ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ପରିବର୍ତ୍ତନ ଜୁଲାଇ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପ୍‌କାର୍ଟ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କମ୍ପାନୀଗୁଡିକ ବର୍ତ୍ତମାନ ସେମାନଙ୍କ ବ୍ୟାକ୍‌ଏଣ୍ଡ ସିଷ୍ଟମକୁ ଅପ୍‌ଡେଟ୍‌ କରାଉଛନ୍ତି। ସେମାନଙ୍କ ପ୍ଲାଟ୍‌ଫର୍ମରେ ସୂଚୀଭୁକ୍ତ ହେଉଥିବା ନୂଆ ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ସେଲରମାନେ ତାକୁ ସହଜରେ ଚିହ୍ନିଟ କରିବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରକ୍ରିୟା ସହ ଜଡ଼ିତ ୨ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁ ପ୍ରକ୍ରିୟା ଶେଷ କରିବା ଲାଗି ଅନ୍ତତଃ ପକ୍ଷେ ୩ ମାସ ସମୟ ଲାଗିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ଇ-କମର୍ସ ପ୍ଲାଟ୍‌ଫର୍ମରେ ବିପୁଳ ସଂଖ୍ୟାରେ ପ୍ରଡକ୍ଟ ବିକ୍ରି ହୋଇଥାଏ। ପରିବର୍ତ୍ତିତ ନିୟମକୁ ପ୍ରଥମେ ନୂଆ ପ୍ରଡକ୍ଟରୁ ଆରମ୍ଭ କରାଯିବାକୁ କମ୍ପାନୀ ଯୋଜନା କରିଛନ୍ତି। ଏ ନେଇ ଆମାଜନ, ଫ୍ଲିପ୍‌କାର୍ଟ ଏବଂ ଡିପିଆଇଆଇଟିର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବା ଲାଗି ଏଭଳି ହେଉଥିବା ଜଣାପଡିଛି। ବର୍ତ୍ତମାନ ଦେଶ ମଧ୍ୟରେ ଚାଇନା ସାମଗ୍ରୀ ବର୍ଜନ ନେଇ ଦେଶବ୍ୟାପୀ ଅଭିଯାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri