Posted inଗଜପତି

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଯୋଡି ହୋଇଥିଲେ। ଜିଲା ଦୈରାଜଜ ସତ୍ୟପୀର ମିଶ୍ର, ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନିରୀକ୍ଷଣ ତଥା ମାଷ୍ଟର ଟ୍ରେନର) ପ୍ରଭାକର ଗଣ୍ଠିଆ, ଗଜପତି ଜିଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ତଥା ମାଷ୍ଟର ଟ୍ରେନର ଚିନ୍ମୟ ମିଶ୍ର, ପାରଳାଖେମୁଣ୍ଡି ବାର ଆସୋସିଏଶନର ସଭାପତି ରାମନାଥ ମିଶ୍ର, ସମ୍ପାଦକ ଏମ.ପୃଥିବୀରାଜ ପ୍ରମୁଖ ଉପସ୍ଥିତ ଥିଲେ । ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେ କୌଣସି ସମୟରେ ମାମଲା ଦାଖଲ କରିବା, ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ୍‌ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହେବ। ଅପଲୋଡ ହୋଇଥିବା ଆଦେଶ ତଥା ବିଚାରଗୁଡିକ ସ୍ବୟଂଚାଳିତ ଭାବରେ ଆଇନଜୀବୀମାନଙ୍କୁ ସୂଚିତ କରାଯିବ। ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆଯାଇଥିବା ବେଳେ ତଥ୍ୟଗୁଡିକ ସ୍ବଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚିପାରିବ ସେନେଇ ମୁଖ୍ୟ ବିଚାରପତି ବିସ୍ତୃତ ଭାବେ କହିଥିଲେ । ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri