ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ ଗାଁରେ ଦେଖାଯାଇଛି ଉତ୍କଣ୍ଠା ଓ ଉତ୍ସାହ। ରବିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୀତ ମହୋତ୍ସବ ପୋଷ୍ଟରର ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିିଓ ପ୍ରୀତିରଞ୍ଜନ ରଥ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ରମାଧବ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ପୂର୍ବତନ ଜିଲା ସମ୍ପାଦକ ତଥା ଆଇନଜୀବୀ ହରେନ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଏହି ଉନ୍ମୋଚନରେ ଯୋଗ ଦେଇଥିଲେ। ପୋଷ୍ଟର ଉନ୍ମୋଚନ ପରେ ଗାଁ ଗାଁ କୁ ପୋଷ୍ଟର ପଠାଯାଇଥିବା ବିଡ଼ିଓ ରଥ କହିଛନ୍ତି।


