ପ୍ରାରମ୍ଭିକ ରୋଗ ଚିହ୍ନଟକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଲ୍‌ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ (ଏଲ୍‌ଭିପିଇଆଇ) ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ୍‌ ପକ୍ଷରୁ ରବିବାର ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ ରୋଗ)ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ରୋଗୀ ଓ ସଚେତନତା ପଦଯାତ୍ରାର ଯାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏପରିକି ସେ ରେଟିନୋବ୍ଲାଷ୍ଟୋମାରୁ ମୁକ୍ତି ପାଇଥିବା ରୋଗୀଙ୍କ ସହ ଏଲଭିପିଇଆଇ ଭୁବନେଶ୍ୱର କ୍ୟାମ୍ପସରେ ବିସ୍ତୃତ ଭାବ ବିନିମୟ କରିଛନ୍ତି।
ଏ ସମ୍ପର୍କରେ ଏଲଭିପିଇଆଇ ଭୁବନେଶ୍ୱରର ଚକ୍ଷୁ କର୍କଟ ରୋଗ ବିଶେଷଜ୍ଞ ଡା. ଦେବଜ୍ୟୋତି ତ୍ରିପାଠୀ କହିଛନ୍ତି, ଶିଶୁମାନଙ୍କଠାରେ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ) ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ଆମର ମୂଳ ଲକ୍ଷ୍ୟ। ଏପରିକି ବ୍ୟାପକ ସଚେତନତାର ଅଭାବ ଏବଂ ବିଳମ୍ବରେ ରୋଗ ନିର୍ଣ୍ଣୟ ଓ ଚିକିତ୍ସା କାରଣରୁ କୌଣସି ଶିଶୁ ଚକ୍ଷୁ କର୍କଟ ରୋଗରେ ମୃତ୍ୟୁ ବରଣ ନ କରନ୍ତୁ ସେଥିପାଇଁ ଏଭଳି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। ସେହିଭଳି ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରାରେ ଯୋଗ ଦେଇ ବ୍ୟାପକ ସଚେତନତାର ପ୍ରସାରରେ ସହଯୋଗ କରିଥିବାରୁ ସବ୍ୟସାଚୀ ମିଶ୍ରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଏପରିକି ରେଟିନୋବ୍ଲାଷ୍ଟୋମା ରୋଗୀଙ୍କ ପାଇଁ ଅନ୍ୟାନ୍ୟ ସାମାଜିକ ସେବା ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତିବିଶେଷ ତଥା ସରକାରୀ ସଂସ୍ଥାମାନଙ୍କଠାରୁ ମିଳିଥିବା ସହଯୋଗକୁ ମଧ୍ୟ ଆମେ ସ୍ବୀକାର କରୁଛୁ।
ସୂଚନାଯୋଗ୍ୟ ଏଲ୍‌. ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖାପାଟଣା ଓ ବିଜୟୱାଡ଼ା କ୍ୟାମ୍ପସରେ ଆୟୋଜିତ ’ହ୍ବିଟାଥନ୍‌’ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଉକ୍ତ ପଦଯାତ୍ରାର ଆୟୋଜନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିଜୟ ପରେ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର: ଭାଜପା ଶୁଣିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ବିଜୟୀ ହେବା ପରେ ଜନ ସୁରାଜର ସଂସ୍ଥାପକ ପ୍ରଶାନ୍ତ କିଶୋର ଏହି ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ସଙ୍କେତ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

ଅତ୍ୟଧିକ ଆତ୍ମବିଶ୍ୱାସ ଭାଜପାକୁ ପଡିଲା ମହଙ୍ଗା! ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ନୀତିନ ନବୀନ, କହିଲେ…

ପାଟନା,୪।୮: ଦେଶର ତିନୋଟି ରାଜ୍ୟର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇଛି। ବିହାରର ବାଙ୍କିପୁର ଏବଂ ମଧ୍ୟପ୍ରଦେଶର ଦାତିଆ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri