Posted inଫୁରସତ

୧୨ମାସ ନୁହେଁ ପୂର୍ବରୁ ୧୦ ମାସ ରହିଥିଲା କ୍ୟାଲେଣ୍ଡରରେ…

ବର୍ତ୍ତମାନ ମେ ମାସ ଚାଲିଛି। ତେବେ ଏହା ପୂର୍ବରୁ ୪ମାସ ଚାଲିଗଲାଣି। ତେବେ ଆପଣ କେବେ ଭାବିଛନ୍ତି ଏହି ସବୁ ମାସର ନାମକରଣ ଏପରି କାହିଁକି ଏବଂ କେଉଁ ଆଧାରରେ ହୋଇଛି। ଏପରି ନାଁ ହେବାର କାରଣ କ’ଣ। ତେବେ ଜାଣନ୍ତୁ ସେ ବିଷୟରେ।

ମାର୍ଚ୍ଚ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ୍ୟାଲେଣ୍ଡର ଆରମ୍ଭର ପ୍ରଥମ ମାସ ଜାନୁଆରୀ ନୁହେଁ ମାର୍ଚ୍ଚ ଥିଲା। ପ୍ରାଚୀନ ରୋମାନ ଅଧିବାସୀ ବର୍ଷ ସାରା ଯୁଦ୍ଧ କରୁଥିଲେ। କିନ୍ତୁ ଶୀତଦିନର ଦୁଇମାସ ବିଶ୍ରାମ ନେଉଥିଲେ। ପୁଣି ମାର୍ଚ୍ଚ ମାସରୁ ଯୁଦ୍ଧ ଆରମ୍ଭ କରୁଥିଲେ। ଏଥିପାଇଁ ମାର୍ଚ୍ଚକୁ ପ୍ରଥମ ମାସ ମାନି ରମାନ ଯୁଦ୍ଧଙ୍କ ଦେବତା ମାର୍ସଙ୍କ ଅନୁସାରେ ମାର୍ଚ୍ଚ ମାସ ନାମକରଣ କରାଯାଇଥିଲା।

ଏପ୍ରିଲ୍‌: ଲାଟିନ୍‌ ଭାଷାରେ ଦ୍ୱିତୀୟ ପାଇଁ ବ୍ୟବହାର କରାଯାଉଥିବା ଶଦ୍ଦ ଆଧାରରେ ଏପ୍ରିଲ୍‌ ନାମ ରଖାଯାଇଛି।

ମେ:ମେ ମାସର ନାଁ ରୋମାନ ଦେବୀ ମେୟାଙ୍କ ନାଁ ଅନୁସାରେ ରଖାଯାଇଛି।

ଜୁନ୍‌: ରୋମାନ୍‌ ଯୁଗରେ ଜୁନ୍‌ ମାସରେ ଅଧିକ ବିବାହ କରାଯାଉଥିଲା। ଏହି ମାସକୁ ଶୁଭ ମାସ ବୋଲି ମଧ୍ୟ ଗଣାଯାଏ। ଏଥିପାଇଁ ଏହି ମାସର ନାଁ ରୋମାନ ଦେବୀ ଏବଂ ବିବାହରେ ସାକ୍ଷୀ କୁହାଯାଉଥିବା ‘ଜୁନୋ’ଙ୍କ ନାଁ ଅନୁସାରେ ରଖାଯାଇଥିଲା।

ଜୁଲାଇ: ଖ୍ରୀଷ୍ଟପୂର୍ବ ୪୪ଶତାଦ୍ଦୀରେ ରୋମର ରାଜା ଜୁଲିୟମ ସିଜରଙ୍କ ନାମ ଅନୁସାରେ ଏହି ମାସର ନାଁ ଜୁଲାଇ ରଖାଯାଇଥିଲା। ଏହା ପୂର୍ବରୁ ଏହି ମାସର ନାଁ କ୍ୱିଟ୍ନଲିସ ଥିଲା ଯାହାର ଅର୍ଥ ପଞ୍ଚମ।

ଅଗଷ୍ଟ: ଖ୍ରୀଷ୍ଟପୂର୍ବ ୮ରେ ରାଜା ଅଗଷ୍ଟ ସିଜରଙ୍କ ନାଁ ଅନୁସାରେ ଏହି ମାସର ନାଁ ଅଗଷ୍ଟ ରଖାଯାଇଛି। ଏହା ପୂର୍ବରୁ ଏହି ମାସକୁ ସୋକ୍ଟିଲିୟା କୁହାଯାଉଥିଲା। ଯାହାର ଅର୍ଥ ହେଉଛି ଷଷ୍ଠ।

ସେପ୍ଟେମ୍ବର: ସେପ୍ଟେମ୍ବର ମାସର ନାଁ ଲାଟିନ୍‌ ଭାଷା ସେପ୍ଟମ୍‌ ଶଦ୍ଦରୁ ଆସିଅଛି। ଯାହାର ଅର୍ଥ ସପ୍ତମ। ରୋମାନ କ୍ୟାଲେଣ୍ଡରରେ ଏହା ସପ୍ତମ ମାସ ଭାବେ ପରିଚିତ।

ଅକ୍ଟୋବର: ଲାଟିନ୍‌ ଭାଷା ଓକ୍ଟା ଶଦ୍ଦରୁ ଅକ୍ଟୋବର ଆସିଅଛି। ଓକ୍ଟା ଶଦ୍ଦର ଅର୍ଥ ଅଷ୍ଟମ।

ନଭେମ୍ବର: ନୋଭ ଅର୍ଥାତ୍‌ ନୂଆ। ଏହାର ଅନ୍ୟ ଏକ ଅର୍ଥ ମଧ୍ୟ ହେଉଛି ନବମ। ରୋମାନ କ୍ୟାଲେଣ୍ଡର ଅନୁସାରେ ଏହା ନବମ ମାସ। ତେଣୁ ଏହି ମାସକୁ ନଭେମ୍ବର କୁହାଯାଏ।

ଡିସେମ୍ବର: ଏହି ମାସ ରୋମାନ କ୍ୟାlଲେଣ୍ଡର ଅନୁଯାୟୀ ୧୦ମ ଓ ଶେଷ ମାସ। ଏଥିପାଇଁ ଏହାର ନାଁ ଡିସେମ୍ବର। ଲାଟିନ୍‌ ଭାଷାରେ ଡେକା ଅର୍ଥାତ୍‌ ୧୦ ହୋଇଥାଏ।

ଫେବୃଆରୀ: ୬୯୦ଖ୍ରୀଷ୍ଟାଦ୍ଦରେ ପୋମ୍ପିଲିୟସ ଭାବିଥିଲେ ଶୀତ ଶେଷ ଏବଂ ମାର୍ଚ୍ଚର ଆରମ୍ଭ ହେବା ଭିତରେ ପାଳନ କରାଯାଉଥିବା ଉତ୍ସବ ଫ୍ରବୁଆକୁ ପରିଚୟ ମିଳିବା ଆବଶ୍ୟବ। ତେଣୁ ସେ ଏହି ଉତ୍ସବକୁ ପରିଚିତ କରିବା ପାଇଁ ଏହି ମାସର ନାଁ ଫେବୃଆରୀ ରଖଥିଲେ।

ଜାନୁଆରୀ: ରୋମାନ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସ ଶେଷ ମାସ ଭାବରେ ଗଣାଯାଏ। ବର୍ଷ ଶେଷ ଏବଂ ନୂଆ ବର୍ଷ ଆରମ୍ଭ ହେବା ଆଧାରରେ ଏହି ମାସର ନାଁ ରଖାଯାଇଛି ଜାନୁଆରୀ। ଜାନୁଆରୀ ନାମ ଜେନସ ଭଗବାନଙ୍କ ନାମରୁ ଆସିଅଛି। ଜେନସଙ୍କୁ କିଛି ନୂଆର ଆରମ୍ଭ କିମ୍ବା ପ୍ରାରମ୍ଭର ଦେବତା ବୋଲି କୁହାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri