ଏ ବର୍ଷ ୭ ସ୍ଥାନରେ ଇକୋ ରିଟ୍ରିଟ୍‌

ଭୁବନେଶ୍ୱର,୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷ ରାଜ୍ୟର ୫ ସ୍ଥାନରେ ଇକୋ ରିଟ୍ରିଟ୍‌ ହେବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣ ପାଇଁ ବାର୍ଷିକ କ୍ୟାମ୍ପେନ୍‌ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛି। କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ସୋନାପୁର ଓ ପୁଟସିଲ୍‌ଠାରେ ଇକୋ ରିଟ୍ରିଟ୍‌ ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଡିସେମ୍ବର୧ରୁ ଏହା ଆରମ୍ଭ ହୋଇପାରେ। ତେଣୁ ପର୍ଯ୍ୟଟକମାନେ ସେପ୍ଟେମ୍ବର ୧୫ରୁ ବୁକିଂ ଆରମ୍ଭ କରିପାରିବେ। ବିଳାସପୂର୍ଣ୍ଣ ଟେଣ୍ଟ ହାଉସ୍‌ ସହିତ ଦୁଃସାହସିକ କ୍ରୀଡ଼ା, ବିଚ୍‌, ମନ୍ଦିର, ଜଙ୍ଗଲ ଆଉ ଅନେକ ସ୍ଥାନ ଏକ୍ସପ୍ଲୋର କରିବେ ପର୍ଯ୍ୟଟକ। ତେବେ ଏ ସଂକ୍ରାନ୍ତ ସମସ୍ତ ସୂଚନା ଆସନ୍ତା ସପ୍ତାହରେ ପର୍ଯ୍ୟଟକମାନେ ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୯ରେ କୋଣାର୍କ ଚନ୍ଦ୍ରଭାଗାଠାରୁ ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍‌ ପରବର୍ତ୍ତୀ ସମୟରେ ୫ଟି ସ୍ଥାନରେ ହେଉଥିବାବେଳେ ଏବେ ଏହି ସଂଖ୍ୟା ୭ରେ ପହଞ୍ଚତ୍ଛି। ଗତବର୍ଷ କୋଣାର୍କ ରାମଚଣ୍ଡୀ ବେଳାଭୂମିର ସୁନ୍ଦର ପରିବେଶ ଉପଭୋଗ କରିବା ପାଇଁ ୨୦ରୁ ଅଧିକ କାର୍ଯ୍ୟକ୍ରମ ସହ ୭୦ରୁ ଅଧିକ ଟେଣ୍ଟ ବ୍ୟବସ୍ଥା କରାଯାଇଥିଲା। ସାତକୋଶିଆଠାରେ ୨୫ ଟେଣ୍ଟ ଓ ୧୨ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ବ୍ୟାଘ୍ର ସଂରକ୍ଷଣ, ରତ୍ନଗିରି ଜଳପ୍ରପାତ, ସାତକୋଶିଆ ଗଣ୍ଡ ପ୍ରମୁଖ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିଛି। ସେହିପରି ଭିତକନିକାଠାରେ ୨୫ ବିଳାସପୂର୍ଣ୍ଣ ଟେଣ୍ଟ ଓ ୧୨ରୁ ଅଧିକ କାର୍ଯ୍ୟକ୍ରମ ହୋଇଥିଲା। ପର୍ଯ୍ୟଟକମାନେ ଭିତରକନିକା ନ୍ୟାଶନାଲ୍‌ ପାର୍କ, କ୍ରିକ୍‌ରେ ବୋଟିଂ, ନେଚର୍‌ ୱାକ୍‌ ଆଦିର ମଜା ନେବାର ସୁଯୋଗ ରହିଛି। ଦାରିଙ୍ଗବାଡ଼ିଠାରେ କଫି ଗାର୍ଡେନ୍‌, ମିଦୁବନ୍ଦା ୱାଟର୍‌ଫଲ୍‌, ସୂର୍ଯ୍ୟାସ୍ତ ପଏଣ୍ଟ , ହୀରାକୁଦ୍‌ଠାରେ ମା ସାଲେଶ୍ୱରୀ ମନ୍ଦିର, ଦେବୀଗଡ଼ ବନ୍ୟାପ୍ରାଣୀ ଅଭୟାରଣ୍ୟ, ହୀରାକୁଦ୍‌ ଡ୍ୟାମ୍‌, ସୋନାପୁରଠାରେ ସୁବର୍ଣ୍ଣମେରୁ ଶିବମନ୍ଦିର, ଲଙ୍କେଶ୍ୱରୀ ମନ୍ଦିର, ସୁରେଶ୍ୱରୀ ମନ୍ଦିର ଏବଂ ପୁଟସିଲ୍‌ଠାରେ ଶାବର ଶ୍ରୀକ୍ଷେତ୍ର, ଟ୍ରାଇବାଲ୍‌ ମ୍ୟୁଜିୟମ୍‌, ଡୁମ୍‌ଡୁମା ଜଳପ୍ରପାତ ଭଳି ପ୍ରମୁଖ ସ୍ଥାନଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସାଜଛି। ସା ମନୋରଞ୍ଜନ, କ୍ୟୁଲିନାରି ଏକ୍ସପେରିଏନ୍ସ, ରାଇଫଲ୍‌ ଶୁଟିଂ, ଆର୍ଚେରି, ସାଇକେଲିଂ ଭଳି କାର୍ଯ୍ୟକ୍ରମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri