Posted inଖେଳ

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି ଇର୍ଫାନ ଓ ଜାଭେଲିନ୍‌ ଥ୍ରୋୟର ଶିବପାଲ୍‌ ସିଂ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଏହା ପ୍ରକାଶ କରାଯାଇଛି। ପ୍ରଦର୍ଶନ ସମୀକ୍ଷା ପରେ ଟପ୍‌ ପ୍ରିଣ୍ଟର ହିମା ଦାସ ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ୍‌ ଥ୍ରୋୟର ନିରଜ ଚୋପ୍ରା ଟପ୍ସରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ନଭେମ୍ବର ୨୬ରେ ମିଶନ ଅଲିମ୍ପିକ୍ସ ସେଲ୍‌ର ଏକ ବୈଠକ ପରେ ୭ଜଣ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟ୍‌ ଆଥଲେଟଙ୍କୁ ଟପ୍ସ ଡେଭଲପମେଣ୍ଟାଲ ଗ୍ରୁପ୍‌ରେ ସ୍ଥାନ ମିଳିଛି। ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ ସମ୍ଭାବନା ରଖିଥିବା ଏବଂ ପ୍ରଦର୍ଶନରେ ଅଗ୍ରଗତିକୁ ଭିତ୍ତିକରି ଟପ୍ସ କୋର୍‌ ଗ୍ରୁପ୍‌ରେ ଆଥଲେଟମାନଙ୍କୁ ସାମିଲ କରାଯାଇଛି। ଶିବପାଲ ସିଂ, ଇର୍ଫାନ ଓ ଦୂତୀଙ୍କୁ ଛାଡ଼ି ଅନ୍ୟ ଯେଉଁମାନଙ୍କୁ ଟପ୍ସ କୋର୍‌ ଗ୍ରୁପ୍‌ରେ ସାମିଲ କରାଯାଇଛି ସେମାନେ ହେଲେ ଅନୁ ରାନୀ (ମହିଳା ଜାଭେଲିନ୍‌ ଥ୍ରୋ), ଆରୋକିଆ ରାଜୀବ (ପୁରୁଷ ୪୦୦ ମିଟର ଓ ୪x୪୦୦ମିଟର ରିଲେ), ଆଲେକ୍ସ ଆନ୍ଥୋନୀ (ପୁରୁଷ ୪୦୦ମିଟର ଓ ୪x୪୦୦ ମିଟର ପୁରୁଷ ରିଲେ), ଏମ୍‌.ଆର. ପୁଭାମା (ମହିଳା ୪୦୦ମିଟର ଓ ୪x୪୦୦ମିଟର ରିଲେ)। ଭାରତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ମିକ୍ସଡ ୪x୪୦୦ ମିଟର ରିଲେରେ ଏକ ଅଲିମ୍ପିକ କୋଟା ହାସଲ କରିଛି। ପ୍ରଦର୍ଶନ ସମୀକ୍ଷା ପରେ ଚୋପ୍ରା ଓ ହିମାଙ୍କ ସମେତ ଶଟ୍‌ ପୁଟର ତାଜିନ୍ଦର ପାଲ୍‌ ସିଂ ତୁର୍‌ ଟପ୍ସ କୋର୍‌ ଗ୍ରୁପ୍‌ରେ ତାଙ୍କ ସ୍ଥାନ ବଜାୟ ରଖିପାରିଛନ୍ତି। ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂ ସ୍କିମ୍‌ରୁ ବାଦ୍‌ ପଡ଼ିଛନ୍ତି। ଟପ୍ସ ଡେଭଲପମେଣ୍ଟାଲ ଗ୍ରୁପ୍‌ରେ ଯେଉଁ ୭ଜଣ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ହାଇଜମ୍ପ ଜାତୀୟ ରେକର୍ଡଧାରୀ ତେଜଶ୍ୱିିନ ଶଙ୍କର ଅନ୍ୟତମ। ଅନ୍ୟମାନେ ହେଲେ ହର୍ଶ କୁମାର (ପୁରୁଷ ୪୦୦ମିଟର ଓ ୪x୪୦୦ ମିଟର ରିଲେ), ବୀରାମଣି ରେବତୀ (ମହିଳା ୪୦୦ମିଟର ଓ ୪x୪୦୦ ମିଟର ରିଲେ), ଆର. ବିଥ୍ୟା (ମହିଳା ୪୦୦ ମିଟର ଓ ୪x୪୦୦ ମିଟର ରିଲେ), ଶୈଳୀ ସିଂ (ମହିଳା ଲଙ୍ଗ୍‌ ଜମ୍ପ୍‌), ସାନ୍ଦ୍ରା ବାବୁ (ମହିଳା ଟ୍ରିପଲ ଜମ୍ପ) ଓ ହର୍ଶିତା ଶେରାଓ୍ବତ (ମହିଳା ହାମର ଥ୍ରୋ)। ଚଳିତବର୍ଷ ପ୍ରଥମଭାଗରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚୋପ୍ରା ଓ ଶିବପାଲ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଗତବର୍ଷ ଜାପାନରେ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ୨୦ କି.ମି. ରେସ ଓ୍ବାକର ଇର୍ଫାନ ଯୋଗ୍ୟତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri