ଦାରିଙ୍ଗବାଡ଼ିରେ ଖୋଲିଲା ଇକୋ ରିଟ୍ରିଟ୍‌

ଦାରିଙ୍ଗବାଡ଼ି,୧।୧୨(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ଇକୋରିଟ୍ରିଟ୍‌ ଗୁରୁବାରଠାରୁ ଖୋଲିଛି ା ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ା ରାଜ୍ୟର ଏକାଧିକ ସ୍ଥାନରେ ଏହି ଇକୋରିଟ୍ରିଟ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲା ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲ, ବାଲିଗୁଡ଼ା ଏସ୍‌ଡିପିଓ ଜି.ଆର. ରାଘବେନ୍ଦ୍ର ଏବଂ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ସମେତ ଅନ୍ୟ ବ୍ଲକର ଲୋକ ପ୍ରତିନିଧିମାନେ ମଧ୍ୟ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟଟନ ଅଧିକାରୀ ଶୁଭ୍ରାସିନୀ ନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ ା ବିଡିଓ ଗଦାଧର ପାତ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଡିଓ ଗଦାଧର ପାତ୍ରଙ୍କ ରଚୟିତା ‘ଏଇ ଆମ ଦାରିଙ୍ଗବାଡ଼ି’ ଭିଡିଓ ଆଲବମ୍‌କୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ ା ଦାରିଙ୍ଗବାଡ଼ିର ସୁନ୍ଦର ପାହାଡ଼, ଜଙ୍ଗଲ ଓ ପର୍ଯ୍ୟଟନକ୍ଷେତ୍ର ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ଭିଡିଓଟି କରାଯାଇଛି। ସେହିପରି ଅତିଥିମାନେ ସମସ୍ତ ୨୫ କଟେଜକୁ ବୁଲି ଦେଖିଥିଲେ। ପ୍ରକାଶ ଯେ, ଚଳିତ ଥର ଦାରିଙ୍ଗବାଡିରେ ତୃତୀୟଥର ପାଇଁ କରାଯାଇଥିବା ବେଳେ ଚଳିତ ଥର ନୂତନ ଜମି ଏବଂ ଏକ ପାହାଡ଼ ଉପରେ କରାଯାଇଛି ା ଚଳିତ ଥର ପୂର୍ବ ବର୍ଷ ଅପେକ୍ଷା ପର୍ଯ୍ୟଟକଙ୍କୁ ଶସ୍ତାରେ କଟେଜ ମିଳିବ ଏବଂ ଆଗ ଅପେକ୍ଷା ଅଧିକା ସୁବିଧା ସୁଯୋଗ ରହିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ଶୁଭ୍ରାସିନୀ ନାୟକ କହିଛନ୍ତି। ଶିଶୁ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପର୍ଯ୍ୟଟନକ୍ଷେତ୍ର ବୁଲିବା ଏବଂ ସେମାନଙ୍କ ଲାଗି ଗାଇଡ କରାଯିବା ବ୍ୟବସ୍ଥା ଆଦି ରହିଛି। ଚଳିତ ବର୍ଷ ଯେଉଁ ସ୍ଥାନରେ ଇକୋରିଟ୍ରିଟ କରାଯାଇଛି ଉକ୍ତ ସ୍ଥାନ ପାହାଡ଼ ଉପରେ ହୋଇଥିବାବେଳେ କଟେଜ ଭିତରେ ହେଉ କି ବାହାରେ ସେ ଡାଇନିଂ ହଲରେ ମଧ୍ୟ ପର୍ଯ୍ୟଟକ ବାହାରର ଦୃଶ୍ୟକୁ ଭରପୂର ଉପଭୋଗ କରିବା ବ୍ୟବସ୍ଥା ରହିଛି । ଫଳରେ ପର୍ଯ୍ୟଟକ ଚଳିତ ଇକୋରିଟ୍ରିଟ୍‌କୁ ଅଧିକା ଆକୃଷ୍ଟ ହେବେ ବୋଲି କନ୍ଧମାଳ ଜିଲାପାଳ କହିଛନ୍ତି। ସ୍ଥାନୀୟ ଲୋକ କିଭଳି ପର୍ଯ୍ୟଯକଙ୍କୁ ଭଲ ବ୍ୟବହାର କରିବେ ସେନେଇ ଜିଲାପାଳ
ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି।