Posted inଖେଳ

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଷ୍ଟ ଜୋନ ସେଣ୍ଟ୍ରାଲ ଜୋନକୁ ୪ ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଇଷ୍ଟ ଜୋନର ବିଜୟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ବ୍ୟାଟିଂ ସହ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଓ ମୁକେଶ କୁମାରଙ୍କ ଚମତ୍କାର ବୋଲିଂର ବଡ଼ ଭୂମିକା ରହିଥିଲା।

ପ୍ରଥମେ ବ୍ୟାଟିଂ କରି ସେଣ୍ଟ୍ରାଲ ଜୋନ ୮୦.୧ ଓଭରରେ ୨୬୬ ରନ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୬୬ ରନ କରିଥିଲେ। ସେ ୮୮ ବଲର ସମ୍ମୁଖୀନ ହୋଇଥିଲେ। ଆର୍ୟନ ଜୁୟାଲ ୧୧୩ ବଲରେ ୪୬ ରନ କରିଥିଲେ।

୨୬୬ ରନର ଜବାବରେ ଇଷ୍ଟ ଜୋନ ୫୭ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୬୬ ରନ କରିଥିଲା। ଏହି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଜବରଦସ୍ତ ବ୍ୟାଟିଂ କରି ୮୧ ବଲରେ ୯୨ ରନ କରିଥିଲେ। ଅଭିମନ୍ୟୁ ଈଶ୍ୱରନ ମଧ୍ୟ ୧୦୬ ବଲରେ ୬୯ ରନ କରିଥିଲେ। ସେଣ୍ଟ୍ରାଲ ଜୋନ ପାଇଁ ହର୍ଷ ଦୁବେ ୪ଟି ଉଇକେଟ୍‌ ନେଇଥିବା ବେଳେ ଆର୍ୟନ ପାଣ୍ଡେ ଓ ଯଶ ଠାକୁର ୩ଟି ଲେଖାଏ ଉଇକେଟ୍‌ ହାସଲ କରିଥିଲେ।

ଦ୍ୱିତୀୟ ଇନିଂସରେ ସେଣ୍ଟ୍ରାଲ ଜୋନର ବ୍ୟାଟିଂ ବିଶେଷ ପ୍ରଭାବ ପକାଇପାରିନଥିଲା। ଦଳ ୫୦.୨ ଓଭରରେ ମାତ୍ର ୧୫୮ ରନରେ ଅଲଆଉଟ ହୋଇଥିଲା। ଅମନ ମଖୋଡ଼େ ୮୯ ବଲର ୪୧ ରନ କରି ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ।
ହର୍ଷ ଦୁବେ ୫୧ ବଲରେ ମାତ୍ର ୪ ରନ କରିଥିବା ବେଳେ ଅଧିନାୟକ ରଜତ ପାଟିଦାର ମଧ୍ୟ ନିରାଶ କରିଥିଲେ। ସେ ୧୯ ବଲରେ ମାତ୍ର ୫ ରନ କରି ଆଉଟ ହୋଇଥିଲେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ସେପ୍ଟେମ୍ୱର ୧୫ରୁ…

ନୂଆଦିଲ୍‌ଲୀ,୧।୯: ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri