ଦାରିଙ୍ଗବାଡ଼ିରେ ଖୋଲିଲା ଇକୋ ରିଟ୍ରିଟ୍‌

ଦାରିଙ୍ଗବାଡ଼ି,୧।୧୨(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ଇକୋରିଟ୍ରିଟ୍‌ ଗୁରୁବାରଠାରୁ ଖୋଲିଛି ା ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ା ରାଜ୍ୟର ଏକାଧିକ ସ୍ଥାନରେ ଏହି ଇକୋରିଟ୍ରିଟ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲା ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲ, ବାଲିଗୁଡ଼ା ଏସ୍‌ଡିପିଓ ଜି.ଆର. ରାଘବେନ୍ଦ୍ର ଏବଂ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ସମେତ ଅନ୍ୟ ବ୍ଲକର ଲୋକ ପ୍ରତିନିଧିମାନେ ମଧ୍ୟ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟଟନ ଅଧିକାରୀ ଶୁଭ୍ରାସିନୀ ନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ ା ବିଡିଓ ଗଦାଧର ପାତ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ବିଡିଓ ଗଦାଧର ପାତ୍ରଙ୍କ ରଚୟିତା ‘ଏଇ ଆମ ଦାରିଙ୍ଗବାଡ଼ି’ ଭିଡିଓ ଆଲବମ୍‌କୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ ା ଦାରିଙ୍ଗବାଡ଼ିର ସୁନ୍ଦର ପାହାଡ଼, ଜଙ୍ଗଲ ଓ ପର୍ଯ୍ୟଟନକ୍ଷେତ୍ର ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ଭିଡିଓଟି କରାଯାଇଛି। ସେହିପରି ଅତିଥିମାନେ ସମସ୍ତ ୨୫ କଟେଜକୁ ବୁଲି ଦେଖିଥିଲେ। ପ୍ରକାଶ ଯେ, ଚଳିତ ଥର ଦାରିଙ୍ଗବାଡିରେ ତୃତୀୟଥର ପାଇଁ କରାଯାଇଥିବା ବେଳେ ଚଳିତ ଥର ନୂତନ ଜମି ଏବଂ ଏକ ପାହାଡ଼ ଉପରେ କରାଯାଇଛି ା ଚଳିତ ଥର ପୂର୍ବ ବର୍ଷ ଅପେକ୍ଷା ପର୍ଯ୍ୟଟକଙ୍କୁ ଶସ୍ତାରେ କଟେଜ ମିଳିବ ଏବଂ ଆଗ ଅପେକ୍ଷା ଅଧିକା ସୁବିଧା ସୁଯୋଗ ରହିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ଶୁଭ୍ରାସିନୀ ନାୟକ କହିଛନ୍ତି। ଶିଶୁ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପର୍ଯ୍ୟଟନକ୍ଷେତ୍ର ବୁଲିବା ଏବଂ ସେମାନଙ୍କ ଲାଗି ଗାଇଡ କରାଯିବା ବ୍ୟବସ୍ଥା ଆଦି ରହିଛି। ଚଳିତ ବର୍ଷ ଯେଉଁ ସ୍ଥାନରେ ଇକୋରିଟ୍ରିଟ କରାଯାଇଛି ଉକ୍ତ ସ୍ଥାନ ପାହାଡ଼ ଉପରେ ହୋଇଥିବାବେଳେ କଟେଜ ଭିତରେ ହେଉ କି ବାହାରେ ସେ ଡାଇନିଂ ହଲରେ ମଧ୍ୟ ପର୍ଯ୍ୟଟକ ବାହାରର ଦୃଶ୍ୟକୁ ଭରପୂର ଉପଭୋଗ କରିବା ବ୍ୟବସ୍ଥା ରହିଛି । ଫଳରେ ପର୍ଯ୍ୟଟକ ଚଳିତ ଇକୋରିଟ୍ରିଟ୍‌କୁ ଅଧିକା ଆକୃଷ୍ଟ ହେବେ ବୋଲି କନ୍ଧମାଳ ଜିଲାପାଳ କହିଛନ୍ତି। ସ୍ଥାନୀୟ ଲୋକ କିଭଳି ପର୍ଯ୍ୟଯକଙ୍କୁ ଭଲ ବ୍ୟବହାର କରିବେ ସେନେଇ ଜିଲାପାଳ
ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri