ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା ।

ସେହିପରି ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରରେ ରହିଥିଲା। ଭୂକମ୍ପର ଅକ୍ଷାଂଶ ୨୧.୧୭୯ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୪.୭୭୪ ଡିଗ୍ରୀ ପୂର୍ବ ବୋଲି ଦେବଗଡ଼ ଜିଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଦେବଗଡ଼ ସମେତ ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ ସମ୍ବଲପୁରର କିଛି ଅଞ୍ଚଳରେ ଲୋକେ ଏହି ମୃଦୁ କମ୍ପନ ଅନୁଭବ କରିଥିଲେ। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିନାହିଁ ।

 

Dharitri – Odisha’s No.1 Odia Daily

Share