ଆଣ୍ଟିବାୟୋଟିକ୍‌ ଖାଉଥିଲେ…

କେତେକ ରୋଗ ପାଇଁ ନିର୍ଦ୍ଦିଷ୍ଟ ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପଡିଥାଏ। ତେବେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଆପଣଙ୍କ ରୋଗ ବିଷୟରେ ପରାମର୍ଶ କରୁଥିବା ଡାକ୍ତରଙ୍କୁ ବିଷଦ ଭାବରେ କୁହନ୍ତୁ। କାରଣ ତାହାକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ଏବଂ ବେଳେବେଳେ ତା’ସହ ଆଣ୍ଟିବାୟୋଟିକ ଖାଇବାକୁ କହିଥାଆନ୍ତି। ହେଲେ କେତେକେ କିଛି ଦିନ ଔଷଧ ଏବଂ ଆଣ୍ଟିବାୟୋଟିକ ଖାଇବା ପରେ ଏବଂ ରୋଗରୁ ଆରୋଗ୍ୟ ଲାଭ କରିବା ପରେ ଏହାକୁ ଖାଇବା ବନ୍ଦ କରିଦିଅନ୍ତି। ହେଲେ ଯେତେଦିନ ପର୍ଯ୍ୟନ୍ତ ଡାକ୍ତର ଏଗୁଡିକୁ ଖାଇବାକୁ ପରାମର୍ଶ ଦେଇଛନ୍ତି ସେ ପର୍ଯ୍ୟନ୍ତ ଖାଆନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡାକ୍ତରଙ୍କ ବିନା ପରାମର୍ଶରେ ଛୋଟପିଲାଙ୍କୁ ଆଣ୍ଟିବାୟୋଟିକ୍‌ ଖାଇବାକୁ ଦିଅନ୍ତୁ ନାହିଁ। କେତେକ ବ୍ୟକ୍ତିଙ୍କର ଶରୀର ଅନୁସାରେ ଆଣ୍ଟିବାୟୋଟିକ୍‌ ସୁଟ୍‌ କରିଥାଏ। ଏହାକୁ ଖାଇବା ସମୟରେ ଯଦି କିଛି ସମସ୍ୟା ଦେଖାଦେଲା ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରମର୍ଶ କରନ୍ତୁ। କେତେବେଳେ କେଉଁ ଔଷଧ ଖାଇବେ ସେ ନେଇ ଡାକ୍ତରଙ୍କ ନିକଟରୁ ଭଲ ଭାବରେ ବୁଝି ନିଅନ୍ତୁ। ଏହାକୁ ନେଇ ମନରେ କୌଣସି ଦ୍ୱନ୍ଦ୍ୱ ଥିଲେ ତାହା ଡାକ୍ତରଙ୍କ ସହ ପରାମର୍ଶ କରି ଦୂର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri