ଭଲ ଖାଇବା, ଭଲ ଖୁଆଇବା

ଭଲ ଖାଇବା ଓ ଭଲ ଖୁଆଇବା’ ହିଁ ଗୋଟେ ସମ୍ବେଦନଶୀଳ, ଦାୟିତ୍ୱବାନ ସମାଜର ମୂଳ ଭିତ୍ତି। ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ପରିବେଶର ଦୀର୍ଘସ୍ଥାୟୀ ମଙ୍ଗଳକୁ ନିଶ୍ଚିତ କରିବାକୁ ହେଲେ ଭଲ ଖାଇବା ଓ ଭଲ ଖୁଆଇବା ବିଚାରକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ବପ୍ରଥମ ଦାୟିତ୍ୱ ଆସୁଛି ଉତ୍ପାଦକ ଗୋଷ୍ଠୀ ତଥା ଚାଷୀମାନଙ୍କର ଏବଂ ପରେ ପରେ ଖାଉଟିଙ୍କର। ଉଭୟ ସଚେତନ ହୋଇ ସେହି ଦିଗରେ କାର୍ଯ୍ୟ କଲେ ଭଲ ଖାଇବା ଓ ଭଲ ଖୁଆଇବା ନିଶ୍ଚିତ କରିବା ପାଇଁ ବିଳମ୍ବ ହେବ ନାହିଁ। ସୁସ୍ଥ ଜୀବନଯାପନ ପାଇଁ ଭଲ ଖାଦ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ। ତେଣୁ ଆଜିକାଲି ଖାଦ୍ୟକୁ ଔଷଧ ଭାବେ ପରିଗଣନା କରାଯାଉଛି।
ଏକ ଉନ୍ନତ ତଥା ବିକଶିତ ସମାଜ ଗଢ଼ିବା ପାଇଁ ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ବିଶ୍ୱ ସ୍ତରରେ ବିକାଶର ପରିମାପକ ଭାବେ ବସ୍ତୁଗତ ବିକାଶ ଅପେକ୍ଷା ସ୍ବାସ୍ଥ୍ୟ ଓ ପୁଷ୍ଟିର ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରି କି କେବଳ ଖାଦ୍ୟର ଉପଲବ୍ଧତା ଯେ ଖାଦ୍ୟ ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ, ତାହା ଅନ୍ତର୍ଜାତୀୟ ସ୍ତରୀୟ ଅନେକ ସର୍ବେକ୍ଷଣରେ ଭାରତ ପଛରେ ପଡ଼ିବା ଘଟଣାରୁ ସ୍ପଷ୍ଟ ହେଉଛି। ବିଶ୍ୱ ଖାଦ୍ୟ ସୂଚକାଙ୍କରେ ଭାରତ ପଛରେ ପଡ଼ିବା ଏକ ମୁଖ୍ୟ କାରଣ ହେଉଛି ଆମ ଜନସଂଖ୍ୟା ଏବଂ ଶିଶୁମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟିର ପରିସ୍ଥିତି। ଏହି ଅପପୁଷ୍ଟି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଆମକୁ ଆମ ଖାଦ୍ୟର ଗୁଣବତ୍ତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ଆମ ଶାରୀରିକ ଓ ମାନସିକ ସୁସ୍ଥତା ସର୍ବାଧିକ, ଯାହା ଉପରେ ନିର୍ଭରଶୀଳ, ତାହା ହେଉଛି ‘ନିରାପଦ ଖାଦ୍ୟ’। ଖାଦ୍ୟର ଭୂମିକା କେବଳ ପେଟ ଭରିବାରେ ସୀମିତ ନୁହେଁ। ଭଲ ତଥା ନିରାପଦ ଖାଦ୍ୟ ଆମକୁ ରୋଗରୁ ଦୂରେଇ ରଖିବା ସହିତ, ସ୍ବାସ୍ଥ୍ୟ ଓ ପୁଷ୍ଟି ସୁରକ୍ଷା ଏବଂ ମାନସିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ନିରାପଦ ଖାଦ୍ୟ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ନିରାପଦ ଖାଦ୍ୟ ମଣିଷ ତଥା ଜୀବଜନ୍ତୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା ପରିବେଶ ତଥା ପ୍ରକୃତି ଲାଗି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ଭଲ ଖାଇବା ଓ ଭଲ ଖୁଆଇବା ଚିନ୍ତାଧାରାକୁ ବ୍ୟାପକ ଭାବେ କାର୍ଯ୍ୟରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଉତ୍ପାଦକ ସମୂହ ତଥା ଚାଷୀମାନଙ୍କୁ ଦେଶୀ ବିହନରେ ଚାଷ କରିବା ସହିତ ଚାଷରେ ରାସାୟନିକ ସାର ଓ ବିଷର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବାକୁ ହେବ। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଜୈବ ପଦାର୍ଥ ସବୁକୁ ବିନିଯୋଗ କରି ଜୈବିକ ଖତ ସାର ପ୍ରସ୍ତୁତ କରି ଚାଷରେ ବ୍ୟବହାର କରିବା ଦ୍ୱାରା ଭଲ ଅମଳ ହେବା ସହିତ ମାଟି ଓ ପରିବେଶର ସୁରକ୍ଷା ହୋଇଥାଏ। ରାସାୟନିକ ସାର ଓ ବିଷ ଦ୍ୱାରା ଫସଲ ପ୍ରତ୍ୟକ୍ଷ ଭାବେ ବିଷାକ୍ତ ହେବା ସହିତ ଏହି ସବୁ ବିଷ ମାଟିରେ ବର୍ଷ ବର୍ଷ ଧରି ରହୁଥିବାରୁ ଫସଲକୁ ସେହି ବିଷ ଯାଇଥାଏ। ଏତେ ପରିଶ୍ରମ କରି ଚାଷ କରି ଟଙ୍କା ଖର୍ଚ୍ଚ କରି ବିଷ ଖାଇବାରେ ଓ ଅନ୍ୟମାନଙ୍କୁ ଖୁଆଇବାରେ କି ଲାଭ! ଜମିରେ ଏକକ ଫସଲ ନ କରି ମିଶ୍ରିତ ଚାଷ ଓ ବଦଳ ଫସଲ କରିବା ଦ୍ୱାରା ମୃତ୍ତିକାର ଉର୍ବରତା ରକ୍ଷା ହୋଇଥାଏ। ଫସଲରେ ବ୍ୟବହାର କରାଯାଉଥିବା କୀଟନାଶକ ଓ ତୃଣନାଶକର ପ୍ରଭାବରେ ଖାଦ୍ୟ ବିଷାକ୍ତ ହୋଇଯାଏ। ଏହା ମାଟି ଓ ପବନରେ ମଧ୍ୟ ବିଷ ଭରିଦେଇଥାଏ। ତେଣୁ ନିରାପଦ ଖାଦ୍ୟ ପାଇବା ପାଇଁ ଫସଲରେ ଜୈବିକ ଉପାୟରେ ରୋଗପୋକ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଆମ ଚାଷୀମାନଙ୍କ ପାଖରେ ପାରମ୍ପରିକ ଭାବେ ଅନେକ ଉପାୟ ରହିଛି। ସେସବୁକୁ ପୁନର୍ବାର ଫେରେଇ ଆଣିବାକୁ ହେବ। ହାଇବ୍ରିଡ୍‌ ଓ ହାଇ-ୟିଲ ବିହନ ଅଧିକ ପରିମାଣରେ ରାସାୟନିକ ସାର ଓ ବିଷ ଦାବି କରିଥାଏ, ଯାହା ମାଟିର ଉର୍ବରତାକୁ ହ୍ରାସ କରିବା ସହିତ ଖାଦ୍ୟକୁ ବିଷାକ୍ତ କରିଥାଏ। ତେଣୁ ନିରାପଦ ଖାଦ୍ୟର ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଆମକୁ ଦେଶୀ ବିହନ ପାଖକୁ ଫେରିବାକୁ ପଡ଼ିବ। ଏହା ଦ୍ୱାରା ଚାଷୀମାନଙ୍କର ବଜାର ନିର୍ଭରଶୀଳତା କମ୍‌ ହେବା ସହିତ ଚାଷରେ ଖର୍ଚ୍ଚ ମଧ୍ୟ କମିବ। ଦେଶୀ ବିହନରୁ ଜୈବିକ ଉପାୟରେ ଉତ୍ପାଦିତ ହେଉଥିବା ଫସଲରେ ପୋଷକ ତତ୍ତ୍ୱ ଅଧିକ ଥାଏ ଏବଂ ଏହା ଅଧିକ ସ୍ବାଦଯୁକ୍ତ ମଧ୍ୟ ହୋଇଥାଏ। ସେଥିପାଇଁ ଆମକୁ ବିହନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହିତ ପାରମ୍ପରିକ ଭାବେ ବିହନ ଅଦଳବଦଳ ବ୍ୟବସ୍ଥାକୁ ପୁନର୍ବାର ଆରମ୍ଭ କରିବାକୁ ହେବ। ଜୈବିକ ଉପାୟରେ ନିରାପଦ ଖାଦ୍ୟ ଉତ୍ପାଦନକୁ ନିଶ୍ଚିତ କରିବା ପାଇଁ ଗୃହପାଳିତ ପଶୁ ସମ୍ପଦ ଯଥା ଗାଈ, ଛେଳି, ମେଣ୍ଢା ଆଦି ଘରେ ରଖିବାର ଅଭ୍ୟାସ ଆରମ୍ଭ କରିବା ଦରକାର।
ଭଲ ଖାଇବା ଓ ଭଲ ଖୁଆଇବା ବିଚାରକୁ ବ୍ୟାପକ କରିବା ନିମନ୍ତେ ଖାଉଟିମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଓ ଜୈବିକ ଉପାୟରେ ଉତ୍ପାଦିତ ହୋଇଥିବା ଖାଦ୍ୟକୁ ଅଧିକ ମହତ୍ତ୍ୱ ଦେବାର ଆବଶ୍ୟକତା ରହିଛି । ସଂପ୍ରତି ଫାଷ୍ଟଫୁଡ୍‌ ତଥା ପ୍ୟାକେଟ ଖାଦ୍ୟର ସଂସ୍କୃତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା ଖାଦ୍ୟ ନାମରେ ଆମେ ସ୍ବାସ୍ଥ୍ୟ ଅନୁପଯୋଗୀ ଜିନିଷ ଖାଇବା ସହିତ ଆମ ଉତ୍ପାଦକ ସମୂହ ତଥା ଚାଷୀମାନଙ୍କୁ ମଧ୍ୟ ନିରୁତ୍ସାହିତ କରୁଛନ୍ତି। ଏହା ଯଦି ଜାରି ରହେ, ତେବେ ଚାଷୀମାନେ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେବେ ଓ ଆସନ୍ତା କିଛିଦିନ ମଧ୍ୟରେ ଆମେ ଖାଦ୍ୟ ପାଇଁ ବଜାର ଉପରେ ନିର୍ଭରଶୀଳ ହୋଇଯିବା। ଏହା ଟଙ୍କା ଦେଇ ବିଷ କିଣି ଖାଇବା ପରି ହେବ । ତେଣୁ କେବଳ ଚାଷୀମାନେ ନୁହନ୍ତି ଭଲ ଖାଇବା ଓ ଭଲ ଖୁଆଇବା ପାଇଁ ଖାଉଟିମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ଖାଉଟିମାନେ ବୁଝିବା ଦରକାର ଯେ, ସେମାନେ ଖାଉଛନ୍ତି ସ୍ବାସ୍ଥ୍ୟ ଓ ପୁଷ୍ଟି ରକ୍ଷା ପାଇଁ। ତେଣୁ ବଜାରରେ ନିଜର ଖାଦ୍ୟ ଚୟନ କଲାବେଳେ ଖାଉଟିମାନେ ଯଦି ଭଲ ଖାଇବା ତଥା ସୁଖାଦ୍ୟ ଉପରେ ଗୁରୁତ୍ୱ ଦେବେ ତେବେ ଚାଷୀମାନେ ନିଶ୍ଚିତ ଭାବେ ନିରାପଦ ଖାଦ୍ୟ ଉତ୍ପାଦନ ପାଇଁ ତାଙ୍କ ଦେହରୁ ଝାଳ ବୁହାଇବେ। ଆଜି ସମୟ ଆସିଛି, ଭଲ ଖାଇବା ଓ ଭଲ ଖୁଆଇବା ସମସ୍ତଙ୍କ ପାଇଁ ଏକ ମନ୍ତ୍ର ଭଳି ହେବା ଉଚିତ। ଏଥିପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ଆମକୁ ଖାଦ୍ୟ ଚୟନର ଅଭ୍ୟାସ ବଦଳେଇବାକୁ ପଡ଼ିବ।

ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?