ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର: ନବରାତ୍ରୀରେ ସରକାର ଦେଇପାରନ୍ତି ବଡ଼ ଭେଟି !

ନୂଆଦିଲ୍ଲୀ,୨୦।୯: ଆଗକୁ ଦୁର୍ଗାପୂଜା। ଏହା ପୂର୍ବରୁ ନବରାତ୍ରୀରେ କେନ୍ଦ୍ର ସରକାର ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଭେଟି ଦେବାକୁ ଯୋଜନା କରୁଛନ୍ତି। ପିଏଫ୍‌ ଖାତାରେ ଥିବା ଜମା ରାଶି ଉପରେ ୮.୧ ପ୍ରତିଶତ ସୁଧ ମିଳିପାରେ। ଇପିଏଫ୍‌ଓ ପକ୍ଷରୁ ଏହି ମାମଲାରେ ଆଧିକାରୀକ ଘୋଷଣା ହୋଇ ନ ଥିଲେ ହେଁ ପୂଜା ପୂର୍ବରୁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଜମା କରାଯିବ ବୋଲି କୁହାଯାଉଛି।

୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଇପିଏଫ୍‌ ଉପରେ ୮.୧% ସୁଧ ମିଳିବ। ଏହି ହିସାବରେ ଖାତାରେ ଥିବା ଅର୍ଥରାଶି ଉପରେ କେତେ ଟଙ୍କା ମିଳିବ ତାହା ନିର୍ଭର କରିବ। ଯଦି ଖାତାରେ ଏକ ଲକ୍ଷ ଟଙ୍କା ଅଛି ତେବେ ବାର୍ଷିକ ସୁଧ ହିସାବରେ ୮,୧୦୦ ମିଳିବ। ସେହିଭଳି ଯଦି ଖାତାରେ ୧୦ ଲକ୍ଷ ଟଙ୍କା ଅଛି ତେବେ ସୁଧ ହିସାବରେ ୮୧,୦୦୦ ଟଙ୍କା ଖାତାକୁ ଟ୍ରାନ୍ସଫର ହେବ।

ଏସ୍‌ଏମ୍‌ଏସ୍‌ ଜରିଆରେ କିଭଳି ଜାଣିବେ ବାଲାନ୍ସ:
ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବାଲାନ୍ସ ଜାଣିବା ଲାଗି ୭୭୩୮୨୯୯୮୯୯କୁ ‘EPFOHO UAN ENG’ ଲେଖି ପଠାନ୍ତୁ। ଯଦି ହିନ୍ଦୀରେ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ENG ସ୍ଥାନରେ HIN ଲେଖନ୍ତୁ। ଏହି ଏସ୍‌ଏମ୍‌ଏସ୍‌କୁ ପଠାଇବା ପରେ ଜବାବରେ ବାଲାନ୍ସ ସମ୍ପର୍କିତ ସୂଚନା ମିଳିଯିବ।

ଓ୍ବେବ୍‌ସାଇଟ୍‌ ଜରିଆରେ: ଇପିଏଫ୍‌ଓ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ। ସେଠାରେ ‘Our services’କୁ କ୍ଲିକ୍‌ କରି ‘ଫର୍‌ ଏମ୍ଲୋଇଜ୍‌’କୁ ଚୟନ କରନ୍ତୁ। ଏହାପରେ ଖାତାଧାରୀ ମେମ୍ବର ପାସ୍‌ବୁକ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ୟୁଏଏନ୍‌ ନମ୍ବର ଏବଂ ପାସଓ୍ବାର୍ଡ ଦେଇ ଲଗ୍‌ ଇନ୍‌ କରନ୍ତୁ। ଏବେ ଆପଣ ପିଏଫ୍‌ ଆକାଉଣ୍ଟ ଚୟନ କରନ୍ତୁ। ଏହା ଖୋଲିବା ପରେ ଆପଣ ବାଲାନ୍ସ ଦେଖିପାରିବେ।

ଉମଙ୍ଗ ଆପ୍‌ ଜରିଆରେ: ଆପଣ ଉମଙ୍ଗ ଆପ୍‌ ଜରିଆରେ ପିଏଫ୍‌ ବାଲାନ୍ସ ଜାଣିପାରିବେ। ଏଥିଲାଗି ଆପଣଙ୍କ ପାଖରେ ଯଦି ସ୍ମାର୍ଟଫୋନ୍‌ ଅଛି ତେବେ ଉମଙ୍ଗ ଆପ୍‌ ଖୋଲି ଇପିଏଫ୍‌ଓ ଉପରେ କ୍ଲିକ୍‌ କରନ୍ତୁ। ଏବେ ଏମ୍ଲୋଇଜ୍‌ ସେଣ୍ଟ୍ରିକ ସରଭିସେସ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଭିଉ ପାସ୍‌ବୁକ୍‌ ଉପରେ କ୍ଲିକ୍‌ କରି ୟୁଏନ୍‌ ଏବଂ ପାସ୍‌ଓ୍ବାର୍ଡ ଦିଅନ୍ତୁ। ରେଜିଷ୍ଟର ଥିବା ମୋବାଇଲ ନମ୍ବରରେ ଆସିଥିବା ଓଟିପି ଆଧାରରେ ଆପଣ ବାଲାନ୍ସ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?