Posted inଜାତୀୟ

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି ହୋଇଛି ଯେ ଚଳିତ ମାସର ଶେଷ ପର୍ଯ୍ୟନ୍ତ ଝାଞ୍ଜି ପବନ ଜାରି ରହିବ। ସେହିପରି ମେ’ ମାସ ଆରମ୍ଭରୁ ତାତି କମିବାର ସମ୍ଭାବନା ରହିଛି। ବୁଧବାର ସିରି ଫୋର୍ଟ କମ୍ପ୍ଲେକ୍ସରେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଦିଲ୍ଲୀ ପାଇଁ ଏକ ’ୟୋଲୋ ଆଲର୍ଟ’ ମଧ୍ୟ ଜାରି କରାଯାଇଛି।

ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ଯେ ଏପ୍ରିଲ ୨୯ ରେ ଉତ୍ତର ଭାରତରେ ଧୂଳି ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଦ୍ୱାରା ମେ ୧ ରୁ ତାପମାତ୍ରା ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଛି। ଆଇଏମଡି ଅନୁଯାୟୀ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ, ବିହାର, ଝାଡଖଣ୍ଡ, ଆଭ୍ୟନ୍ତରୀଣ ଗ୍ୟାଙ୍ଗେଟିକ ପଶ୍ଚିମବଙ୍ଗ, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଗୁଜୁରାଟର ଉତ୍ତର ଭାଗରେ ଝାଞ୍ଜି ପବନ ଅସହ୍ୟ ହେବାର ସମ୍ଭାବନା ରହିଛି।

ସେହିପରି ସ୍କାଏମେଟ ପାଣିପାଗ କହିଛି ଯେ ଝାଞ୍ଜି କେବଳ ଦିଲ୍ଲୀରେ ସୀମିତ ରହିବ ନାହିଁ, ଏହା ଉତ୍ତର ଭାରତର ବାସିନ୍ଦାଙ୍କୁ ମଧ୍ୟ ପ୍ରଭାବିତ କରିବ। ସ୍କାଏମେଟ ପାଣିପାଗ ଟୁଇଟରରେ ଲେଖିଛି, ଚଳିତ ମାସ ଶେଷ ପର୍ଯ୍ୟନ୍ତ ହିଟୱଭ ଅବସ୍ଥା ଜାରି ରହିବ। ଉତ୍ତର ଭାରତର ବାସିନ୍ଦାଙ୍କୁ ଏହା ପ୍ରଭାବିତ କରିବ। ତଥାପି ମେ’ ମାସ ଆରମ୍ଭରୁ ସ୍ଥିତିରେ କେତେକ ପରିବର୍ତ୍ତନ ହୋଇପାରେ।

ଗରମ ଝାଞ୍ଜି ପବନ ଅବସ୍ଥା ମାସର ଶେଷ ପର୍ଯ୍ୟନ୍ତ ରହିବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ତାପମାତ୍ରା ୪୩ ଡିଗ୍ରୀ ସେଲସିୟସରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ରାଜସ୍ଥାନରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ସେଲସିୟସ ମଧ୍ୟ ଛୁଇଁବାର ସମ୍ଭାବନା ରହିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ତାତି ଏପ୍ରିଲ ୨୮ ରୁ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ।

ସେହିପରି ଚଣ୍ଡିଗଡ଼ର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନମୋହନ ସିଂ କହିଛନ୍ତି ଯେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଉତ୍ତପ୍ତ ରହିବ। ପଞ୍ଜାବ ଏବଂ ହରିୟାଣାର କିଛି ସ୍ଥାନରେ ଝାଞ୍ଜି ଚେତାବନୀ ଦିଆଯିବା ସହ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତର-ପଶ୍ଚିମ ଭାରତ ଚଳିତ ବର୍ଷ ୧୨୨ ବର୍ଷ ମଧ୍ୟରେ ସବୁଠାରୁ ତାତି ମାର୍ଚ୍ଚ ରେକର୍ଡ କରିଥିଲା। ଯେଉଁଠାରେ ହାରାହାରି ସର୍ବାଧିକ ତାପମାତ୍ରା ୨୦୦୪ ରେ ୩୦.୬୭ ଡିଗ୍ରୀ ସେଲସିୟସ ରେକର୍ଡକୁ ଅତିକ୍ରମ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri