Posted inଫୁରସତ

ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର

ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍‌(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି। ଏପରି ବୃତ୍ତି ତାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଥିବା ଏଲା କହିଛନ୍ତି। ସେ ସାଧାରଣତଃ ବିଭିନ୍ନ ବଡ଼ ସପିଂ ମଲ୍‌, ଅଫିସ୍‌, ଦୋକାନ ଆଗରେ ଫୋପାଡି ଦିଆଯାଇଥିବା ଆବର୍ଜନା ମଧ୍ୟରୁ ଖୋଜି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି। ଏହି ସାମଗ୍ରୀଗୁଡ଼ିକୁ ସେ ଅନେକ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି। ତାଙ୍କୁ ଅଳିଆ ଗଦା ମଧ୍ୟରୁ ବଡ଼ ବଡ଼ ବ୍ରାଣ୍ଡ୍‌ର ବିଭିନ୍ନ ସରଞ୍ଜାମ ମିଳିଥାଏ, ଯାହାକୁ ସେ ଅନ୍‌ଲାଇନରେ ବିକ୍ରି କରନ୍ତି। ଦି ସନ୍‌ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲା ମାତ୍ର ୧୩ ବର୍ଷର ହୋଇଥିବାବେଳେ କିଛି ଲୋକ ଅଳିଆ ଗଦାରୁ ମୂଲ୍ୟବାନ ଜିନିଷ ଖୋଜୁଥିବାର ଏକ ଭିଡିଓ ୟୁଟ୍ୟୁବ୍‌ରେ ଦେଖିବାକୁ ପାଇଥିଲେ। ନିଜ ଅବସର ସମୟରେ ଏପରି କରିବାକୁ ସେ ତାଙ୍କ ମା’ଙ୍କଠାରୁ ଅନୁମତି ମାଗିଥିଲେ। ପ୍ରଥମେ ତାଙ୍କ ପରିବାର ଏଥିରେ ରାଜି ହୋଇ ନ ଥିଲୋ। ପରେ ଏଲା ଜିଦ୍‌ ଧରିବାରୁ ତାଙ୍କ ପରିବାର ଏଥିରେ ରାଜି ହୋଇଥିଲେ। ଏହି କାର୍ଯ୍ୟରେ ତାଙ୍କର ରୋଜଗାର ମାସକୁ ଅତି କମ୍‌ରେ ୪୫ ହଜାର ଟଙ୍କା ହୋଇଥିବାବେଳେ ସପିଂ ଏବଂ ଫେଷ୍ଟିଭାଲ ସିଜନ୍‌ରେ ଏହା ବଢ଼ି ମାସିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ବୋଲି ଏଲା କହିଛନ୍ତି। ସେ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍‌ରେ ତାଙ୍କ କାର୍ଯ୍ୟ ସହ ଜଡିତ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି, ଯାହା ଅନେକ ଲୋକଙ୍କୁ ଏପରି ବୃତ୍ତି ଆପଣାଇ ଟଙ୍କା ରୋଜଗାର କରିବାର ପ୍ରେରଣା ଦେଇଆସୁଛି। ସେ ପୂର୍ବରୁ କେବଳ ନିଜ ଅବସର ସମୟରେ ଏହି କାର୍ଯ୍ୟ କରୁଥିଲେ, ପରେ ସେ ଏହାକୁ ନିଜର ବୃତ୍ତି କରିବାକୁ ସ୍ଥିର କରିଥିଲେ ବୋଲି ଏଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri