ଏହି ଦିନ ଖୋଲିବ ଇକୋ ରିଟ୍ରିଟ: ଜିଲାପାଳ ଦେଲେ ବଡ଼ ସୂଚନା, ଏଥର ପର୍ଯ୍ୟଟକଙ୍କୁ…

ଦାରିଙ୍ଗବାଡି, ୧୦।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି। ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ଚଳାଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ୫ ବର୍ଷ ହେଲା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ବ୍ୟବସ୍ଥା କରି ସେଠାରେ ତମ୍ବୁ ଘର କରୁଛନ୍ତି। ଯେଉଁଥିରେ ପର୍ଯ୍ୟଟକ ପଞ୍ଚ ତାରକା ହୋଟେଲର ସୁବିଧା ପାଉଛନ୍ତି । ତାହା ଚଳିତ ବର୍ଷ ମଧ୍ୟ କରାଯାଇଛି। ପ୍ରାୟ ୮୦ ପ୍ରତିଶତ ଇକୋ ରିଟ୍ରିଟର କାର୍ଯ୍ୟ ସାରିଥିବା କନ୍ଧମାଳ ଜିଲାପାଳ ବେଦ ଭୂଷଣ କହିଛନ୍ତି। ସେ ସୋମବାର ସନ୍ଧ୍ୟାରେ ଇକୋ ରିଟ୍ରିଟ ପରିସର ମଧ୍ୟରେ ସମୀକ୍ଷା କରିଛନ୍ତି । ଆସନ୍ତା ନଭେମ୍ବର ୧୫ ରେ ଏହାର ଶୁଭ ଉଦ୍‌ଘାଟନ କରାଯିବ ବୋଲି ଜିଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରର ରୂପାନ୍ତର କାର୍ଯ୍ୟ କରାଯାଉଛି । କଫି ବଗିଚା ଏବେ ସମ୍ପୂର୍ଣ୍ଣ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି । ଏଥିସହ ଚଳିତ ଥର ପର୍ଯ୍ୟଟକଙ୍କୁ
ଜି.ଉଦୟଗିରି ବ୍ଲକ ମୁକୁଳିଙ୍ଗିଆ ପର୍ଯ୍ୟଟନକ୍ଷେତ୍ର ସହ କୋଟଗଡ଼ ବ୍ଲକ ଲୁର୍ଦୁ ଜଳପ୍ରପାତ ବୁଲିବାକୁ ଅତିରିକ୍ତ ସୁଯୋଗ ମିଳିବ ବୋଲି ଜିଲାପାଳ କହିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲାପାଳ ବେଦ ଭୂଷଣଙ୍କ ସହ କନ୍ଧମାଳ ଜିଲାମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦୁନୀ ମଲିକ, ଇକୋ ରିଟ୍ରିଟର ପରିଚାଳକ ସୁମନ୍ତ ସରକାର ପ୍ରମୁଖ ଉପସ୍ଥିତ ରହିଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri