Posted inଫୁରସତ

୧୨ମାସ ନୁହେଁ ପୂର୍ବରୁ ୧୦ ମାସ ରହିଥିଲା କ୍ୟାଲେଣ୍ଡରରେ…

ବର୍ତ୍ତମାନ ମେ ମାସ ଚାଲିଛି। ତେବେ ଏହା ପୂର୍ବରୁ ୪ମାସ ଚାଲିଗଲାଣି। ତେବେ ଆପଣ କେବେ ଭାବିଛନ୍ତି ଏହି ସବୁ ମାସର ନାମକରଣ ଏପରି କାହିଁକି ଏବଂ କେଉଁ ଆଧାରରେ ହୋଇଛି। ଏପରି ନାଁ ହେବାର କାରଣ କ’ଣ। ତେବେ ଜାଣନ୍ତୁ ସେ ବିଷୟରେ।

ମାର୍ଚ୍ଚ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ୍ୟାଲେଣ୍ଡର ଆରମ୍ଭର ପ୍ରଥମ ମାସ ଜାନୁଆରୀ ନୁହେଁ ମାର୍ଚ୍ଚ ଥିଲା। ପ୍ରାଚୀନ ରୋମାନ ଅଧିବାସୀ ବର୍ଷ ସାରା ଯୁଦ୍ଧ କରୁଥିଲେ। କିନ୍ତୁ ଶୀତଦିନର ଦୁଇମାସ ବିଶ୍ରାମ ନେଉଥିଲେ। ପୁଣି ମାର୍ଚ୍ଚ ମାସରୁ ଯୁଦ୍ଧ ଆରମ୍ଭ କରୁଥିଲେ। ଏଥିପାଇଁ ମାର୍ଚ୍ଚକୁ ପ୍ରଥମ ମାସ ମାନି ରମାନ ଯୁଦ୍ଧଙ୍କ ଦେବତା ମାର୍ସଙ୍କ ଅନୁସାରେ ମାର୍ଚ୍ଚ ମାସ ନାମକରଣ କରାଯାଇଥିଲା।

ଏପ୍ରିଲ୍‌: ଲାଟିନ୍‌ ଭାଷାରେ ଦ୍ୱିତୀୟ ପାଇଁ ବ୍ୟବହାର କରାଯାଉଥିବା ଶଦ୍ଦ ଆଧାରରେ ଏପ୍ରିଲ୍‌ ନାମ ରଖାଯାଇଛି।

ମେ:ମେ ମାସର ନାଁ ରୋମାନ ଦେବୀ ମେୟାଙ୍କ ନାଁ ଅନୁସାରେ ରଖାଯାଇଛି।

ଜୁନ୍‌: ରୋମାନ୍‌ ଯୁଗରେ ଜୁନ୍‌ ମାସରେ ଅଧିକ ବିବାହ କରାଯାଉଥିଲା। ଏହି ମାସକୁ ଶୁଭ ମାସ ବୋଲି ମଧ୍ୟ ଗଣାଯାଏ। ଏଥିପାଇଁ ଏହି ମାସର ନାଁ ରୋମାନ ଦେବୀ ଏବଂ ବିବାହରେ ସାକ୍ଷୀ କୁହାଯାଉଥିବା ‘ଜୁନୋ’ଙ୍କ ନାଁ ଅନୁସାରେ ରଖାଯାଇଥିଲା।

ଜୁଲାଇ: ଖ୍ରୀଷ୍ଟପୂର୍ବ ୪୪ଶତାଦ୍ଦୀରେ ରୋମର ରାଜା ଜୁଲିୟମ ସିଜରଙ୍କ ନାମ ଅନୁସାରେ ଏହି ମାସର ନାଁ ଜୁଲାଇ ରଖାଯାଇଥିଲା। ଏହା ପୂର୍ବରୁ ଏହି ମାସର ନାଁ କ୍ୱିଟ୍ନଲିସ ଥିଲା ଯାହାର ଅର୍ଥ ପଞ୍ଚମ।

ଅଗଷ୍ଟ: ଖ୍ରୀଷ୍ଟପୂର୍ବ ୮ରେ ରାଜା ଅଗଷ୍ଟ ସିଜରଙ୍କ ନାଁ ଅନୁସାରେ ଏହି ମାସର ନାଁ ଅଗଷ୍ଟ ରଖାଯାଇଛି। ଏହା ପୂର୍ବରୁ ଏହି ମାସକୁ ସୋକ୍ଟିଲିୟା କୁହାଯାଉଥିଲା। ଯାହାର ଅର୍ଥ ହେଉଛି ଷଷ୍ଠ।

ସେପ୍ଟେମ୍ବର: ସେପ୍ଟେମ୍ବର ମାସର ନାଁ ଲାଟିନ୍‌ ଭାଷା ସେପ୍ଟମ୍‌ ଶଦ୍ଦରୁ ଆସିଅଛି। ଯାହାର ଅର୍ଥ ସପ୍ତମ। ରୋମାନ କ୍ୟାଲେଣ୍ଡରରେ ଏହା ସପ୍ତମ ମାସ ଭାବେ ପରିଚିତ।

ଅକ୍ଟୋବର: ଲାଟିନ୍‌ ଭାଷା ଓକ୍ଟା ଶଦ୍ଦରୁ ଅକ୍ଟୋବର ଆସିଅଛି। ଓକ୍ଟା ଶଦ୍ଦର ଅର୍ଥ ଅଷ୍ଟମ।

ନଭେମ୍ବର: ନୋଭ ଅର୍ଥାତ୍‌ ନୂଆ। ଏହାର ଅନ୍ୟ ଏକ ଅର୍ଥ ମଧ୍ୟ ହେଉଛି ନବମ। ରୋମାନ କ୍ୟାଲେଣ୍ଡର ଅନୁସାରେ ଏହା ନବମ ମାସ। ତେଣୁ ଏହି ମାସକୁ ନଭେମ୍ବର କୁହାଯାଏ।

ଡିସେମ୍ବର: ଏହି ମାସ ରୋମାନ କ୍ୟାlଲେଣ୍ଡର ଅନୁଯାୟୀ ୧୦ମ ଓ ଶେଷ ମାସ। ଏଥିପାଇଁ ଏହାର ନାଁ ଡିସେମ୍ବର। ଲାଟିନ୍‌ ଭାଷାରେ ଡେକା ଅର୍ଥାତ୍‌ ୧୦ ହୋଇଥାଏ।

ଫେବୃଆରୀ: ୬୯୦ଖ୍ରୀଷ୍ଟାଦ୍ଦରେ ପୋମ୍ପିଲିୟସ ଭାବିଥିଲେ ଶୀତ ଶେଷ ଏବଂ ମାର୍ଚ୍ଚର ଆରମ୍ଭ ହେବା ଭିତରେ ପାଳନ କରାଯାଉଥିବା ଉତ୍ସବ ଫ୍ରବୁଆକୁ ପରିଚୟ ମିଳିବା ଆବଶ୍ୟବ। ତେଣୁ ସେ ଏହି ଉତ୍ସବକୁ ପରିଚିତ କରିବା ପାଇଁ ଏହି ମାସର ନାଁ ଫେବୃଆରୀ ରଖଥିଲେ।

ଜାନୁଆରୀ: ରୋମାନ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସ ଶେଷ ମାସ ଭାବରେ ଗଣାଯାଏ। ବର୍ଷ ଶେଷ ଏବଂ ନୂଆ ବର୍ଷ ଆରମ୍ଭ ହେବା ଆଧାରରେ ଏହି ମାସର ନାଁ ରଖାଯାଇଛି ଜାନୁଆରୀ। ଜାନୁଆରୀ ନାମ ଜେନସ ଭଗବାନଙ୍କ ନାମରୁ ଆସିଅଛି। ଜେନସଙ୍କୁ କିଛି ନୂଆର ଆରମ୍ଭ କିମ୍ବା ପ୍ରାରମ୍ଭର ଦେବତା ବୋଲି କୁହାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri