କର୍ତ୍ତବ୍ୟପରାୟଣ ଓ ଦାୟିତ୍ୱବୋଧ

ଏକଦା ରାଜରାସ୍ତା ପାର୍ଶ୍ୱରେ ଦୁଇଜଣ ସରକାରୀ ଶ୍ରମିକ କାର୍ଯ୍ୟରତ ଥିଲେ। ଜଣେ ଶ୍ରମିକ ଗାତ ଖୋଳି ଚାଲିଥିଲେ ଓ ଆଉ ଜଣେ ସେ ଗାତକୁ ପୋତି ସମତୁଲ କରୁଥିଲେ। ଅଦୂରରେ ଜଣେ ସମାଜସେବୀ ଏପରିଭାବେ ଗାତ ଖୋଳିବା ଓ ତାକୁ ପୋତିବାର ରହସ୍ୟ କ’ଣ ହୋଇପାରେ , ତାହା ଜାଣିବାକୁ ଚାହଁିଲେ। ସେ ଶ୍ରମିକ ଦୁହିଁଙ୍କ ନିକଟକୁ ଯାଇ ଏହାର କାରଣ ଜିଜ୍ଞାସା କରନ୍ତେ, ପ୍ରଥମ ଶ୍ରମିକଟି ଉତ୍ତର ଦେଲା – ଆମେ ତିନିଜଣ ଏଠାରେ ନିଯୁକ୍ତ ଅଛୁ। ମୁଁ ଗାତ ଖୋଳେ, ଦ୍ୱିତୀୟ ଶ୍ରମିକ ଉକ୍ତ ଗାତରେ ଚାରା ରୋପଣ କରେ ଓ ତୃତୀୟ ବ୍ୟକ୍ତି ଅର୍ଥାତ ଏଇ ମୋର ସାଙ୍ଗ ଗାତ ପୋତେ ଓ ଚାରା ଲଗାଇଥିବା ଦ୍ୱିତୀୟ ଶ୍ରମିକ ରୋପିତ ଚାରାରେ ପାଣିଦିଏ। ଆଜି ଦ୍ୱିତୀୟ ଶ୍ରମିକଟି ଛୁଟିରେ ଅଛି। ତା’ ବୋଲି ତ ଆମେ ଆଉ କାର୍ଯ୍ୟ ବନ୍ଦ କରିବୁ ନାହିଁ। ତେଣୁ ମୋ କାମ ଅର୍ଥାତ ଗାତ ଖୋଳା ଜାଣ ମୁଁ କରୁଛି ଓ ମୋ ସାଙ୍ଗ ତା’ କାମ ଅର୍ଥାତ ପୋତିବା କାମ କରୁଛି। ଏଥିରେ ସମାଜସେବୀ ମୁଣ୍ଡରେ ହାତଦେଇ ସ୍ବାଗତୋକ୍ତି କଲେ- ଧନ୍ୟ ସରକାର, ଧନ୍ୟ ଶ୍ରମିକ ଓ ଧନ୍ୟ ତୁମର କାର୍ଯ୍ୟଧାରା। ଅଳ୍ପ କିଛି ଚାରା ଆଣି ତାକୁ ତୁମେ ଦୁହେଁ ରୋପଣକରି ଯଥାବିଧି କାର୍ଯ୍ୟ କରିପାରିଥାନ୍ତ। ଏହା ଯେ ଦେଶର ଅର୍ଥ ବ୍ୟବସ୍ଥାକୁ ଶକ୍ତ କୁଠାରାଘାତ-ଏ କଥା କ’ଣ ତୁମେ ବୁଝି ପାରୁନାହଁ ? ଏହା ତାଙ୍କୁ ମର୍ମାହତ କଲା।
ମନେକରନ୍ତୁ ଆପଣ କୌଣସି କାର୍ଯ୍ୟ ପାଇଁ ସରକାରୀ ବିଭାଗୀୟ ମୁଖ୍ୟାଳୟକୁ ଯାଇଛନ୍ତି। ଅନେକ ଦିନଧରି ଅଟକି ରହିଥିବା କାର୍ଯ୍ୟ ତଦାରଖ କରିବା ଓ ଯଥାସମ୍ଭବ ଫାଇଲକୁ ଆଗକୁ ପଠାଇବା ଆପଣଙ୍କ ଉଦ୍ଦେଶ୍ୟ। କିନ୍ତୁ ଅଫିସରେ ପହଞ୍ଚତ୍ ଜାଣିବେ ଆପଣଙ୍କ କାର୍ଯ୍ୟର କିଛି ଅଗ୍ରଗତି ହୋଇନାହିଁ। ପଚାରିଲେ ଉତ୍ତର ମିଳିବ ଅମୁକ ବାବୁ ତାଙ୍କ ଝିଅ ବାହାଘର ପାଇଁ ଛୁଟିରେ ଅଛନ୍ତି ତ ସେ ନ ଆସିଲେ ତାଙ୍କ କାମ କିଏ କରିବ? ଏତ ବଡ଼ ବିଚିତ୍ର କଥା! ଜଣେ ଦୀର୍ଘ ଅନୁପସ୍ଥିତ ରହିଲେ ଅନ୍ୟକୁ ସାମୟିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିବା କଥା। ମାତ୍ର ତା’ ନ କରିବା ଫଳରେ ବିଚରା ସାଧାରଣ ଲୋକଟି କେବଳ ହନ୍ତସନ୍ତ ହେବା ସାର ହେବ। ଆପଣ ଯଦି ଉପାନ୍ତ ଇଲାକାରୁ ରାଜଧାନୀକୁ ଆସିଥାନ୍ତିି, ତେବେ ଅର୍ଥ ଅପଚୟ କରି ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ପରେ ଆପଣ ଭାଙ୍ଗିପଡ଼ିବେ ନିଶ୍ଚୟ। ଯଦି ସମ୍ପୃକ୍ତ ବାବୁ ଜଣକ ଅନ୍ୟକୁ ଦାୟିତ୍ୱ ହସ୍ତାନ୍ତର କରିଥାନ୍ତେ ତେବେ ହୁଏତ ଆପଣଙ୍କ କାମ ସୁଗମ ହୋଇଥାନ୍ତା। ଦୃଢ଼ ଇଚ୍ଛାଶକ୍ତି ଓ ଦାୟିତ୍ୱବୋଧ ଥିଲେ ସବୁ ସମ୍ଭବ ହେବ। କହିବାକୁ କେହି ନାହିଁ। ନିରୀହ ସାଧାରଣ ଜନତା ଦୁର୍ଦ୍ଦିନର ଶିକାର ହେଉଛନ୍ତି। ସମସ୍ତେ କର୍ତ୍ତବ୍ୟ କରୁଛନ୍ତି; କିନ୍ତୁ ନିଷ୍ଠା ନାହିଁ।
ଏ ସମ୍ପର୍କରେ ଜାପାନର ଏକ ଘଟଣା ପ୍ରାସଙ୍ଗିକ ମନେହୁଏ। ଥରେ ଗୋଟିଏ ଜୋତା କମ୍ପାନୀର କର୍ମଚାରୀ ସମୂହ ଭାବେ ବେତନ ବୃଦ୍ଧି ପାଇଁ ଆନ୍ଦୋଳନ କରିବାକୁ ସ୍ଥିର କଲେ। କିନ୍ତୁ ସରକାରଙ୍କର କଡ଼ା ନିର୍ଦ୍ଦେଶ ରହିଛି ଯେ, ସରକାରୀ କିମ୍ବା ବେସରକାରୀ କର୍ମଚାରୀ ସଂଘବଦ୍ଧ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଏଣେ କମ୍ପାନୀକୁ ବେତନ ବୃଦ୍ଧି ପାଇଁ ଯେତେ ଅନୁରୋଧ କଲେ ମଧ୍ୟ ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରାଯାଉନାହିଁ। ତେଣୁ କର୍ମଚାରୀ ସଂଘର ନେତୃମଣ୍ଡଳୀ ଏକ ଅଭିନବ ଉପାୟ ଚିନ୍ତାକଲେ। ତା’ପରଦିନଠାରୁ କେବଳ ବାମ ଗୋଡ଼ର ଜୋତା ଉପତ୍ାଦନ ଚାଲିଲା। କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡିଲେ। ବ୍ୟବସାୟ ଉଜୁଡି ଯିବାକୁ ବସିଲା। ତେଣୁ ବାଧ୍ୟ ହୋଇ କର୍ତ୍ତୃପକ୍ଷ କର୍ମଚାରୀଙ୍କର ବେତନ ବୃଦ୍ଧି କଲେ ଓ କର୍ମଚାରୀମାନେ ଦକ୍ଷିଣ ଗୋଡ଼ର ଜୋତା ତିଆରିରେ ଲାଗିଗଲେ। ଆନ୍ଦୋଳନ ହେଲା କିନ୍ତୁ କାର୍ଯ୍ୟ ବନ୍ଦ ହେଲାନାହିଁ।
ଆଜି କିନ୍ତୁ କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧରୁ ସମସ୍ତେ ଦୂରେଇ ଯାଉଛନ୍ତି। କୌଣସି ସଭାରେ ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀ ଠିକ୍‌ ସମୟରେ ନ ପହଞ୍ଚତ୍ ଯଥେଷ୍ଟ ବିଳମ୍ବରେ ପହଞ୍ଚୁଛନ୍ତି। ସେମାନଙ୍କର ଏହା ଏକ ଚିରାଚରିତ ଧାରଣା ଯେ ଯଥା ସମୟରେ ସଭାରେ ଉପସ୍ଥିତ ହେଲେ ତାଙ୍କ ଗରିମା କାଳେ ମଳିନ ପଡ଼ିଯିବ। ତେଣୁ ସେମାନେ ଜାଣିଜାଣି ବିଳମ୍ବ କରନ୍ତି, ଯଦ୍ଦ୍ବାରା ତାଙ୍କ ଭାବମୂର୍ତ୍ତି ଅଧିକ ଉଦ୍ଭାସିତ ହୋଇଥାଏ। କିଛିଦିନ ତଳେ ଜଣେ କେନ୍ଦ୍ରମନ୍ତ୍ରୀଙ୍କର ବିଦେଶ ଯାତ୍ରା କରିବାର ଥାଏ। ବିମାନର ଉଡାଣ ସମୟ ହୋଇଥିଲେ ମଧ୍ୟ ମନ୍ତ୍ରୀ ଆସି ତଥାପି ପହଞ୍ଚତ୍ନାହାନ୍ତି। ପାଇଲଟ୍‌ ମନ୍ତ୍ରୀଙ୍କୁ ଅପେକ୍ଷା କରିଥାନ୍ତିି। ବିମାନ କର୍ତ୍ତୃପକ୍ଷ ମଧ୍ୟ ଉକ୍ତ ବିଳମ୍ବକୁ ସ୍ବାଗତ କଲାପରି ମନେ ହେଉଥାଏ। ପରିଶେଷରେ ପନ୍ଦର ମିନିଟ୍‌ ବିଳମ୍ବରେ ମନ୍ତ୍ରୀ ଓ ତାଙ୍କ ସାଥୀ ବିମାନ ଆରୋହଣ କଲେ ଓ ବିମାନ ଉଡାଣ ଆରମ୍ଭ କଲା। କିନ୍ତୁ ଯାତ୍ରୀମାନେ ବିମାନରେ ମନ୍ତ୍ରୀଙ୍କୁ ଏପରି ବ୍ୟବହାର କଲେ ଯେ ମନ୍ତ୍ରୀ ହୁଏତ ଭାବିଥିବେ ଯେ ସେ ନ ଆସିଥିଲେ ବରଂ ଭଲ ହୋଇଥାନ୍ତା। ଅନନ୍ୟୋପାୟ ହୋଇ ମନ୍ତ୍ରୀ ‘ଆଇ ଆମ୍‌ ସରି’ କହିବା ପରେ ଯାତ୍ରୀମାନେ ଶାନ୍ତ ପଡ଼ିଲେ। ସେହିପରି ୨୦୧୫ ରେ ଆଉ ଏକ ଘଟଣା। କେରଳର ତତ୍କାଳୀନ ରାଜ୍ୟପାଳ ସି.ସଦାଶିବମ୍‌ କୋଚିରୁ ଥିରୁଭାନନ୍ତପୁରମ୍‌ ଯିବା ପାଇଁ ରାତି ୧୧ଟା ୩୪ମିନିଟ୍‌ରେ କୋଚି ବିମାନ ବନ୍ଦରରେ ପହଞ୍ଚତ୍ଲେ। କିନ୍ତୁ ମାତ୍ର ଚାରି ମିନିଟ୍‌ ପୂର୍ବରୁ ବିମାନଟି ଉଡାଣ ଆରମ୍ଭ କରି ଦେଇଥିଲା। ପାଇଲଟ୍‌ ରାଜ୍ୟପାଳଙ୍କ ଗସ୍ତ ସମ୍ବନ୍ଧରେ ଅବଗତ ଥାଇ ମଧ୍ୟ କର୍ତ୍ତବ୍ୟବୋଧର ଆହ୍ବାନରେ ନିର୍ଦ୍ଧାରିତ ସମୟରେ ବିମାନଟିର ଉଡାଣ ଆରମ୍ଭ କରିଦେଇଥିଲେ। ରାଜ୍ୟପାଳଙ୍କ ପରି ଜଣେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଲା।
ଦୋଷୀ କର୍ମଚାରୀଙ୍କୁ ଠାବକରି କଠିନରୁ କଠିନତର ଦଣ୍ଡବିଧାନ କରିବା ଏକାନ୍ତ ଅପରିହାର୍ଯ୍ୟ। କର୍ତ୍ତବ୍ୟପରାୟଣତା, ଦାୟିତ୍ୱବୋଧ ଓ ସର୍ବୋପରି ସମୟାନୁବର୍ତ୍ତିତାଠାରୁ ବଳି ମୂଲ୍ୟବାନ ଆଉ କିଛି ନାହିଁ। ମହାତ୍ମା ଗାନ୍ଧୀଙ୍କ ଉକ୍ତି ଏଠାରେ ପ୍ରଣିଧାନଯୋଗ୍ୟ। ସେ କହନ୍ତି ‘ତୁମେ କୌଣସିଠାରେ ପହଞ୍ଚତ୍ବାର ଏକ ମିନିଟ୍‌ ବିଳମ୍ବ କଲେ, ତୁମେ କ୍ଷମାଯୋଗ୍ୟ ନୁହଁ। ସମୟାନୁବର୍ତ୍ତିତା, କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧ ମଣିଷ ଉପରେ ଆଧାରିତ ସ୍ବର୍ଗୀୟ ଶକ୍ତି। ଏଥିରେ ବ୍ୟତିକ୍ରମ ତୁମକୁ ସତ୍ୟଠାରୁ ଦୂରକୁ ନେଇଯିବ’। ତେଣୁ କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧ ସବୁଠାରୁ ମୂଲ୍ୟବାନ।

– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri