Posted inଜାତୀୟ

ଡାଇଜେନ୍‌ ଜେଲ୍‌ ତ୍ରୁଟି

ନୂଆଦିଲ୍ଲୀ,୭।୯: ଡାଇଜେନ୍‌ ଜେଲ୍‌ ସିରପ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ଆବୋଟ ଇଣ୍ଡିଆ ତାର ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ହୋଇଥିବା ସିରପ ବୋତଲ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। ସାଧାରଣତଃ ଏହି ସିରପର ରଙ୍ଗ ଗୋଲାପି ହୋଇଥିବାବେଳେ ଏହାର ସ୍ବାଦ ମିଠା ହୋଇଥାଏ।

କିନ୍ତୁ ଅଗଷ୍ଟ ପୂର୍ବରୁ କିଣାଯାଇଥିବା କିଛି ବୋତଲର ସିରପ ରଙ୍ଗ ଧଳା ହେବା ସହ ଏହାର ବାସ୍ନା ମଧ୍ୟ ଅତି କଦର୍ଯ୍ୟ ହେଉଛି ବୋଲି କେତେଜଣ ଗ୍ରାହକ ଅଭିଯୋଗ କରିଥିଲେ। ଏନେଇ କେନ୍ଦ୍ରୀୟ ଔଷଧ ମାନ ନିର୍ଦ୍ଧାରଣ ସଂସ୍ଥା ପକ୍ଷରୁ ଏକ ନୋଟିସ ଜାରି କରାଯିବା ସହ ଏହି ସିରପର ବ୍ୟବହାର ବର୍ତ୍ତମାନ ପାଇଁ ଅସୁରକ୍ଷିତ ଏବଂ ଏହା ପାର୍ଶ୍ୱ ପ୍ରତିକ୍ରିୟାଶୀଳ ବୋଲି କୁହାଯାଇଛି।

ସେହିପରି ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ହୋଇଥିବା ସିରପଗୁଡିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି ଘଟଣାକୁ ନେଇ ଡାକ୍ତରମାନେ କହିଛନ୍ତି, ଲୋକେ ଆତଙ୍କିତ ହେବାର ଆବଶ୍ୟକ ନାହଁି। କେବଳ ଔଷଧ କିଣିବା ପୂର୍ବରୁ ଏହାର ପ୍ରସ୍ତୁତି ତାରିଖକୁ ଭଲ ଭାବେ ପରଖି ନେବାକୁ କୁହାଯାଉଛି। ଅପରପକ୍ଷେ ଡାଇଜେନ ଟାବଲେଟର ବ୍ୟବହାର ପୂର୍ବଭଳି ସୁରକ୍ଷିତ ରହିଛି ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri