ଆଇପିଏଲ୍‌ରେ ୧୫୦ ଉଇକେଟ୍‌ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍‌ ଖେଳାଳି

ଆବୁଧାବି, ୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ରାହୁଲ ତ୍ରିପାଠୀ (୮୧ ରନ)ଙ୍କ ଅର୍ଦ୍ଧଶତକ ବଳରେ ୧୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ୧୫୭/୫ ସ୍କୋରରେ ଅଟକି ଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲ୍‌ରେ ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ବ୍ରାଭୋ ଏହି ମ୍ୟାଚ୍‌ରେ ୩ ଉଇକେଟ୍‌ ନେଇଥିଲେ। ଏଥିସହ ଆଇପିଏଲ୍‌ରେ ତାଙ୍କ ମୋଟ୍‌ ଉଇକେଟ୍‌ ସଂଖ୍ୟା ୧୫୦ ଛୁଇଁଛି। କୋଲକାତାର ଶିଭମ ମାଭିଙ୍କୁ ଆଉଟ୍‌ କରି ସେ ଆଇପିଏଲ୍‌ରେ ନିଜର ଦେଢ଼ଶହ ଉଇକେଟ୍‌ ପୂରଣ କରିଥିଲେ। ଏହି ସଫଳତା ପାଇବାରେ ସେ ଲିଗ୍‌ର ୫ମ ବୋଲର ହୋଇଛନ୍ତି। ବ୍ରାଭୋଙ୍କ ପୂର୍ବରୁ ଲସିଥ୍‌ ମାଲିଙ୍ଗା (୧୭୦ ଉଇକେଟ୍‌), ଅମିତ୍‌ ମିଶ୍ରା (୧୬୦), ପିୟୂଷ ଚାଓ୍ବଲା (୧୫୬) ଓ ହରଭଜନ ସିଂ (୧୫୦) ଏହି କ୍ଲବରେ ସାମିଲ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ସହ ଖାମେନେଇଙ୍କର ଥିଲା ଗଭୀର ସମ୍ପର୍କ! ମୃତ୍ୟୁ ପରେ ମର୍ମାହତ ବାରବାଙ୍କିର ଏହି ଗାଁ

ଲକ୍ଷ୍ନୌ/ତେହରାନ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ…

ବିରିୟାନି ଦୋକାନରୁ ମିଳିଲା ଗଳିତ ମୃତଦେହ, ଫ୍ରିଜରେ ଥିଲା…

ଲକ୍ଷ୍ନୌ,୧ା୩: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରିୟାନି ଦୋକାନରୁ ଏକ ମୃତଦେହ ମିଳିଛି । ଏହି ଘଟଣା ବକ୍ସି କା ତାଲାବ ଅଞ୍ଚଳରେ ଘଟିଛି । ଏଠାରେ…

ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ: କୋଚ୍‌ ପଦରୁ ଇସ୍ତଫା ଦେବେ…

କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍‌ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।…

ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡାଷ୍ଟକ ଯୋଗ, ସତର୍କ ରୁହନ୍ତୁ ଏହି ୩ ରାଶି

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ, ୨୦୨୬ ରେ ହେବ । ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୨ ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି…

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଯୁଦ୍ଧ ଭିତରେ ମୋଦିଙ୍କୁ ଚିଠି ଲେଖିଲେ ଜିତୁ ପଟଓ୍ବାରୀ

ଭୋପାଳ,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ନାଗରିକଙ୍କ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri