ଆଗରେ ୧୮୧ ରନ୍‌ର ଟାର୍ଗେଟ, ସିଏସ୍‌କେ ୩୬/୫

ମୁମ୍ବାଇ,୩।୪: ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୮ ଓଭରରେ ୩୬ ରନ୍‌ରେ ୪ ପ୍ରମୁଖ ବ୍ୟାଟରଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଛି। ପୂର୍ବ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ରବିନ ଉଥପ୍ପା (୧୩) ଏଥର ଫେଲ ମାରିଥିଲେ। ମୋଇନ ଅଲି ଖାତା ଖୋଲି ପାରି ନ ଥିବା ବେଳେ ୧ ରନ୍‌ରେ ଆଉଟ୍‌ ହୋଇଛନ୍ତି ରୁତୁରାଜ ଗାଏକ୍ୱାଡ। ଅଧିନାୟକ ରବୀନ୍ଦ୍ର ଜାଡେଜା ମଧ୍ୟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ ଫେରିବା ପରେ ଅମ୍ବାତି ରାୟୁଡୁ (୧୩) ମଧ୍ୟ ଆଉଟ୍‌ ହୋଇଥିଲେ। ଏଣୁ ସମ୍ପୂର୍ଣ୍ଣ ସଙ୍କଟରେ ଘେରି ହୋଇଯାଇଛି ଚେନ୍ନାଇ।

ଦଳକୁ ଜିତିବା ପାଇଁ ବଳକା ୭୪ ବଲରେ ୧୪୪ ରନ୍‌ ଦରକାର ଥିବା ବେଳେ ଏବେ ଶିବମ ଦୁବେ (୪) ଓ ମହେନ୍ଦ୍ର ସିଂ ଧୋନୀ (୧) ଖେଳୁଛନ୍ତି।

Share