Categories: ଖେଳ

ଭାରତଠାରୁ ଓ୍ବାକ ଓଭର ଚାହୁଁଛି ଇଂଲଣ୍ଡ

ମାଞ୍ଚେଷ୍ଟର,୯।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ତଥା ଅନ୍ତିମ ଟେଷ୍ଟ। କିନ୍ତୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଅନିଶ୍ଚିତତାର କଳା ବାଦଲ ଛାୟୀ ହୋଇଯାଇଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସିରିଜ୍‌ର ଅନ୍ତିମ ଟେଷ୍ଟରେ ଓ୍ବାକ ଓଭର ଦେବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଛି। ଯଦି ସେମାନେ ୫ମ ମ୍ୟାଚ୍‌କୁ ବାତିଲ କରିବାକୁ ଚାହାନ୍ତି, ତେବେ ଇଂଲଣ୍ଡକୁ ଓ୍ବାକଓଭର ଦେବାକୁ ପଡ଼ିବ। ଏହାକୁ ବିରୋଧ କରିଛି ବିସିସିଆଇ। ଏହି ଆଲୋଚନା ବେଳେ ବିସିସିଆଇ ଅଧିକାରୀ ଟିମ୍‌ ମ୍ୟାନେଜମେଣ୍ଟ, ବରିଷ୍ଠ ଖେଳାଳି, ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଯୋଗାଯୋଗରେ ଥିଲେ। କୋଭିଡ୍‌ ଭୟରେ ଖେଳିବାକୁ ପଡ଼ିଲେ ଖେଳିବୁ ଓ୍ବାକ ଓଭର ଦେବୁ ନାହିଁ ବୋଲି ଖେଳାଳିମାନେ ସଫାସଫା କହି ଦେଇଛନ୍ତି।

କୋହଲି ଓ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ମତରେ କୋଭିଡ୍‌ କାରଣରୁ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ବାତିଲ କରାଯାଇପାରେ। ଯାହା ଫଳରେ ଭାରତ ୨-୧ରେ ସିରିଜ୍‌ ଜିତିବ। ଯଦି ସେମାନେ କୋଭିଡ୍‌କୁ ଭୟ ନ କରି ଖେଳିବାକୁ ରାଜି, ତେବେ ଆମେ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି।

Share