Posted inଖେଳ

ଟୋକିଓ ଟିକେଟ ଘୋଷଣାକୁ ଦୂତୀଙ୍କ ଅପେକ୍ଷା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ସମୟ ନେଇ ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯ ପଏଣ୍ଟ ତାଙ୍କୁ ଟୋକିଓରେ ପହଞ୍ଚାଇ ପାରିବ ବୋଲି ଦୂତୀ ଆଶା ରଖିଛନ୍ତି। ଏବେ କେବଳ ସେ ଟୋକିଓ ପାଇଁ ଭାରତୀୟ ଆଥ୍‌ଲେଟ ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ସମ୍ପ୍ରତି ପଟିଆଲାରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ହିଟ୍‌ ସମୟରେ ମାଂସପେଶୀ ଟାଣି ଧରିବା ଯୋଗୁ ଦୂତୀ ଫାଇନାଲରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ମାତ୍ର ଏଥିପାଇଁ ସେ ଚିନ୍ତିତ ନୁହନ୍ତି। ପଟିଆଲାର ଟ୍ରାକ୍‌ କଠିନ ରହିଛି। ୧୦୦ ମିଟର ହିଟ୍‌ ସହିତ ରିଲେ ଦଳରେ ଭାଗ ନେବାରୁ ମାଂସପେଶୀ ଟାଣି ଧରିବା ଜନିତ ସମସ୍ୟା ଆସିଲା। ଦୁଇ ତିନିଦିନ ବିଶ୍ରାମ ନେଲେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ। ”ମୁଁ ବହୁତ ଖୁସି। ରାଜ୍ୟ ସରକାର ମୋତେ କ୍ରମାଗତ ଉତ୍ସାହିତ କରି ଆସିଛନ୍ତି। ଏହା ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇ ଆସିଛି। ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେବି“ ବୋଲି ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri