ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ପରିବର୍ତ୍ତନ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପ୍‌କାର୍ଟ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କମ୍ପାନୀଗୁଡିକ ବର୍ତ୍ତମାନ ସେମାନଙ୍କ ବ୍ୟାକ୍‌ଏଣ୍ଡ ସିଷ୍ଟମକୁ ଅପ୍‌ଡେଟ୍‌ କରାଉଛନ୍ତି। ସେମାନଙ୍କ ପ୍ଲାଟ୍‌ଫର୍ମରେ ସୂଚୀଭୁକ୍ତ ହେଉଥିବା ନୂଆ ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ସେଲରମାନେ ତାକୁ ସହଜରେ ଚିହ୍ନିଟ କରିବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ୨ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁ ପ୍ରକ୍ରିୟା ଶେଷ କରିବା ଲାଗି ଅନ୍ତତଃ ପକ୍ଷେ ୩ ମାସ ସମୟ ଲାଗିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ଇ-କମର୍ସ ପ୍ଲାଟ୍‌ଫର୍ମରେ ବିପୁଳ ସଂଖ୍ୟାରେ ପ୍ରଡକ୍ଟ ବିକ୍ରି ହୋଇଥାଏ। ପରିବର୍ତ୍ତିତ ନିୟମକୁ ପ୍ରଥମେ ନୂଆ ପ୍ରଡକ୍ଟରୁ ଆରମ୍ଭ କରାଯିବାକୁ କମ୍ପାନୀ ଯୋଜନା କରିଛନ୍ତି। ଏ ନେଇ ଆମାଜନ, ଫ୍ଲିପ୍‌କାର୍ଟ ଏବଂ ଡିପିଆଇଆଇଟିର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବା ଲାଗି ଏଭଳି ହେଉଥିବା ଜଣାପଡିଛି। ବର୍ତ୍ତମାନ ଦେଶ ମଧ୍ୟରେ ଚାଇନା ସାମଗ୍ରୀ ବର୍ଜନ ନେଇ ଦେଶବ୍ୟାପୀ ଅଭିଯାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଶହ କୋଟି ବେଟିଂ ମାମଲାରେ ଜଣେ ଗିରଫ

ହାଇଦ୍ରାବାଦ: ଚାଇନା ବେଟିଂ ଆପ୍‌ ଦ୍ୱାରା ୧,୧୦୦ କୋଟି ଟଙ୍କାର ବେଟିଂ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।...

ଟଳିବ ବାଣିଜ୍ୟ ଯୁଦ୍ଧ;ଚାଇନା-ଆମେରିକା କଥାବାର୍ତ୍ତା ପାଇଁ ରାଜି

ଓସାକା,୩୦-୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶନିବାର ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧକୁ ବନ୍ଦ...

ମହଙ୍ଗା ହେବ ଏୟାରଟେଲ୍‌ର ସମସ୍ତ ପ୍ଲାନ

ନୂଆଦିଲ୍ଲୀ,୨୮।୨: ଭାରତୀ ଏୟାରଟେଲ୍‌ ଚଳିତ ବର୍ଷ ନିଜର ଗ୍ରାହକଙ୍କୁ ବଡ ଝଟ୍‌କା ଦେବାକୁ ଯାଉଛି। ଭାରତରେ ଟେଲିକମ୍‌ କମ୍ପାନୀର ବିଭିନ୍ନ ପ୍ଲାନର ଦର ବଢ଼ାଇବାର ଆବଶ୍ୟକତା...

ନ୍ୟୁ ପୋକୋ ସି୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୨: ଦେଶର ପ୍ରମୁଖ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋର ସି-ସିରିଜ୍‌ ସ୍ମାର୍ଟଫୋନ୍‌ ପୋକୋ ସି୫୫ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ପୋକୋ ସି୫୫ ଏକ...

ଓଡ଼ିଶା ଦେଶର ଖଣି ରାଜଧାନୀ

ଭୁବନେଶ୍ୱର,୨୧।୧:  ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର

ନୂଆଦିଲ୍ଲୀ,୨୪-୯: ବୈଧ ପାସ୍‌ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ...

ଭାରତ ପ୍ରତି ମୁହଁ ମୋଡୁଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ...

Advertisement
Archives

Model This Week