ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ପରିବର୍ତ୍ତନ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପ୍‌କାର୍ଟ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କମ୍ପାନୀଗୁଡିକ ବର୍ତ୍ତମାନ ସେମାନଙ୍କ ବ୍ୟାକ୍‌ଏଣ୍ଡ ସିଷ୍ଟମକୁ ଅପ୍‌ଡେଟ୍‌ କରାଉଛନ୍ତି। ସେମାନଙ୍କ ପ୍ଲାଟ୍‌ଫର୍ମରେ ସୂଚୀଭୁକ୍ତ ହେଉଥିବା ନୂଆ ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ସେଲରମାନେ ତାକୁ ସହଜରେ ଚିହ୍ନିଟ କରିବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ୨ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁ ପ୍ରକ୍ରିୟା ଶେଷ କରିବା ଲାଗି ଅନ୍ତତଃ ପକ୍ଷେ ୩ ମାସ ସମୟ ଲାଗିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ଇ-କମର୍ସ ପ୍ଲାଟ୍‌ଫର୍ମରେ ବିପୁଳ ସଂଖ୍ୟାରେ ପ୍ରଡକ୍ଟ ବିକ୍ରି ହୋଇଥାଏ। ପରିବର୍ତ୍ତିତ ନିୟମକୁ ପ୍ରଥମେ ନୂଆ ପ୍ରଡକ୍ଟରୁ ଆରମ୍ଭ କରାଯିବାକୁ କମ୍ପାନୀ ଯୋଜନା କରିଛନ୍ତି। ଏ ନେଇ ଆମାଜନ, ଫ୍ଲିପ୍‌କାର୍ଟ ଏବଂ ଡିପିଆଇଆଇଟିର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବା ଲାଗି ଏଭଳି ହେଉଥିବା ଜଣାପଡିଛି। ବର୍ତ୍ତମାନ ଦେଶ ମଧ୍ୟରେ ଚାଇନା ସାମଗ୍ରୀ ବର୍ଜନ ନେଇ ଦେଶବ୍ୟାପୀ ଅଭିଯାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri