ସିଲଭର୍‌ ସିଟିରେ ଇ-ଟଏଲେଟ ବ୍ୟବସ୍ଥା; ଟଙ୍କାଏ ଦେଲେ ଖୋଲିବ କବାଟ

କଟକ ଅଫିସ, ୨୭।୧୦: ସିଲଭର୍‌ ସିଟିରେ ଆରମ୍ଭ ହେଲା ଇ-ଟଏଲେଟ ବ୍ୟବସ୍ଥା। ବୁଧବାର ମଧୁପାଟଣା ଏବଂ ଓଏମ୍‌ପି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ୧ ଟଙ୍କା ଦେବା ମାତ୍ରେ ଏହି ଶୌଚାଳୟର କବାଟ ଖୋଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଛକରେ ଅନେକ ଯାତ୍ରୀ ଗାଡ଼ି ପାଇଁ ଅପେକ୍ଷା କରି ରହୁଛନ୍ତି। ସେମାନଙ୍କ ସୁବିଧା ପାଇଁ ସିଏମ୍ସି ଏବଂ ଏରମା ସଂସ୍ଥାର ମିଳିତ ଉଦ୍ୟମରେ ଏହି ଇ-ଶୌଚାଳୟର ବ୍ୟବସ୍ଥା କରାଯାଇଛି।