ଏ ବର୍ଷ ୭ ସ୍ଥାନରେ ଇକୋ ରିଟ୍ରିଟ୍‌

ଭୁବନେଶ୍ୱର,୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷ ରାଜ୍ୟର ୫ ସ୍ଥାନରେ ଇକୋ ରିଟ୍ରିଟ୍‌ ହେବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣ ପାଇଁ ବାର୍ଷିକ କ୍ୟାମ୍ପେନ୍‌ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛି। କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ସୋନାପୁର ଓ ପୁଟସିଲ୍‌ଠାରେ ଇକୋ ରିଟ୍ରିଟ୍‌ ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର୧ରୁ ଏହା ଆରମ୍ଭ ହୋଇପାରେ। ତେଣୁ ପର୍ଯ୍ୟଟକମାନେ ସେପ୍ଟେମ୍ବର ୧୫ରୁ ବୁକିଂ ଆରମ୍ଭ କରିପାରିବେ। ବିଳାସପୂର୍ଣ୍ଣ ଟେଣ୍ଟ ହାଉସ୍‌ ସହିତ ଦୁଃସାହସିକ କ୍ରୀଡ଼ା, ବିଚ୍‌, ମନ୍ଦିର, ଜଙ୍ଗଲ ଆଉ ଅନେକ ସ୍ଥାନ ଏକ୍ସପ୍ଲୋର କରିବେ ପର୍ଯ୍ୟଟକ। ତେବେ ଏ ସଂକ୍ରାନ୍ତ ସମସ୍ତ ସୂଚନା ଆସନ୍ତା ସପ୍ତାହରେ ପର୍ଯ୍ୟଟକମାନେ ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୯ରେ କୋଣାର୍କ ଚନ୍ଦ୍ରଭାଗାଠାରୁ ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍‌ ପରବର୍ତ୍ତୀ ସମୟରେ ୫ଟି ସ୍ଥାନରେ ହେଉଥିବାବେଳେ ଏବେ ଏହି ସଂଖ୍ୟା ୭ରେ ପହଞ୍ଚତ୍ଛି। ଗତବର୍ଷ କୋଣାର୍କ ରାମଚଣ୍ଡୀ ବେଳାଭୂମିର ସୁନ୍ଦର ପରିବେଶ ଉପଭୋଗ କରିବା ପାଇଁ ୨୦ରୁ ଅଧିକ କାର୍ଯ୍ୟକ୍ରମ ସହ ୭୦ରୁ ଅଧିକ ଟେଣ୍ଟ ବ୍ୟବସ୍ଥା କରାଯାଇଥିଲା। ସାତକୋଶିଆଠାରେ ୨୫ ଟେଣ୍ଟ ଓ ୧୨ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ବ୍ୟାଘ୍ର ସଂରକ୍ଷଣ, ରତ୍ନଗିରି ଜଳପ୍ରପାତ, ସାତକୋଶିଆ ଗଣ୍ଡ ପ୍ରମୁଖ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିଛି। ସେହିପରି ଭିତକନିକାଠାରେ ୨୫ ବିଳାସପୂର୍ଣ୍ଣ ଟେଣ୍ଟ ଓ ୧୨ରୁ ଅଧିକ କାର୍ଯ୍ୟକ୍ରମ ହୋଇଥିଲା। ପର୍ଯ୍ୟଟକମାନେ ଭିତରକନିକା ନ୍ୟାଶନାଲ୍‌ ପାର୍କ, କ୍ରିକ୍‌ରେ ବୋଟିଂ, ନେଚର୍‌ ୱାକ୍‌ ଆଦିର ମଜା ନେବାର ସୁଯୋଗ ରହିଛି। ଦାରିଙ୍ଗବାଡ଼ିଠାରେ କଫି ଗାର୍ଡେନ୍‌, ମିଦୁବନ୍ଦା ୱାଟର୍‌ଫଲ୍‌, ସୂର୍ଯ୍ୟାସ୍ତ ପଏଣ୍ଟ , ହୀରାକୁଦ୍‌ଠାରେ ମା ସାଲେଶ୍ୱରୀ ମନ୍ଦିର, ଦେବୀଗଡ଼ ବନ୍ୟାପ୍ରାଣୀ ଅଭୟାରଣ୍ୟ, ହୀରାକୁଦ୍‌ ଡ୍ୟାମ୍‌, ସୋନାପୁରଠାରେ ସୁବର୍ଣ୍ଣମେରୁ ଶିବମନ୍ଦିର, ଲଙ୍କେଶ୍ୱରୀ ମନ୍ଦିର, ସୁରେଶ୍ୱରୀ ମନ୍ଦିର ଏବଂ ପୁଟସିଲ୍‌ଠାରେ ଶାବର ଶ୍ରୀକ୍ଷେତ୍ର, ଟ୍ରାଇବାଲ୍‌ ମ୍ୟୁଜିୟମ୍‌, ଡୁମ୍‌ଡୁମା ଜଳପ୍ରପାତ ଭଳି ପ୍ରମୁଖ ସ୍ଥାନଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସାଜଛି। ସା ମନୋରଞ୍ଜନ, କ୍ୟୁଲିନାରି ଏକ୍ସପେରିଏନ୍ସ, ରାଇଫଲ୍‌ ଶୁଟିଂ, ଆର୍ଚେରି, ସାଇକେଲିଂ ଭଳି କାର୍ଯ୍ୟକ୍ରମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri