Posted inଜାତୀୟ

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବେ। ଏହି ଦଳ ନାଗାଲାଣ୍ଡ ଏବଂ ମେଘାଳୟ ମଧ୍ୟ ଗସ୍ତ କରିବେ। ଫେବୃଆରୀ ଦ୍ୱିତୀୟ ସପ୍ତାହ ପୂର୍ବରୁ ଆୟୋଗ ଏହି ରାଜ୍ୟଗୁଡିକରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି।

ତ୍ରିପୁରାର ମୁଖ୍ୟ ନିର୍ବାଚନ ଅଧିକାରୀ କିରଣ ଗିତ୍ତେ କହିଛନ୍ତି ଯେ ଆୟୋଗର ଟିମ ତିନି ଜଣ ନିର୍ବାଚନ କମିଶନର ଏବଂ ଅନ୍ୟ ୧୩ ଜଣ ଅଧିକାରୀଙ୍କୁ ନେଇ ଗଠିତ ହେବ। ଜାନୁଆରୀ ୧୧ରେ, ଆୟୋଗ ଦଳ ରାଜନୈତିକ ଦଳ, ନିର୍ବାଚନ ଅଧିକାରୀ ଏବଂ ଅନ୍ୟମାନଙ୍କ ସହ ଏକ ବୈଠକ କରିବେ। ଏହା ପରେ ଦଳ ଜାନୁଆରୀ ୧୨ ରେ ମେଘାଳୟ ଅଭିମୁଖେ ଯାତ୍ରା କରିବେ। ଜାନୁଆରୀ ୧୩ରେ ଶିଲଂରେ ରାଜନୈତିକ ଦଳ ଏବଂ ଅଧିକାରୀଙ୍କ ସହ ଏକ ବୈଠକ ହେବ। ଜାନୁଆରୀ ୧୪ ରେ, ଦଳ ନାଗାଲାଣ୍ଡ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

ଦିଲ୍ଲୀ ଫେରିବା ପରେ ଆୟୋଗ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି। ଫେବୃଆରୀ ୧୫ରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ତେଣୁ ଆୟୋଗ ଫେବୃଆରୀ ଦ୍ୱିତୀୟ ସପ୍ତାହ ପୂର୍ବରୁ ଏହି ରାଜ୍ୟଗୁଡିକରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି।

ତ୍ରିପୁରାରେ ହେବାକୁ ଥିବା ବିଧାନସଭା ର୍ନିବାଚନରେ ଭୋଟ ହାର ବୃଦ୍ଧି କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛନ୍ତି। ଭୋଟରଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ଆୟୋଗ ମିଶନ-୯୨୯ ଉପରେ କାର୍ଯ୍ୟ କରିବାକୁ ଯାଉଛି। ଏଥିପାଇଁ ୯୨୯ ମତଦାନ କେନ୍ଦ୍ର ଉପରେ ଧ୍ୟାନ ଦିଆଯିବ। ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୮ ବିଧାନସଭା ନିର୍ବାଚନରେ ଏହି ବୁଥଗୁଡିକରେ ୮୯ ପ୍ରତିଶତରୁ କମ ମତଦାନ ରେକର୍ଡ କରାଯାଇଛି। ବର୍ତ୍ତମାନ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା ଅଭିଯାନ ସହିତ ନିର୍ବାଚନ ଅଧିକାରୀମାନେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ଭେଟି ଭୋଟ ଦେବାକୁ ନିବେଦନ କରିବେ।

ଏଥି ସହିତ ମେଘାଳୟର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ଅଧିକରୁ ଅଧିକ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଯୋଡିବାରେ ନିୟୋଜିତ ଅଛନ୍ତି। ସିଇଓଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଭିନ୍ନ ଜିଲାରେ ଭୋଟର ପଞ୍ଜିକରଣ ଡ୍ରାଇଭ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri