ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ ରେଶମା ବେହେରା ୧୬ ବର୍ଷରୁ କମ୍‌ ବାଳିକା ବର୍ଗର ହାଇଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି।

ରେଶମାଙ୍କ ଏହି ସଫଳତା ପରେ ଜିଲା କ୍ରୀଡ଼ା ସଂସ୍ଥା ସମେତ ଜିଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ରେଶମାଙ୍କ ଘର କଳାହାଣ୍ଡି ଜିଲାର ମଦନ ରାମପୁର ବ୍ଲକ ଅନ୍ତର୍ଗତ ପେଣ୍ଡ୍ରା ଗ୍ରାମରେ। ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ ହଷ୍ଟେଲରେ ରହି ପାଠପଢ଼ିବା ସହ ଆଥଲେଟିକ୍ସ ଅଭ୍ୟାସ ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା କଳାହାଣ୍ଡି ଜିଲାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

 

Dharitri – Odisha’s No.1 Odia Daily

Share