Posted inଜାତୀୟ

ଅନୁମତି ମିଳୁ ଅବା ନମିଳୁ ଶିବାଜୀ ପାର୍କରେ କରିବୁ ଦଶହରା ରାଲି, ଉଦ୍ଧବ ସମର୍ଥକଙ୍କ ଘୋଷଣା…

ମୁମ୍ବାଇ, ୨୦।୯ : ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ପକ୍ଷରୁ ମଙ୍ଗଳବାର ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀଙ୍କୁ ଉଦ୍ଦେଶ୍ୟରେ ଉଦ୍ଧବଙ୍କ ସମର୍ଥକଙ୍କ ପକ୍ଷରୁ କୁହାଯାଇଛି ଯେ, ଅନୁମତି ମିଳୁ ଅବା ନମିଳୁ ଶିବାଜୀ ପାର୍କରେ ଆମେ ଦଶହରା ରାଲି କରିବୁ । ବ୍ରହ୍ମନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି) ଏହାର ଅନୁମୋଦନ ଦେଉଛି କି ନାହିଁ ତାହାର କୌଣସିତ ଫରକ ପଡ଼ିବ ନାହିଁ ବୋଲି ଉଦ୍ଧବଙ୍କ ସମର୍ଥକ କହିଛନ୍ତି।

ମୁମ୍ବାଇର ପୂର୍ବତନ ମେୟର ମିଲିନ୍ଦ ବୈଦ୍ୟଙ୍କ ନେତୃତ୍ୱରେ ଉଦ୍ଧବଙ୍କ ଶିବସେନା ନେତାଙ୍କ ଏକ ପ୍ରତିନିଧୀ ଦଳ ବିଏମସି ଅଧିକାରୀଙ୍କୁ ଭେଟି ଏହି ରାଲି ଆୟୋଜନ ପାଇଁ ଅନୁମତି ମାଗିଥିଲେ। ସେମାନେ କହିଛନ୍ତି ଆମେ ଅନୁମତି ପାଇବୁ ଅବା ନ ପାଇବୁ ତାହାର କୌଣସିତ ପ୍ରଭାବ ଧାର୍ଯ୍ୟ ସ୍ଥାନରେ ଦଶହରା ରାଲି ପାଳନ ଉପରେ ପଡ଼ିବ ନାହିଁ। ଆମେ ଶିବାଜୀ ପାର୍କରେ ଏକାଠି ହେବୁ।

ବିଏମସି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହିଁ। ବିକଳ୍ପ ଭାବରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ର ଏମଏମଆରଡିଏ ଗ୍ରାଉଣ୍ଡରେ ରାଲି ଆୟୋଜନ କରିବାକୁ ଅନୁମତି ପାଇଁ ଉଭୟ ଦଳ ମଧ୍ୟ ଆବେଦନ କରିଛନ୍ତି। ପ୍ରକାଶ ଥାଉକି, ଗତ ସପ୍ତାହରେ ବି.କେ.ସିରେ ଏକ ରାଲି କରିବାକୁ ଶିଣ୍ଡେ ଦଳକୁ ଅନୁମତି ଦିଆଯାଇଛି।ିତ୍

ଏହି ପ୍ରସଙ୍ଗରେ ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଶିବସେନାଙ୍କୁ ଶିବାଜୀ ପାର୍କରେ ରାଲି କରିବାକୁ ଅନୁମତି ଦିଆଯିବା ଉଚିତ ଏବଂ ଯଦି ଅନୁମତି ନ ଦିଆଯାଏ ତେବେ ସେମାନେ ଆଇନର ଦ୍ୱାରସ୍ଥ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri