଇଥିଲା । ଚଳିତ ବର୍ଷ ଏହାର ବୃଦ୍ଧି ଘଟିବାର ପରିବେଶବିତ୍‌ ଆଶା ରଖିଛନ୍ତି । ଓଡ଼ିଶା ସମେତ ତାମିଲନାଡୁ,ଆନ୍ଧ୍ର ପ୍ରଦେଶ, କେରଳ ଉପକୂଳବର୍ତ୍ତୀ ଗଣଅଣ୍ଡାଦାନସ୍ଥଳ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଓଡ଼ିଶାର ଋଷିକୁଲ୍ୟା ମୁହାଁଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନସ୍ଥଳ ଗୁଡିକକୁ ଗୁରୁତ୍ୱ ଦେଇ ବଜେଟରେ ଘୋଷଣା କରିଛନ୍ତି । ଯାହାକୁ ନେଇ ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନସ୍ଥଳକୁ ସୁରକ୍ଷା ନେଇ ଗୁରୁତ୍ୱ ଦିଆଯିବ । ତତ୍‌ ସହିତ ମୁହାଁଣକୁ ବିଶ୍ବର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପରିବେଶ ସଚେତନତା କରାଯିବ । ଏଠାରେ ପରିବେଶବିତ୍‌, ପର୍ଯ୍ୟଟକଙ୍କ ଭିଡ଼ ଲାଗିଲେ ସ୍ଥାନୀୟ ଅଞ୍ଚଳବାସୀ ବ୍ୟବସାୟିକ ସୁବିଧା ପାଇଲେ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ସେହିପରି ରାସ୍ଥା ଘାଟ, ଆଲୋକିକରଣ ଆଦି ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ସମ୍ପାଦକ ତଥା ପରିବେଶବିତ୍‌ ରବିନ୍ଦ୍ର ନାଥ ସାହୁ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ ପ୍ରମୁଖ ଏହାକୁ ସ୍ବାଗତ ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri