ସଜେଇ ହେଉଛି ଦାରିଙ୍ଗବାଡ଼ି: ଖୋଲିବ ଇକୋ ରିଟ୍ରିଟ୍‌, ଭିଡ଼ ଜମାଇବେ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ଶୀତ ନ ଥିବା ଅନୁଭବ କରି ନିରାଶ ହେଉଛନ୍ତି। ସେପଟେ ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍‌ ଆସନ୍ତା ନଭେମ୍ବର ୧୫ରେ ଖୋଲିବାକୁ ଯାଉଛି। ଫଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେବ ଇକୋ ରିଟ୍ରିଟ୍‌। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବ୍ୟବସ୍ଥା ଭିୟୁ ଦେଖିବା ପାଇଁ ଓ୍ବାଚ୍‌ ଟାଓ୍ବାର ବ୍ୟବସ୍ଥା ସହ ଡାଇନିଂ ହଲ୍‌, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ବ୍ୟବସ୍ଥା ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍‌ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଚାଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌କୁ ଆହୁରି ଆକର୍ଷିତ କରାଯିବ। ଏଥିସହ ପର୍ଯ୍ୟଟନକ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ଇକୋ ରିଟ୍ରିଟ୍‌ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri