‘ଅଧା ବାଟରେ ଛାଡ଼ିବୁନି ହାତ ମୋର’

ଭୁବନେଶ୍ୱର,୧୧।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହର ଆଜି ପଞ୍ଚମ ଦିନ ଅର୍ଥାତ ପ୍ରୋମିସ୍‌ ଡେ(ପ୍ରତିଶ୍ରୁତି ଦିବସ)। ପ୍ରେମୀଯୁଗଳ ମାନେ ନିଜ ନିଜ ସାଥୀଙ୍କୁ ଏହି ଦିନରେ ପ୍ରତିଶ୍ରୁତି ଦେଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଧାବିକା ଦୂତି ଚାନ୍ଦ। ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତି ନିଜ ସୋସିଆଲ ପୃଷ୍ଠାରେ ପ୍ରେମିକାଙ୍କ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରୋମିସ୍‌ ଡେ’ରେ ଦୂତି ନିଜର ମନର ମଣିଷଙ୍କୁ ପ୍ରତିଶ୍ରୁତି ଦେବାକୁ କହିଛନ୍ତି।

ସେ ଲେଖିଛନ୍ତି, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିସ୍‌ ଡେ’। ପ୍ରେମ ସପ୍ତାହର ପଞ୍ଚମ ଦିନ ପ୍ରୋମିସ୍‌ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମୀ ଯୁଗଳ। ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ। ଜୀବନରେ ଯେତେ ଝଡ଼ ତୋଫାନ ଆସିଲେବି କେବେ ବି କରିବୁନି ପର ମୋତେ। ଅଧା ବାଟରେ ଛାଡ଼ିବୁନି ହାତ ମୋର’। ଏବେ ଦୂତିଙ୍କର ଏହି ପୋଷ୍ଟ ଚର୍ଚ୍ଚାରେ ଥିବା ବେଳେ ପ୍ରଶଂସକଙ୍କ ସହ ଅନେକ ପ୍ରତିକ୍ରିୟା ରଖୁଛନ୍ତି।