Posted inଖେଳ

ଓଡ଼ିଶାର ତନ୍‌ଭି ପତ୍ରୀଙ୍କ ସହଜ ବିଜୟ

ବଲାଙ୍ଗୀର, ୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୩୫ତମ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିନର ଦ୍ୱିତୀୟ ଦିବସରେ ବୁଧବାର ଚିତ୍ତାକର୍ଷକ ଖେଳ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ୧୩ ବର୍ଷରୁ କମ୍‌ ବର୍ଗ ବାଳକ ଏବଂ ବାଳିକା ବିଭାଗ ଖେଳ ହୋଇଥିଲା। ବାଳକ ବର୍ଗରେ ଟପ୍‌ସିଡ୍‌ କର୍ନାଟକର ପୁଷ୍କର ସାଏ ୨୧-୧୩ ଓ ୨୧-୧୪ ସେଟ୍‌ରେ ତାମିଳନାଡୁର ଦକ୍ଷଣ ଏସ୍‌.ଏଲ.ଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସୌର୍ଯ୍ୟ ଯାଦବ ୨୨-୨୦ ଓ ୨୧-୧୫ ସେଟ୍‌ରେ ରାଜସ୍ଥାନର ସ୍ଥଭିକ୍‌ ଅଗ୍ରୱାଲଙ୍କୁ ପରାସ୍ତ କରିଥିଲେ। ସେହିପରି ଉତ୍ତରପ୍ରଦେଶର ଦିବ୍ୟାଂଶ ସିଂ, ମହାରାଷ୍ଟ୍ରର ଆତିଦ୍ୟ ୟାଉଲ, ହରିଆଣାର ଯତିନ୍‌ କୁମାର, ପଶ୍ଚିମବଙ୍ଗର ସ୍ବୟଂଦ୍ୱିତି ଘୋଷ, ଆସାମର ଅର୍ନବ ଚୁତିଆ, ମଧ୍ୟପ୍ରଦେଶର ପାର୍ଥ ଶର୍ମା, ତାମିଲନାଡୁର ଦଶ୍ୱନ୍ଥ, ହରିଆଣାର ଆର୍ଯ୍ୟାନ୍‌ ଡାଙ୍ଗୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ବାଳିକା ବର୍ଗର କର୍ନାଟକର ଶାଇନା ମଣିମୁଥୁ ୨୧-୧୧ ଓ ୨୧-୧୦ ସେଟ୍‌ରେ ଆସାମର ଆରାଧ୍ୟା ବୁରାଗୋହଁାଇଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତାମିଲନାଡୁର ଧାନ୍‌ଜା ଏସ୍‌.ଜେ. ୨୧-୧୦ ଓ ୨୧-୧୬ ସେଟ୍‌ରେ ମହାରାଷ୍ଟ୍ରର ସୋୟାରା ସେଲାରଙ୍କୁ ପରାସ୍ତ କରିଥିଲେ। ଓଡ଼ିଶାର ତନ୍‌ଭି ପତ୍ରୀ ୨୧-୧୦ ଓ ୨୧-୧୦ ସେଟ୍‌ରେ ତ୍ରିପୁରାର ଦେ ଅଦ୍ରିଜାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଲକ୍ଷ୍ମୀ ସାଏ ଆରାଧ୍ୟା ରାଚାପୁଡି, ଉତ୍ତରପ୍ରଦେଶର ଅଗ୍ରୀମା ସିଂ, ତେଲେଙ୍ଗାନାର ଅବ୍‌ନି ବିକ୍ରମ ଗୋବିନ୍ଦ, ଗୁଜୁରାଟର ଆର୍ଶିଆ, ହରିଆଣାର ଜୁଏଲ ରାଣା, ପଶ୍ଚିମବଙ୍ଗର ଆର୍ଯ୍ୟାମା ଚକ୍ରବର୍ତ୍ତୀ, ଆସାମର ଶୁଭଶ୍ରୀ ସ୍ମିତା ବରୁଆତି, ମହାରାଷ୍ଟ୍ରର ସରଜୁ ରଞ୍ଜନେ, ତାମିଲନାଡୁର ୟାଝିନି ଏସ୍‌କେ, କର୍ନାଟକର କୀର୍ତ୍ତି ବାଲାଜୀ, ପଞ୍ଜାବର ମେହବିଶ୍‌ କୌର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ତୃତୀୟ ଦିନରେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ଖେଳାଳିଙ୍କ ମଧ୍ୟରେ ଟକ୍କର ହେବ। ଏହି ଜାତୀୟ ଚାମ୍ପିୟନଶିନରେ ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ଏସ୍‌. ମୁରଲୀଧରଣ, ଅନ୍ତର୍ଜାତୀୟ ଖେଳାଳି ସମ୍ପନ୍ନ ଉଦୟ ସାନେ, ବୈଷୟିକ କମିଟିର ରାକେଶ ଶେଖର, ଆଇନ୍‌ସି ଦଥାନ, ସୁଧୀର ଭାର୍ବେ, ସାଙ୍ଗଠନିକ ସମ୍ପାଦକ ଲିଲିନ୍‌ କୁମାର, ରାଜ୍ୟ ସଂଘ ଉପସଭାପତି ପ୍ରଦୀପ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଜିଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ତଥା ଆୟୋଜକ କମିଟି ସଂଯୋଜକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ବ୍ୟଡମିଣ୍ଟନ ଖେଳ ଦେଖିବାକୁ ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଭିଡ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri