ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର: ନବରାତ୍ରୀରେ ସରକାର ଦେଇପାରନ୍ତି ବଡ଼ ଭେଟି !

ନୂଆଦିଲ୍ଲୀ,୨୦।୯: ଆଗକୁ ଦୁର୍ଗାପୂଜା। ଏହା ପୂର୍ବରୁ ନବରାତ୍ରୀରେ କେନ୍ଦ୍ର ସରକାର ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଭେଟି ଦେବାକୁ ଯୋଜନା କରୁଛନ୍ତି। ପିଏଫ୍‌ ଖାତାରେ ଥିବା ଜମା ରାଶି ଉପରେ ୮.୧ ପ୍ରତିଶତ ସୁଧ ମିଳିପାରେ। ଇପିଏଫ୍‌ଓ ପକ୍ଷରୁ ଏହି ମାମଲାରେ ଆଧିକାରୀକ ଘୋଷଣା ହୋଇ ନ ଥିଲେ ହେଁ ପୂଜା ପୂର୍ବରୁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଜମା କରାଯିବ ବୋଲି କୁହାଯାଉଛି।

୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଇପିଏଫ୍‌ ଉପରେ ୮.୧% ସୁଧ ମିଳିବ। ଏହି ହିସାବରେ ଖାତାରେ ଥିବା ଅର୍ଥରାଶି ଉପରେ କେତେ ଟଙ୍କା ମିଳିବ ତାହା ନିର୍ଭର କରିବ। ଯଦି ଖାତାରେ ଏକ ଲକ୍ଷ ଟଙ୍କା ଅଛି ତେବେ ବାର୍ଷିକ ସୁଧ ହିସାବରେ ୮,୧୦୦ ମିଳିବ। ସେହିଭଳି ଯଦି ଖାତାରେ ୧୦ ଲକ୍ଷ ଟଙ୍କା ଅଛି ତେବେ ସୁଧ ହିସାବରେ ୮୧,୦୦୦ ଟଙ୍କା ଖାତାକୁ ଟ୍ରାନ୍ସଫର ହେବ।

ଏସ୍‌ଏମ୍‌ଏସ୍‌ ଜରିଆରେ କିଭଳି ଜାଣିବେ ବାଲାନ୍ସ:
ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବାଲାନ୍ସ ଜାଣିବା ଲାଗି ୭୭୩୮୨୯୯୮୯୯କୁ ‘EPFOHO UAN ENG’ ଲେଖି ପଠାନ୍ତୁ। ଯଦି ହିନ୍ଦୀରେ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ENG ସ୍ଥାନରେ HIN ଲେଖନ୍ତୁ। ଏହି ଏସ୍‌ଏମ୍‌ଏସ୍‌କୁ ପଠାଇବା ପରେ ଜବାବରେ ବାଲାନ୍ସ ସମ୍ପର୍କିତ ସୂଚନା ମିଳିଯିବ।

ଓ୍ବେବ୍‌ସାଇଟ୍‌ ଜରିଆରେ: ଇପିଏଫ୍‌ଓ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ। ସେଠାରେ ‘Our services’କୁ କ୍ଲିକ୍‌ କରି ‘ଫର୍‌ ଏମ୍ଲୋଇଜ୍‌’କୁ ଚୟନ କରନ୍ତୁ। ଏହାପରେ ଖାତାଧାରୀ ମେମ୍ବର ପାସ୍‌ବୁକ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ୟୁଏଏନ୍‌ ନମ୍ବର ଏବଂ ପାସଓ୍ବାର୍ଡ ଦେଇ ଲଗ୍‌ ଇନ୍‌ କରନ୍ତୁ। ଏବେ ଆପଣ ପିଏଫ୍‌ ଆକାଉଣ୍ଟ ଚୟନ କରନ୍ତୁ। ଏହା ଖୋଲିବା ପରେ ଆପଣ ବାଲାନ୍ସ ଦେଖିପାରିବେ।

ଉମଙ୍ଗ ଆପ୍‌ ଜରିଆରେ: ଆପଣ ଉମଙ୍ଗ ଆପ୍‌ ଜରିଆରେ ପିଏଫ୍‌ ବାଲାନ୍ସ ଜାଣିପାରିବେ। ଏଥିଲାଗି ଆପଣଙ୍କ ପାଖରେ ଯଦି ସ୍ମାର୍ଟଫୋନ୍‌ ଅଛି ତେବେ ଉମଙ୍ଗ ଆପ୍‌ ଖୋଲି ଇପିଏଫ୍‌ଓ ଉପରେ କ୍ଲିକ୍‌ କରନ୍ତୁ। ଏବେ ଏମ୍ଲୋଇଜ୍‌ ସେଣ୍ଟ୍ରିକ ସରଭିସେସ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଭିଉ ପାସ୍‌ବୁକ୍‌ ଉପରେ କ୍ଲିକ୍‌ କରି ୟୁଏନ୍‌ ଏବଂ ପାସ୍‌ଓ୍ବାର୍ଡ ଦିଅନ୍ତୁ। ରେଜିଷ୍ଟର ଥିବା ମୋବାଇଲ ନମ୍ବରରେ ଆସିଥିବା ଓଟିପି ଆଧାରରେ ଆପଣ ବାଲାନ୍ସ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି।...

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri